
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନରେନ୍ଦ୍ରପୁର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଏକ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦଯାପନୀ ଦିବସରେ ବିବିଏସଟିଆର ରାହାଣବେଲ୍ଲୀ ଓ ସନ ସାଇନ ସ୍ପୋର୍ଟିଂ ଓଡଗାଁ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି।
ଏହି ମ୍ୟାଚରେ ରାହାଣବେଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାହାଣବେଲ୍ଲୀ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲା। ୧୧୬ ରନର ସ୍କୋରକୁ ପିଛା କରି ଓଡଗାଁ ୭ ୱିକେଟ ହରାଇ ମାତ୍ର ୧୦୨ ରନ କରିବାକୁ ସକ୍ଷମ ହୋଇଥିଲା। ଯାହାଫଳରେ ରାହାଣବେଲ୍ଲୀ ୧୩ ରନରେ ବିଜୟ ହୋଇ ଚମ୍ପିୟାନ ହୋଇଥିଲା। ରାହାଣବେଲ୍ଲୀ ଟିମର ଚନ୍ଦୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେବା ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ମନୋନୀତ ହୋଇଥିଲେ।
ଏହି ଅବସରରେ ମୁଖ୍ୟ ଅଥିତି ଭାବେ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗ ଦେଇ ବିଜେତା ଏବଂ ଉପବିଜେତା ଦଳକୁ ପୁରଷ୍କୃତ କରିଥିଲେ। ନରେନ୍ଦ୍ରପୁର ଟିମର ସମସ୍ତ ସଦସ୍ୟଙ୍କ ସାହାଯ୍ୟରେ ଏହି ଟୁର୍ଣ୍ଣାମେଣ୍ଟଟି ସଫଳ ଭାବେ ସମ୍ପାଦିତ ହୋଇଥିଲା।