Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ହାଇସ୍କୁଲ୍‌ର ୧୯୮୪ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ
ଆଞ୍ଚଳିକ

ବାଲୁଗାଁ ହାଇସ୍କୁଲ୍‌ର ୧୯୮୪ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ

March 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଚିଲିକା ବ୍ଲକ୍ ଅନ୍ତର୍ଗତ ଇଞ୍ଜନପୁରସ୍ଥିତ ଚିଲିକା ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୯୮୪ ମସିହା ବାଲୁଗାଁ ଉଚ୍ଚବିଦ୍ୟାଳୟର ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୭ ବର୍ଷ ବ୍ୟବଧାନ ପରେ ଭାରତୀୟ ନୌସେନା କମାଣ୍ଡର ତପନ କୁମାର ସାହୁଙ୍କ ପୌରହିତ୍ୟରେ ଅତୀତ ସାଥିସାଙ୍ଗମାନଙ୍କୁ ବିଭିନ୍ନ ପ୍ରାନ୍ତରରୁ ଯୋଗାଯୋଗ କରି ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିବା ତଥା କର୍ମମୟ ଜୀବନ ଭିତରେ ନିଜ ନିଜର ଭାବବିହୋଳତାକୁ ଉପସ୍ଥାପନା କରି ଆଜି ପୂର୍ବାହ୍ନରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ନାୟକ, ସମ୍ମାନିତ ଅତିଥି ଭାବେ ତତ୍‌କାଳୀନ ପ୍ରଧାନଶିକ୍ଷକ ସୁବାସ ପ୍ରଧାନ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରିବା ସହ ବିଗତ ଛାତ୍ରଜୀବନ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଯାହାକି ନିଜର କର୍ତ୍ତବ୍ୟନିଷ୍ଠା ତଥା ସମାଜସେବୀର ପରିଚୟ ସୃଷ୍ଟି କରିପାରି ସମ୍ପୃକ୍ତି ଅଞ୍ଚଳରେ ବିକାଶଧାରା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏଥିସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉନ୍ନତମାନର ଶିକ୍ଷା ପ୍ରସାରଣ କରିବା ପାଇଁ ଶ୍ରୀ ସାହୁ ପ୍ରତ୍ୟେକ ବର୍ଷ ଅଷ୍ଟମଶେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଏବଂ ସର୍ବୋଚ୍ଚ ମାର୍କ ଧାରଣ କରିଥିବା ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦେବେ ବୋଲି ଘୋଷଣା କରିଥିଲେ। ଏଭଳି ଏକ ମହତ୍ କାର୍ଯ୍ୟକୁ ଉତ୍କଣ୍ଠାର ସହ ତାଙ୍କର ସହଧର୍ମୀଣୀ ମାମାଲି ସାହୁ, ଦୁଇକନ୍ୟା ତେଜସ୍ୱୀ ସାହୁ, ଇତିଶ୍ରୀ ସାହୁଙ୍କ ସମେତ ଅତୀତର ବନ୍ଧୁ ଏବଂ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ କୋଭିଡ୍ କଟକଣାର ନିୟମ ଅନୁଯାୟୀ ପାଳନ କରାଯାଇଥିବା ବେଳେ ସ୍କୁଲ୍ ପରିବେଶରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବନ୍ଧୁମିଳନ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

October 12, 2025

ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ

October 12, 2025

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା: ଏଜେଣ୍ଟ ଲିଆଫି ସମାବେଶ

October 9, 2025
Latest News

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୬ ତମ ସଂସ୍କରଣ ପାଇଁ ଗଣମାଧ୍ୟମ ଅନୁମୋଦନ ଆରମ୍ଭ

October 15, 2025

ICC ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଉନ୍ନତି: କୁଲଦୀପ ଯାଦବଙ୍କ ଜବରଦସ୍ତ ଲାଭ

October 15, 2025

ଚନ୍ଦନ କାଠ ବିକାଶ ସମିତିର ରିପୋର୍ଟ ଉନ୍ମୋଚିତ

October 15, 2025

ODI ସିରିଜ ପୂର୍ବରୁ ଅଷ୍ଟ୍ରେଲିୟ ଖେଳାଳିଙ୍କ ଅଭଦ୍ରାମୀ!: ‘ହ୍ୟାଣ୍ଡସେକ୍ ନାହିଁ’ ବିବାଦକୁ କଲେ ଉପହାସ

October 15, 2025

ଏବେ ଟାର୍ଗେଟରେ ରହିବ ଲାହୋର!: ୭୦୦ ଘାତକ କ୍ଷେପଣାସ୍ତ୍ର କିଣିବ ଭାରତୀୟ ବାୟୁସେନା

October 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.