Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ହାଇସ୍କୁଲ୍‌ର ୧୯୮୪ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ
ଆଞ୍ଚଳିକ

ବାଲୁଗାଁ ହାଇସ୍କୁଲ୍‌ର ୧୯୮୪ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ

March 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଚିଲିକା ବ୍ଲକ୍ ଅନ୍ତର୍ଗତ ଇଞ୍ଜନପୁରସ୍ଥିତ ଚିଲିକା ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୯୮୪ ମସିହା ବାଲୁଗାଁ ଉଚ୍ଚବିଦ୍ୟାଳୟର ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୭ ବର୍ଷ ବ୍ୟବଧାନ ପରେ ଭାରତୀୟ ନୌସେନା କମାଣ୍ଡର ତପନ କୁମାର ସାହୁଙ୍କ ପୌରହିତ୍ୟରେ ଅତୀତ ସାଥିସାଙ୍ଗମାନଙ୍କୁ ବିଭିନ୍ନ ପ୍ରାନ୍ତରରୁ ଯୋଗାଯୋଗ କରି ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିବା ତଥା କର୍ମମୟ ଜୀବନ ଭିତରେ ନିଜ ନିଜର ଭାବବିହୋଳତାକୁ ଉପସ୍ଥାପନା କରି ଆଜି ପୂର୍ବାହ୍ନରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ନାୟକ, ସମ୍ମାନିତ ଅତିଥି ଭାବେ ତତ୍‌କାଳୀନ ପ୍ରଧାନଶିକ୍ଷକ ସୁବାସ ପ୍ରଧାନ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରିବା ସହ ବିଗତ ଛାତ୍ରଜୀବନ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଯାହାକି ନିଜର କର୍ତ୍ତବ୍ୟନିଷ୍ଠା ତଥା ସମାଜସେବୀର ପରିଚୟ ସୃଷ୍ଟି କରିପାରି ସମ୍ପୃକ୍ତି ଅଞ୍ଚଳରେ ବିକାଶଧାରା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏଥିସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉନ୍ନତମାନର ଶିକ୍ଷା ପ୍ରସାରଣ କରିବା ପାଇଁ ଶ୍ରୀ ସାହୁ ପ୍ରତ୍ୟେକ ବର୍ଷ ଅଷ୍ଟମଶେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଏବଂ ସର୍ବୋଚ୍ଚ ମାର୍କ ଧାରଣ କରିଥିବା ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦେବେ ବୋଲି ଘୋଷଣା କରିଥିଲେ। ଏଭଳି ଏକ ମହତ୍ କାର୍ଯ୍ୟକୁ ଉତ୍କଣ୍ଠାର ସହ ତାଙ୍କର ସହଧର୍ମୀଣୀ ମାମାଲି ସାହୁ, ଦୁଇକନ୍ୟା ତେଜସ୍ୱୀ ସାହୁ, ଇତିଶ୍ରୀ ସାହୁଙ୍କ ସମେତ ଅତୀତର ବନ୍ଧୁ ଏବଂ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ କୋଭିଡ୍ କଟକଣାର ନିୟମ ଅନୁଯାୟୀ ପାଳନ କରାଯାଇଥିବା ବେଳେ ସ୍କୁଲ୍ ପରିବେଶରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବନ୍ଧୁମିଳନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

August 12, 2026

ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କଲେ ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

August 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

August 12, 2026

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.