Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ୧୯ ବର୍ଷରୁ କମ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହେଲେ ଚାଷଙ୍ଗରା ଗ୍ରାମର ଆଶିଷ
ଆଞ୍ଚଳିକ

ଚିଲିକା: ୧୯ ବର୍ଷରୁ କମ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହେଲେ ଚାଷଙ୍ଗରା ଗ୍ରାମର ଆଶିଷ

July 24, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଆଉ ଜଣେ ଯୁବ ଖେଳାଳି ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। ଚିଲିକା ବ୍ଲକ ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ଆଶିଷ ସ୍ଵାଇଁ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। କିଟ୍ ରେ ଆଜିଠୁ ଅଗଷ୍ଟ ୨୩ ତାରିଖ ଯାଏଁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବା ବେଳେ ଏଥିରୁ ଆଗାମୀ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ପାଇଁ ଚୁଡାନ୍ତ ୧୪ ଜଣିଆ ଦଳ ମନୋନୀତ ହେବେ। ବର୍ତ୍ତମାନ ଦେଶର ମୋଟ ୨୧ ଜଣ ମନୋନୀତ ଖେଳାଳିଙ୍କୁ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ରହିଛି।

ତେବେ ଅଗଷ୍ଟ ୨୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇରାନର ତେହେରାନରେ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ଆୟୋଜିତ ହେବ। କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡା. ଅଚ୍ୟୁତ ସାମନ୍ତ ଏବଂ ଓଡିଶା ଭଲିବଲ ଆସୋସିଏସନ ସମ୍ପାଦକ ଡା. ଗଗନେନ୍ଦୁ ଦାଶ ଆଶିଷଙ୍କୁ ଶୁଭେଚ୍ଛା ଜଣାଇବା ସହ ଚୁଡାନ୍ତ ଦଳରେ ସ୍ଥାନ ପାଇବା ନେଇ ଆଶା ବ୍ୟକ୍ତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚାଷଙ୍ଗରା ଗ୍ରାମର ପିତା ଭରତ ସ୍ଵାଇଁ ଏବଂ ଗୀତାଞ୍ଜଳି ସ୍ଵାଇଁଙ୍କ ପୁତ୍ର ଆଶିଷ ଭାଲେରୀ ଉଚ୍ଚ ବିଦ୍ୟାଳୟରରୁ ୨୦୧୯/୨୦ରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଯୁକ୍ତ ଦୁଇର ଦ୍ଵିତୀୟ ବର୍ଷରେ ପାଠ ପଢା ଜାରି ରଖିଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ ସ୍ଥାନୀୟ ଲୋକେ ଗର୍ବ ଅନୁଭବ କରିବା ସହ ଆଶିଷଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପତିତପାବନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

କିଟ୍ ଚାଷଙ୍ଗରା ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026

ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା

September 7, 2026

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

September 6, 2026

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026
Latest News

ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍‌: ଭାରତକୁ ୨ ସ୍ୱର୍ଣ୍ଣ, ୧ ରୌପ୍ୟ

September 9, 2026

BRICS ଶିଖରକୁ ନେଇ ବଢ଼ିଲା ଚର୍ଚ୍ଚା! ଭାରତ ପାଇଁ ମହାମଞ୍ଚ ନା କୂଟନୈତିକ ଚ୍ୟାଲେଞ୍ଜ?

September 9, 2026

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026

କିଟ୍ ନିଷ୍ପତ୍ତି ବଦଳାଇଲା ହକି ଇଣ୍ଡିଆ: ପୁଣି ‘ବ୍ଲୁ ଜର୍ସି’ରେ ଖେଳିବ ଭାରତୀୟ ହକି ଟିମ୍

September 9, 2026

କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.