Categories
ବିଶେଷ ଖବର

ଶିଖ ଫର ଜଷ୍ଟିସ ସହ ଜଡ଼ିତ ଆପ୍ସ, ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ୍‌କୁ ବନ୍ଦ କରିବାକୁ ଆଦେଶ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଦେଶରେ ପରିଚାଳିତ ‘‘ପଞ୍ଜାବ ପଲିଟିକ୍ସ ଟିଭି’’ର ଆପ୍ସ, ୱେବସାଇଟ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ (ବ୍ଲକ୍‌) କରିବା ଲାଗି ନିର୍ଦ୍ଦେଶ ଦେଇଛି। ବେଆଇନ କାର୍ଯ୍ୟକଳାପ (ନିରାକରଣ) ଆଇନ, ୧୯୬୭ ଅଧୀନରେ ବେଆଇନ ଘୋଷିତ ସଂଗଠନ ଶିଖ ଫର ଜଷ୍ଟିସ (ଏସଏଫଜେ) ସହିତ ଏହି ଟିଭି ଚାନେଲର ଘନିଷ୍ଠ ସମ୍ପର୍କ ରହିଛି। ଗୁଇନ୍ଦା ସୂଚନା ଅନୁଯାୟୀ, ଏହି ଚାନେଲ ବର୍ତ୍ତମାନ ଜାରି ରହିଥିବା ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଅନଲାଇନ ମିଡିଆ ମାଧ୍ୟମରେ ଉଦ୍ୟମ କରୁଥିଲା। ପଞ୍ଜାବ ପଲିଟିକ୍ସ ଟିଭିର ଡିଜିଟାଲ ମିଡିଆ ଉତ୍ସକୁ ବନ୍ଦ (ବ୍ଲକ୍‌) କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଫେବୃଆରୀ ୧୮ ତାରିଖରେ ଆଇଟି ନିୟମ ଅଧୀନରେ ଜରୁରିକାଳୀନ କ୍ଷମତାର ଉପଯୋଗ କରାଯାଇଥିଲା।

ବ୍ଲକ୍‌ ହୋଇଥିବା ଆପ୍ସ, ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ୍‌ରେ ପ୍ରଦର୍ଶିତ କାର୍ଯ୍ୟକ୍ରମରେ ସାମ୍ପ୍ରଦାୟିକ ବିଭେଦ ଏବଂ ବିଚ୍ଛିନ୍ନତାବାଦକୁ ଉତ୍ତେଜିତ କରିବା ଭଳି କ୍ଷମତା ରହିଥିଲା। ଏହାର ବିଷୟବସ୍ତୁ ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ ବିପଜ୍ଜନକ ବୋଲି ଜଣାପଡ଼ିଥିଲା। ଆହୁରି ମଧ୍ୟ ସୂଚନା ମିଳିଥିଲା ଯେ ବର୍ତ୍ତମାନ ଜାରି ରହିଥିବା ନିର୍ବାଚନ ସମୟରେ ଅଧିକ ମହତ୍ବ ପାଇବା ଲାଗି ନୂଆ ଆପ୍ସ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ ଶୁଭାରମ୍ଭ କରାଯାଇଛି।

ଭାରତ ସରକାର ଦେଶର ସାମଗ୍ରିକ ସୂଚନା ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ଦୁର୍ବଳ କରିବା ଲାଗି ଶକ୍ତି ରଖୁଥିବା କୌଣସି କାର୍ଯ୍ୟକୁ ବିଫଳ କରିବା ଲାଗି ସତର୍କ ଏବଂ ସଂକଳ୍ପବଦ୍ଧ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ବଚ୍ଛତା ପାଇଁ ସମସ୍ତେ ଉଚ୍ଛର୍ଗୀକୃତ ହେବା ଉଚିତ: ପ୍ରାଧ୍ୟାପକ ସୁପ୍ରିୟା ପଟ୍ଟନାୟକ

ଭୁବନେଶ୍ୱର: ଦେଶର ସର୍ବୋତ୍ତମ ବିକାଶ ପାଇଁ କେବଳ ପରିବେଶର ସ୍ବଚ୍ଛତା ନୁହେଁ ମାନସିକ ସ୍ତରରେ ମଧ୍ୟ ସ୍ୱଚ୍ଛତା ଆପଣାଇବା ଆବଶ୍ୟକ। ସ୍ୱଚ୍ଛତା ପ୍ରତ୍ୟକ ମନୁଷ୍ୟର ପ୍ରମୁଖ ଦାୟିତ୍ୱ ହେବ। ସଂଗେ ସଂଗେ ନିଜ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆଣିବା ନିତାନ୍ତ ଆବଶ୍ୟକ। ଭୁବନେଶ୍ୱର ସ୍ଥିତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଏବଂ ସ୍କୁଲ ଅଫ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟ ସେଞ୍ଚୁରୀୟନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ବରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏଭଳି ମତପୋଷଣ କରିଛନ୍ତି ବିଶିଷ୍ଟ ବ୍ୟକ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ସୁପ୍ରିୟା ପଟ୍ଟନାୟକ ପ୍ରତ୍ୟକ ମନୁଷ୍ୟ ଦେଶର ସ୍ବଚ୍ଛତା ପାଇଁ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ଯାଳୟର ଅତିରିକ୍ତ ମହା ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ୱଚ୍ଛତା ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଉଭୟ ପୁରୁଷ ଏବଂ ସ୍ତ୍ରୀ ସ୍ଵଚ୍ଛତାକୁ ଗୁରୁ ଦାୟିତ୍ଵ ଭାବି ଉଭୟ ସମାନ ଭାବେ ଦାୟିତ୍ଵ ବହନ କରିବା ଉଚିତ।

ସେଞ୍ଚୁରୀୟନ ବିଶ୍ବବିଦ୍ୟାଳୟର ଡିନ ଡ.ଉମାକାନ୍ତ ନାୟକ ସ୍ବଚ୍ଛତାର ଉପାଦେୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ କାର୍ଯ୍ଯାଳୟ ତରଫରୁ ବକୃତା ଏବଂ କୁଇଜ ପ୍ରତିଯୋଗୀତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏମ.ବି.ଏ. ଛାତ୍ରୀ ସୁନନ୍ଦା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ସହକାରୀ ପ୍ରାଧ୍ୟାପକ ଡାଃ. ମଧୁମିତା ଦାସ ସ୍ବଚ୍ଛତା ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିବା ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ସମ୍ବଲପୁର ସାମ୍ବାଦିକଙ୍କ ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏଡିଜିଙ୍କ ଆଲୋଚନା

ସମ୍ବଲପୁର : କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କ ପାଇଁ ଭାରତ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର‌୍ୟ୍ୟକାରୀ କରୁଛନ୍ତି।ଏସବୁ ଯୋଜନାର ସୁବିଧା ନେବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ। ସମ୍ବଲପୁର ଠାରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହିତ ଆଲୋଚନା କାଳରେ ସେ ଏହି ସୂଚନା ଦେଇଛନ୍ତି।

ଏସବୁ ଯୋଜନାର ସୁବିଧା ନେବା ଲାଗି ଭୁବନେଶ୍ବରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ସରକାରୀ ଯୋଜନା ଓ କାର‌୍ୟ୍ୟକ୍ରମର ପ୍ରଚାରପ୍ରସାର କ୍ଷେତ୍ରରେ ଆଞ୍ଚଳିକ ସ୍ତରରେ କାର‌୍ୟ୍ୟ କରୁଥିବା ସାମ୍ବାଦିକମାନଙ୍କରଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନେ ସରକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଦିଗରେ ସହାୟକ ହୋଇଥାନ୍ତି ବୋଲି ଶ୍ରୀ ଚୌଧୁରୀ ଏହି ଅବସରରେ ମତବ୍ୟକ୍ତ କରିଥିଲେ।

ତୃଣମୂଳସ୍ତରରେ କାର‌୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ମତାମତ ସଂଗ୍ରହ କରିବା ଲାଗି ମଧ୍ୟ ଶ୍ରୀ ଚୌଧୁରୀ ପରାମର୍ଶ ଦେଇଥିଲେ। ଏହି ଆଲୋଚନା କାଳରେ ସାମ୍ବାଦିକମାନେ ସେମାନଙ୍କର ବିଭିନ୍ନ ସମସ୍ୟାଗୁଡ଼ିକୁ ଉପସ୍ଥାପନ କରିଥିଲେ। ଭାରତ ସରକାରଙ୍କ ସ୍ତରରେ ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ଲାଗି ଯାହାକିଛି ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ନେଇ ପ୍ରୟାସ କରାଯିବ ବୋଲି ଶ୍ରୀ ଚୌଧୁରୀ ମତବ୍ୟକ୍ତ କରିଥିଲେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ

ନୂଆଦିଲ୍ଲୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବିଶିଷ୍ଟ ସାମ୍ବାଦିକ ତଥା ପ୍ରସାର ଭାରତୀ ସଦସ୍ୟ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ କଲ୍ୟାଣ ଯୋଜନାର ବର୍ତ୍ତମାନ ନିୟମାବଳୀର ଅନୁଧ୍ୟାନ ପାଇଁ ଏକ ଦଶଜଣିଆ କମିଟି ଗଠନ କରିଛି । ମନ୍ତ୍ରଣାଳୟ ଦ୍ୱାରା ସାମ୍ବାଦିକ କଲ୍ୟାଣ ଯୋଜନା ଦେଇଥିବା ନିର୍ଦ୍ଦେଶାବଳୀ ତର୍ଜମା କରିବା ସହ ଆବଶ୍ୟକ ସୁପାରିଶ ଏହି କମିଟି କରିବ । ଗଣମାଧ୍ୟମରେ ପରିବର୍ତ୍ତନ ତଥା କୋଭିଡ-୧୯ ଯୋଗୁଁ ଅନେକ ସାମ୍ବାଦିକଙ୍କ ପ୍ରାଣହାନୀ ଓ କାର‌୍ୟ୍ୟରତ ସାମ୍ବାଦିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ ।

ଦେଶରେ ବହୁଦିନରୁ ରହିଆସିଥିବା ସାମ୍ବାଦିକ କଲ୍ୟାଣ ଯୋଜନା ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ସାମ୍ବାଦିକମାନଙ୍କ ସୁବିଧା ଦୃଷ୍ଟିରୁ ସମୀକ୍ଷାର ଆବଶ୍ୟକତା ରହିଛି । ପେଶାଗତ, ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର‌୍ୟ୍ୟାବସ୍ଥା ସଂହିତା ୨୦୨୦ ଲାଗୁ ହେବା ପରେ ଉଭୟ ପାରମ୍ପରିକ ଓ ଡିଜିଟାଲ ଗଣମାଧ୍ୟମରେ କାର‌୍ୟ୍ୟରତ ସାମ୍ବାଦିକ ମାନଙ୍କ ସଂଜ୍ଞା ପରିସର ବ୍ୟାପକ ହୋଇଯାଇଛି । ଯୋଜନା ଅଧୀନରେ କଲ୍ୟାଣମୂଳକ ସୁବିଧା ସୁଯୋଗ ଅଧିସ୍ୱୀକୃତ ଓ ଅଣସ୍ୱୀକୃତ ସାମ୍ବାଦିକ ମଧ୍ୟରେ ସମାନ ଆଣିବା ପାଇଁ ଏହି ଯୋଜନାର ପୁନଃ ଅନୁଧ୍ୟାନ ଆବଶ୍ୟକତା ଉପୁଜିଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ସକ୍ରିୟ ପଦକ୍ଷେପ ନେଇ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛି । ଶହେରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କ ପରିବାରକୁ ପ୍ରତ୍ୟେକ ପାଂଚ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
କମିଟି ଦୁଇମାସ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବ । ଏହାର ସୁପାରିଶ ଗୁଡିକ ସରକାରଙ୍କୁ ସାମ୍ବାଦିକଙ୍କ ସୁବିଧା ନିମନ୍ତେ ମାର୍ଗଦର୍ଶିକା ତିଆରିରେ ସାହାଯ୍ୟ କରିବ ।

ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମୂର୍ତ୍ତି (ଦି ୱିକର ଆବାସିକ ସମ୍ପାଦକ), ମୁକ୍ତ ସାମ୍ବାଦିକ ଶ୍ରୀ ଶେଖର ଆୟାର, ନ୍ୟୁଜ ୧୮ର ଶ୍ରୀ ଅମିତାଭ ସିହ୍ନା,ବିଜିନେସ୍ ଲାଇନର ଶ୍ରୀ ଶିଶିର କୁମାର ସିହ୍ନା, ଜୀ ନ୍ୟୁଜର ସ୍ୱତନ୍ତ୍ର ସମ୍ବାଦଦାତା ଶ୍ରୀ ରବିନ୍ଦର କୁମାର, ପାଞ୍ଚଜନ୍ୟର ସମ୍ପାଦକ ଶ୍ରୀ ହିତେଶ ଶଙ୍କର, ହିନ୍ଦୁସ୍ତାନ ଟାଇମ୍ସର ଶ୍ରୀମତୀ ସ୍ମିତୀ କାକ୍ ରାମଚନ୍ଦ୍ରନ, ଟାଇମ୍ସ ନାଓଁର ଶ୍ରୀ ଅମିତ କୁମାର, ଇକନମିକ ଟାଇମ୍ସର ଶ୍ରୀମତୀ ବସୁଧା ଭେନୁଗୋପାଳ ଏବଂ ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀମତୀ କାଞ୍ଚନ ପ୍ରସାଦ ସଦସ୍ୟ ଅଛନ୍ତି ।