Categories
ଆଞ୍ଚଳିକ

ସଡକ ଦୁର୍ଘଟଣାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ନିକଟରେ ଏକ ଟିଭିଏସ୍ ଏକ୍ସଲ୍ ମୋଟରସାଇକେଲ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟି ଦେବାରୁ ଚାଳକ କାମି ନାୟକ ଓ ପଛରେ ବସିଥିବା କାଶୀନାଥ ବେହେରା ନାମକ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିଲେ। ଏହି ସମୟରେ ଅଞ୍ଚଳ ବାସିନ୍ଦା ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଡାକ୍ତର କାମିକୁ ମ୍ରୁତ ଘୋଷଣା କରିଛନ୍ତି ଓ କାଶୀନାଥଙ୍କ ଚିକିତ୍ସା ଚାଲିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ମୃତ୍ୟୁଞ୍ଜୟ ପାଢ଼ୀ ନାମରେ ଜଣେ ଠକ ଯୁବକକୁ ବୈଦ୍ୟନାଥ ପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉକ୍ତ ଠକ ଯୁବକ ମୃତ୍ୟୁଞ୍ଜୟ ବିଭିନ୍ନ ବ୍ୟବସାୟ  ଲୋଭ ଦେଖାଇ ଚନ୍ଦ୍ରମଣିପେଟା ସାହିର ସତ୍ୟନାରାୟଣ ସାମଲ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ୨୭ ଲକ୍ଷ ଟଙ୍କା, ଏସ୍ କେ ଅନୱର ନାମରେ ଜଣେ ଯୁବକ ଠାରୁ ୨୦ ଲକ୍ଷ, ସନ୍ଦୀପ କୁମାର ପାତ୍ର ଠାରୁ ୪ ଲକ୍ଷ ୫୦ ହଜାର, ଅଲେଖ ସାହୁ ଠାରୁ ୮ ଲକ୍ଷ ଓ ସନ୍ଦୀପ କୁମାର ଯେନା ନାମରେ ଜଣେ ଯୁବକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଏହି ଭଳି ସେ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ଅଭିନବ ଉପାୟରେ ବ୍ୟବସାୟ ରେ ଟଙ୍କା ଲଗାଇ ଦୁଇ ଗୁଣ କରାଇଦେବାର ଲୋଭ ଦେଖାଇ ଠକି ଚାଲିଥିଲା।

ପରବର୍ତ୍ତୀ ସମୟରେ ସେ ଟଙ୍କା ନେଇ ଥିବା ଲୋକଙ୍କୁ ଚେକ୍ ମଧ୍ୟ ଦେଇଥିଲା,ଯେ ବ୍ୟବସାୟ ନହେଲେ ଟଙ୍କା ଫେରାଇବାକୁ ଚୁକ୍ତି କରିଥିଲା। କିନ୍ତୁ ଉକ୍ତ ଚେକ୍ ନେଇ ଟଙ୍କା ଦେଇ ଥିବା ବ୍ୟକ୍ତି ଗଣ ବ୍ୟାଙ୍କ କୁ ଦେଖିଲା ବେଳକୁ ତାର ବ୍ୟାଙ୍କ ଏକାଉଣ୍ଟ୍ ରେ ଜିରୋ ବାଲାନ୍ସ୍ ରହିଛି। ଏହି ଭଳି ପରିସ୍ଥିତିରେ ଟଙ୍କା ଦେଇ ଥିବା ଲୋକଙ୍କ ସନ୍ଦେହ ସ୍ରୁଷ୍ଟି ହୋଇଥିଲା, ଯାହା ଫଳରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ବୈଦ୍ୟନାଥ ପୁର ଥାନା ପୋଲିସ ୪୫୧/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଉକ୍ତ ଠକ ଠକ ଯୁବକ କୁ ନେଇ ଥାନା ରେ ଜେରା କରିବା ପରେ ପୋଲିସ ବହୁ ତଥ୍ୟ ହାସଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ବୁଡି ଯୁବକର ମୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ବାବାଜୀ ପୋଖରୀରେ ବୁଡି ଚିନ୍ତାମଣି ପଣ୍ଡା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ଘର କରୁଣାକର ମାର୍ଗ ଓ ସେ ଶଙ୍କର ପଣ୍ଡାଙ୍କ ପୁଅ ବୋଲି ଜଣାପଡିଛି।

ସୁଚନା ଅନୁଯାୟୀ ଚିନ୍ତାମଣି ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରିବାରେ ବିଳମ୍ବ ଯୋଗୁଁ ପରିବାର ଲୋକେ ଖୋଜିବାକୁ ଯାଇ ଦେଖିଲେ ପୋଖରୀ ହୁଡ଼ାରେ ତାଙ୍କର ଚପଲ ପଡ଼ିଛି। ଏହି ପରିସ୍ଥିତିରେ ଗାଁ ଓ ପରିବାର ଲୋକେ ପୋଖରୀରେ ଖୋଜି ନପାଇବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଶବ ଉଦ୍ଧାର କରିଛି।

ପ୍ରକାଶ ଥାଉକି ଶବ ଉଦ୍ଧାର ପର୍ଯ୍ୟନ୍ତ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ହିଞ୍ଜିଳିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଇକ ଆରୋହୀ ମୃତ, ଅନ୍ୟଜଣେ ଗୁରୁତର ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ,  ସାରୁ ଛକରୁ ଏଚପି ପେଟ୍ରୋଲ ପମ୍ପରୁ ଦୁଇ ଜଣ ଯୁବକ ରୋସନ ବେହେରା ଓ ମନୋଜ ଦାସ ନିଜ ଗାଡିରେ ତେଲ ପକାଇ ବାହାରକୁ ଆସିବା ବେଳେ ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଯାଉଥିବା ସଙ୍କଟ ତାରିଣୀ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ରୋସନ୍ ଙ୍କ ମୃତ୍ୟୁ ଘଟିଥିଲା। ଏବ ମନୋଜ ଦାସ ଗୁରୁତର ଆହତ ହୋଇଥିଲେ। ମନୋଜଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲେ। ଦୁର୍ଘଟଣାଗ୍ରସ୍ତ ବସ୍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ହାଇୱ। ଧକ୍କାରେ ଯୁବକ ମୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ସନ୍ଧ୍ୟାରେ ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଉକ୍ତ ଦୁର୍ଘଟଣାରେ କୁକୁଡାଖଣ୍ଡି ଗ୍ରାମର ସଞ୍ଜୟ ପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥ ପିତ୍ତଳ ଛକରେ ଆସ୍କା ପଟୁ ଆସୁଥିବା ଏକ ହାଇୱ। ଟ୍ରକ୍ ମୃତ ସଞ୍ଜୟଙ୍କ ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ ଘଟିଥିଲା। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।