Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ସ୍କୁଲ ଖୋଲିବା ପରେ କୋଭିଡ଼ କଟକଣାକୁ ତଦାରଖ କଲେ ତହସିଲଦାର
ଆଞ୍ଚଳିକ

ଚିଲିକାରେ ସ୍କୁଲ ଖୋଲିବା ପରେ କୋଭିଡ଼ କଟକଣାକୁ ତଦାରଖ କଲେ ତହସିଲଦାର

January 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପାଠ ପଢା ଆରମ୍ଭ ହୋଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ. ସି ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଖୋଲିଛି। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ତହସିଲଦାର ପୁନମ ମହାପାତ୍ର ଚିଲିକା ବ୍ଲକ ଓ ବାଲୁଗାଁ ଏନ.ଏ. ସି ର ବିଭିନ୍ନ ବିଦ୍ୟାଳୟଗୁଡିକ ପରିଦର୍ଶନକୁ ଯାଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା  ସମସ୍ତ କୋଭିଡ କଟକଣା ତଦାରଖ କରିଥିଲେ।

ବିଦ୍ୟାଳୟଗୁଡିକ ବିଶୋଧନ ହେବାସହ ସେଠାରେ ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି ଏବଂ କୋଭିଡ଼ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡିକରେ ଆଇସୋଲେସନ ରୁମ ଖୋଲାଯାଇଛି। ଯଦି କାହାର ଲକ୍ଷଣ ଥାଏ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯୋଗାଯୋଗ କରିଯିବା ସହ ଚିକିତ୍ସା କରାଯିବ। ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ପ୍ରତି ସେକ୍ସନକୁ ଦୁଇ ଗୋଟି ସବ ସେକ୍ସନରେ ବିଭକ୍ତ କରାଯାଇଛି ଏବଂ ପ୍ରତି ସବ ସେକ୍ସନ ରେ ସର୍ବାଧିକ ୨୦ ରୁ ୨୫ ଛାତ୍ରଛାତ୍ରୀ ପଢ଼ୁଥିବାର ଦେଖିବାକୁ ପାଇଥିଲେ ତହସିଲଦାର।

ଏତତବ୍ୟତୀତ ତହସିଲଦାର ବିଦ୍ୟାଳୟର ବିଭିନ୍ନ ଛାତ୍ରଛାତ୍ରୀମାନଙ୍କୁ ପାଠ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିବା ସହ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିବାର ଦେଖାଯାଇଥିଲା। ମୋଟାମୋଟି କହିବାକୁ ଗଲେ ସ୍କୁଲ ଗୁଡିକର କୋଭିଡ ଗାଇଡଲାଇନ ବ୍ୟବସ୍ଥା ପାଳନ ଉପରେ ତହସିଲଦାର ସନ୍ତୁଷ୍ଟ ଥିବା ଜଣାପଡିଛି। ତେବେ ବିଭିନ୍ନ ବିଦ୍ୟାଳୟଗୁଡିକରେ ଏହିପରି ପରିଦର୍ଶନ ଆଗାମୀ ଦିନରେ ମଧ୍ୟ ଜାରିରହିବ ବୋଲି ତହସିଲଦାର ପୁନମ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କୋଭିଡ କଟକଣା ଚିଲିକା ତହସିଲଦାର ସ୍କୁଲ ଖୋଲିବା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.