Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଥମ ପର୍ଯ୍ୟାୟ ଟିକାକାରଣ: ବାଲୁଗାଁ ହସ୍ପିଟାଲରେ ଟିକା ନେଲେ ସ୍ୱାସ୍ଥ୍ୟ କର୍ମୀ
ଆଞ୍ଚଳିକ

ପ୍ରଥମ ପର୍ଯ୍ୟାୟ ଟିକାକାରଣ: ବାଲୁଗାଁ ହସ୍ପିଟାଲରେ ଟିକା ନେଲେ ସ୍ୱାସ୍ଥ୍ୟ କର୍ମୀ

January 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭାରତ ଇତିହାସ ପାଇଁ ଏକ ଐତିହାସିକ ଦିନ। ବିଶ୍ବରେ କରୋନା ମହାମାରୀ ତାଣ୍ଡବ ରଚି କୋଟି କୋଟି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିଲା। ବିଶ୍ବରେ ଏହି ଭୂତାଣୁ ଯୋଗୁଁ ୨୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ମଧ୍ୟ ୧ ଲକ୍ଷ ୫୨ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।

ତେବେ ଏହି ମହାମାରୀକୁ ରୋକିବା ପାଇଁ ବିଶ୍ଵର ଅନ୍ୟ ଦେଶ ଅପେକ୍ଷା ଭାରତ ଆଗରେ ରହିଛି। ଭାରତ ଏକା ସଙ୍ଗେ ଦୁଇ ଦୁଇଟି କରୋନା ଟିକା ପ୍ରସ୍ତୁତ କରି ସବୁ ଦେଶକୁ ଚକିତ କରିଛି। ଭାରତ ପରି ଏକ ଜନ ବହୁଳ ରାଷ୍ଟ୍ରରେ କରୋନାକୁ ରୋକିବାର ଏକ ଚିନ୍ତାର ବିଷୟ ହୋଇପଡିଥିଲା। କିନ୍ତୁ ଆଜି ତାହାର ଅନ୍ତ ଘଟିଛି। ଆଜି ଠାରୁ ଭାରତରେ ଟିକାକାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ଟିକାକାରଣ ପ୍ରକ୍ରିୟାକୁ ଶୁଭଉଦଘାଟନ କରିଛନ୍ତି।

ଏହି ଆଧାରରେ ଖୋର୍ଦ୍ଧା ଜିଲ୍ଲାର ବିମସି କୁ ବାଦଦେଇ ବାଲୁଗାଁ, ଖୋର୍ଦ୍ଧା, ଜଟଣୀ ମେଣ୍ଢାଶାଳ ଓ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୧୫ଟି ଭାଇଲ ପହଁଚିଛି। ମୋଟ ୬୧୫୦ଜଣଙ୍କୁ ଏହି କରନା ଟୀକା ଦିଆଯିବା ପାଇଁ ଆଜି ଟୀକା ଦାନ କାର୍ଯ୍ୟକ୍ରମ ଚାଲିଛି। ଭି.ଓ-୧-ଆଜି ପ୍ରଥମ ପର୍ଯ୍ୟାୟ ଟିକାଦାନ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର, ନର୍ସ, ସଫେଇ କର୍ମଚାରୀ ଓ ସମସ୍ତ କର୍ମଚାରୀଙ୍କୁ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲା ଡିପିସିଏଚଓ ପ୍ରସନ୍ନ କୁମାର ମହାପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଟୀକା କରଣ ଆରମ୍ଭ କରିଥିଲେ। ସମ୍ପୁର୍ଣ୍ଣ ଟୀକା ପ୍ରଦାନ କାର୍ଯ୍ୟକୁ ପରିଚାଳନା ଦାଇତ୍ୱରେ ଅଛନ୍ତି ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦିବ୍ୟଶକ୍ତି ଚାନ୍ଦ। ଡାକ୍ତର ଚାନ୍ଦଙ୍କ ସୂଚନା ଅନୁସାରେ ପ୍ରଥମେ ଆଜି ୧୦୦ଜଣଙ୍କୁ ଟୀକା ଦିଆଯିବ। ଏଠାରେ  ମୋଟ ୫୧୫ ଜଣଙ୍କୁ ୩ଟି ପର୍ଯ୍ୟାୟରେ ଟୀକା ଦିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଟିକାକାରଣ ପ୍ରଥମ ପର୍ଯ୍ୟାୟ ସ୍ୱାସ୍ଥ୍ୟ କର୍ମୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.