Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଲା ଟାଙ୍ଗୀ ବ୍ଲକ ସାମ୍ବାଦିକ
ଆଞ୍ଚଳିକ

ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଲା ଟାଙ୍ଗୀ ବ୍ଲକ ସାମ୍ବାଦିକ

August 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପାହାଡ ଜଙ୍ଗଲ ଘେରା ଗ୍ରାମାଂଚଳର ଜନ ସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଅଣ୍ଟା ଭିଡିଛି। ସାମ୍ବାଦିକ ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଉପାନ୍ତ ଅଂଚଳ ନର ମାନବୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି। ଭୁବନେଶ୍ୱରର ନେତ୍ରମ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ମିଳିତ ସହଭାଗିତାରେ ଏହି ଶିବିର ଆୟୋଜନ କରାଯାଇଛି।

ଉକ୍ତ ଶିବିରରେ ଅଭିଜ୍ଞ ଡାକ୍ତର ରାଜ କୁମାର କର ତାଙ୍କ ସହଯୋଗୀ ମାନଙ୍କ ସହ ଯୋଗଦେଇ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରୋଗୀ ମାନଙ୍କର ଚକ୍ଷୁ ଚିକିତ୍ସା କରାଇଛନ୍ତି।
ଛୋଟ ଛୋଟ ପିଲା ମାନଙ୍କର ଚକ୍ଷୁ ସହ ବୟସ୍କ ଲୋକମାନଙ୍କର ଚକ୍ଷୁ ପରୀକ୍ଷା ଏହି ଶିବିରରେ କରାଯାଇଛି।

ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ଚଷମା ପ୍ରଦାନ କରାଯାଇଛି। ଏହା ସହ ଚକ୍ଷୁରେ ଅସ୍ତ୍ରୋପ୍ରଚାର କରିବା ପାଇଁ ରୋଗୀ ମାନଙ୍କୁ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।

ଏହି ଚିକିତ୍ସା ଶିବିରରେ ବାଲୁଗାଁ, ବାଣପୁର, ନାଚୁଣୀ, ଟାଙ୍ଗୀ, କୁହୁଡି, ମଙ୍ଗଳାଯୋଡି ଆଦି ଅଂଚଳରୁ ଲୋକେ ପହଞ୍ଚି ମାଗଣା ଚକ୍ଷୁ ପରୀକ୍ଷା କରାଇଛନ୍ତି। ତେବେ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ରିସ୍ନା ମାନଧାତା, ରାଜ୍ୟ ଖାଉଟି ସୁରକ୍ଷା ସଂଗଠନ ସଭାପତି ସୋମନାଥ ପଟ୍ଟନାୟକ, ନେତ୍ରମ ସଂଯୋଯକ ଉପେନ୍ଦ୍ର ଖୁଣ୍ଟିଆ, ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ସଂଘର ଏଭଳି କାର୍ଯ୍ୟକୁ ଭୁରୁଭୁରି ପ୍ରଶଂସା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘ ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ଉପ ସଭାପତି ମନୋଜ ନାଇଡୁ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରବକ୍ତା ସରୋଜ କୁମାର ପାଇକରାୟ, ଵରିଷ୍ଠ ସାମ୍ଵାଦିକ ବିକ୍ରମ କେଶରୀ ସାହୁ, ବିଭୁତି ଭୁଷଣ ଦାସ, ରାକେଶ ମହାନ୍ତି, କମଳ ଲୋଚନ ପାଇକରାୟ, ସୁଧୀର କୁମାର ବେହେରା, ରଜନୀ କାନ୍ତ ମିଶ୍ର, ରାମ ଚନ୍ଦ୍ର ପରିଡା, ପ୍ରଶାନ୍ତ କୁମାର ବେହେରା, ରାକେଶ କୁମାର ଜଗଦ୍ଦେବ, ଅନନ୍ତ ପ୍ରଧାନ, ଶଙ୍କର ବେହେରା, ସ୍ଥାନୀୟ ଶିକ୍ଷକ ଗୋପାଳ ସେନ ପ୍ରମୁଖ ସହଯୋଗ କରିଥିଲେ।

ଚକ୍ଷୁ ଚିକିତ୍ସା ଶିବିର ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସ୍ୱାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଜିଲ୍ଲାସ୍ତରୀୟ ଜରାୟୁ କର୍କଟ ଟୀକାକରଣର ଶୁଭାରମ୍ଭ

March 2, 2026

ପୁରୀରେ ଏଚପିଭି ଟିକାକରଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 1, 2026
Latest News

ମାଲ ପରିବହନରେ ବୃଦ୍ଧି: ଫେବୃଆରୀରେ ରେଳବାଇର ରାଜସ୍ୱ ୧୪,୫୭୧ କୋଟି

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

March 7, 2026

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026

ମହିଳା ଆୟୋଗଙ୍କ ଦ୍ଵାରା ଜନ ଶୁଣାଣି କାର୍ଯ୍ୟକ୍ରମ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.