Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ପିଏମ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ
ଆଞ୍ଚଳିକ

ଜଗତସିଂହପୁର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ପିଏମ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

January 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ଅଞ୍ଚଳରେ ସିସି ଟିଭି ସ୍ଥାପନର ଶୁଭ ଉଦଘାଟନ ଓ ବସଷ୍ଟାଣ୍ଡ ଠାରେ ସର୍ବସାଧାରଣ ଶୌଚାଳୟର ଉଦଘାଟନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ହୋଇଯାଇଛି।

ପରେ ପୌରପରିଷଦ ମଧ୍ୟରେ ଅନୁଷ୍ଠିତ ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଦିନରାତି ଅହରହ ଉଦ୍ୟମ କରି ଜଗତସିଂହପୁର ପୌର ପରିଷଦକୁ ଏକ ସରସ ସୁନ୍ଦର ଏବଂ ପୂର୍ଣ୍ଣାଙ୍ଗ ସହରରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଠାରେ ଯେପରି ସବୁ ପ୍ରକାର ସମସ୍ତ ସୁବିଧା ସୁଯୋଗ ମିଳିପାରିବ ସେଥିପ୍ରତି ଉଦ୍ୟମ ଅବ୍ୟାହତ ରହିବ। ପ୍ରତି ମାସରେ ଗୋଟିଏ ଗୋଟିଏ ପ୍ରୋଜେକ୍ଟର ଶୁଭାରମ୍ଭ ହେବ। ଆଗାମୀ ଦିନରେ ସଦର ମହକୁମା ହସପିଟାଲକୁ ୩୦୦ଶଯ୍ୟା ବିଶିଷ୍ଟ କରାଯିବ ଏବଂ ଏହାପରେ ସୁପର ହସପିଟାଲ ପାଇଁ ଉଦ୍ୟମ କରାଯିବ।

ଜଗତସିଂହପୁର ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।ସହରରେ ସିସି ଟିଭି ସ୍ଥାପନର ଯେଉଁ ପରିକଳ୍ପନା ଜିଲ୍ଲାପାଳ କରିଥିଲେ ତାହା ଆଜି ସାକାର ହୋଇଛି। ମାଟିର ଦାୟାଦ ହିସାବରେ ସମସ୍ତଙ୍କର ସହଭାଗିତା ଦରକାର। ଦଳମତ ନିର୍ବିଶେଷରେ ସମସ୍ତେ ଗଠନ ମୂଳକ ପ୍ରସ୍ତାବ ଦେଲେ କାମ କରିବା ପାଇଁ ସାମର୍ଥ୍ୟ ମିଳିବ।

ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କହିଲେ ଜଗତସିଂହପୁର ପୌରାଞ୍ଚଳକୁ ସରସ ସୁନ୍ଦର ଓ ପୂର୍ଣ୍ଣାଙ୍ଗ ସହରରେ ପରିଣତ କରିବା ପାଇଁ ୬୦କୋଟି ଟଙ୍କାର ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଆଗାମୀ ୫ବର୍ଷ ଭିତରେ ଜଗତସିଂହପୁର ସହରର ନବକଳେବର ହେବ। ଜଗତସିଂହପୁର ସହରରେ ଏକ ଇଣ୍ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସ କରିବା ପାଇଁ ୨୫କୋଟିର ପ୍ରସ୍ତାବ, ଜଗତସିଂହପୁର ସଦର ମହକୁମା ଚିକିତ୍ସାଳୟରେ ୧୦୦ ଶଯ୍ୟାରୁ ୩୦୦ଶଯ୍ୟା ବିଶିଷ୍ଟ କରିବା ପାଇଁ ପ୍ରସ୍ତାବ, ଯୋଗଧାରି ଠାରୁ ଜଇପୁର ରାସ୍ତାକୁ ସିଧା ସଂଯୋଗୀକରଣ ପାଇଁ ୨୦କୋଟି ଟଙ୍କାର ପ୍ରସ୍ତାବ, ଜଗତସିଂହପୁର ଠାରେ ୫କୋଟି ଟଙ୍କାର ଏକ ସଂଗ୍ରହାଳୟ ସ୍ଥାପନ ପ୍ରସ୍ତାବ, ୯ନଂ କେନାଲ କଲେଜଛକ ଠାରୁ ହାଟପୋଲ ପର୍ଯ୍ୟନ୍ତ କେନାଲ ଉପରେ ବକ୍ସ ପାଟରନ ସ୍ଥାପନ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି।

ଏହି ଉତ୍ସବକୁ ପୌରପରିଷଦର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ପରିଚାଳନା କରିଥିଲେ। ଏଥିସହିତ ୪୮ଜଣ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ୭ଜଣ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ବିଧାୟକ ଓ ଜିଲ୍ଲାପାଳ ପ୍ରଦାନ କରିଥିଲେ।

ପରେ ଥାନାଛକ ନିକଟରେ ୧୧ଲକ୍ଷ ଟଙ୍କାର ସିସି କ୍ୟାମେରା ସ୍ଥାପନର ଉଦଘାଟନ ଏବଂ ବସଷ୍ଟାଣ୍ଡ ଠାରେ ନିର୍ମିତ ସର୍ବସାଧାରଣ ଶୌଚାଳୟକୁ ବିଧାୟକ ଓ ଜିଲ୍ଲାପାଳ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୌରପରିଷଦର ସ୍ୱାସ୍ଥ୍ୟ ଅଧିକାରୀ ଡା. ସରୋଜ ଷଡଙ୍ଗୀ, ପୌରପରିଷଦର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ଜଗତସିଂହପୁର ପିଏମ ଆବାସ ଯୋଜନା ପ୍ରକଳ୍ପର ଉଦଘାଟନ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025

ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

September 28, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025

ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

September 26, 2025
Latest News

ପୋଲିସ ଏଏସଆଇ ପରୀକ୍ଷା ମହାଦୁର୍ନିତିର ତଦନ୍ତ କରିବେ କ୍ରାଇମ ବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ

October 4, 2025

ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଘର ଜୁଆଁଇ ଗପ, କାହାକୁ କଲେ ଟାର୍ଗେଟ ? ଉଠିଲା ପ୍ରଶ୍ନ

October 4, 2025

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତି, ବ୍ରହ୍ମପୁର ସୁରତ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ, ଜାଣନ୍ତୁ ପୁରା ସୂଚନା

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.