Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ପିଏମ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ
ଆଞ୍ଚଳିକ

ଜଗତସିଂହପୁର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ପିଏମ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

January 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ଅଞ୍ଚଳରେ ସିସି ଟିଭି ସ୍ଥାପନର ଶୁଭ ଉଦଘାଟନ ଓ ବସଷ୍ଟାଣ୍ଡ ଠାରେ ସର୍ବସାଧାରଣ ଶୌଚାଳୟର ଉଦଘାଟନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ହୋଇଯାଇଛି।

ପରେ ପୌରପରିଷଦ ମଧ୍ୟରେ ଅନୁଷ୍ଠିତ ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଦିନରାତି ଅହରହ ଉଦ୍ୟମ କରି ଜଗତସିଂହପୁର ପୌର ପରିଷଦକୁ ଏକ ସରସ ସୁନ୍ଦର ଏବଂ ପୂର୍ଣ୍ଣାଙ୍ଗ ସହରରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଠାରେ ଯେପରି ସବୁ ପ୍ରକାର ସମସ୍ତ ସୁବିଧା ସୁଯୋଗ ମିଳିପାରିବ ସେଥିପ୍ରତି ଉଦ୍ୟମ ଅବ୍ୟାହତ ରହିବ। ପ୍ରତି ମାସରେ ଗୋଟିଏ ଗୋଟିଏ ପ୍ରୋଜେକ୍ଟର ଶୁଭାରମ୍ଭ ହେବ। ଆଗାମୀ ଦିନରେ ସଦର ମହକୁମା ହସପିଟାଲକୁ ୩୦୦ଶଯ୍ୟା ବିଶିଷ୍ଟ କରାଯିବ ଏବଂ ଏହାପରେ ସୁପର ହସପିଟାଲ ପାଇଁ ଉଦ୍ୟମ କରାଯିବ।

ଜଗତସିଂହପୁର ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।ସହରରେ ସିସି ଟିଭି ସ୍ଥାପନର ଯେଉଁ ପରିକଳ୍ପନା ଜିଲ୍ଲାପାଳ କରିଥିଲେ ତାହା ଆଜି ସାକାର ହୋଇଛି। ମାଟିର ଦାୟାଦ ହିସାବରେ ସମସ୍ତଙ୍କର ସହଭାଗିତା ଦରକାର। ଦଳମତ ନିର୍ବିଶେଷରେ ସମସ୍ତେ ଗଠନ ମୂଳକ ପ୍ରସ୍ତାବ ଦେଲେ କାମ କରିବା ପାଇଁ ସାମର୍ଥ୍ୟ ମିଳିବ।

ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କହିଲେ ଜଗତସିଂହପୁର ପୌରାଞ୍ଚଳକୁ ସରସ ସୁନ୍ଦର ଓ ପୂର୍ଣ୍ଣାଙ୍ଗ ସହରରେ ପରିଣତ କରିବା ପାଇଁ ୬୦କୋଟି ଟଙ୍କାର ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଆଗାମୀ ୫ବର୍ଷ ଭିତରେ ଜଗତସିଂହପୁର ସହରର ନବକଳେବର ହେବ। ଜଗତସିଂହପୁର ସହରରେ ଏକ ଇଣ୍ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସ କରିବା ପାଇଁ ୨୫କୋଟିର ପ୍ରସ୍ତାବ, ଜଗତସିଂହପୁର ସଦର ମହକୁମା ଚିକିତ୍ସାଳୟରେ ୧୦୦ ଶଯ୍ୟାରୁ ୩୦୦ଶଯ୍ୟା ବିଶିଷ୍ଟ କରିବା ପାଇଁ ପ୍ରସ୍ତାବ, ଯୋଗଧାରି ଠାରୁ ଜଇପୁର ରାସ୍ତାକୁ ସିଧା ସଂଯୋଗୀକରଣ ପାଇଁ ୨୦କୋଟି ଟଙ୍କାର ପ୍ରସ୍ତାବ, ଜଗତସିଂହପୁର ଠାରେ ୫କୋଟି ଟଙ୍କାର ଏକ ସଂଗ୍ରହାଳୟ ସ୍ଥାପନ ପ୍ରସ୍ତାବ, ୯ନଂ କେନାଲ କଲେଜଛକ ଠାରୁ ହାଟପୋଲ ପର୍ଯ୍ୟନ୍ତ କେନାଲ ଉପରେ ବକ୍ସ ପାଟରନ ସ୍ଥାପନ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି।

ଏହି ଉତ୍ସବକୁ ପୌରପରିଷଦର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ପରିଚାଳନା କରିଥିଲେ। ଏଥିସହିତ ୪୮ଜଣ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ୭ଜଣ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ବିଧାୟକ ଓ ଜିଲ୍ଲାପାଳ ପ୍ରଦାନ କରିଥିଲେ।

ପରେ ଥାନାଛକ ନିକଟରେ ୧୧ଲକ୍ଷ ଟଙ୍କାର ସିସି କ୍ୟାମେରା ସ୍ଥାପନର ଉଦଘାଟନ ଏବଂ ବସଷ୍ଟାଣ୍ଡ ଠାରେ ନିର୍ମିତ ସର୍ବସାଧାରଣ ଶୌଚାଳୟକୁ ବିଧାୟକ ଓ ଜିଲ୍ଲାପାଳ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୌରପରିଷଦର ସ୍ୱାସ୍ଥ୍ୟ ଅଧିକାରୀ ଡା. ସରୋଜ ଷଡଙ୍ଗୀ, ପୌରପରିଷଦର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ଜଗତସିଂହପୁର ପିଏମ ଆବାସ ଯୋଜନା ପ୍ରକଳ୍ପର ଉଦଘାଟନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ନୟାଗଡ଼: ବାସସ୍ଥାନ ଯୋଜନାରୁ ବଞ୍ଚିତ ଦିନ ମଜୁରିଆଙ୍କ ପାଲ ତଳେ କଟୁଛି ଜୀବନ

July 18, 2026

ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଆମରଣ ଅନଶନରେ ବସିଲେ ଅଭିଜିତ ଦୀପକେ

July 18, 2026

ସୋନମ ୱାଙ୍ଗଚୁକ୍‌ଙ୍କୁ ଉଠାଇନେଲା ପୋଲିସ: କଡ଼ା ପ୍ରତିକ୍ରିୟା ରଖିଲେ ପତ୍ନୀ

July 18, 2026

ଫିଫା ବିଶ୍ୱକପ୍-୨୦୨୬: ସ୍ପେନ୍ ନା ଆର୍ଜେଣ୍ଟିନା, କିଏ ହେବ ଚାମ୍ପିଅନ୍?, ଜାଣନ୍ତୁ ସମସ୍ତ ବିବରଣୀ

July 18, 2026

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ: ଆଦୌ କରନ୍ତୁ ନାହିଁ ଅଣଦେଖା

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.