Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା-ବାଲୁଗାଁ ରୋଟାରୀ କ୍ଳବ୍ ପକ୍ଷରୁ ଜେଲ୍ ସଂସ୍କାର କାର୍ଯ୍ୟକ୍ରମ
ଆଞ୍ଚଳିକ

ଚିଲିକା-ବାଲୁଗାଁ ରୋଟାରୀ କ୍ଳବ୍ ପକ୍ଷରୁ ଜେଲ୍ ସଂସ୍କାର କାର୍ଯ୍ୟକ୍ରମ

September 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା-ବାଲୁଗାଁ ରୋଟାରୀ କ୍ଳବ୍ ପକ୍ଷରୁ ବାଣପୁର ଉପ- କାରାଗାରରେ ସେପ୍ଟେମ୍ବର ୧୮ ଓ ୧୯ ଦୁଇଦିନ ଧରି କଏଦୀ ମାନଙ୍କ ମଧ୍ୟରେ ଅନେକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୮ ତାରିଖ ପୂର୍ବାହ୍ନରେ କାରାଗାରର ସୁପରିଟେଣ୍ଡେଣ୍ଟ କୋଶଳ ପଦ୍ମିନୀ ଦଳବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରି କାରାଗାରରେ କଏଦୀ ମାନଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କଲ୍ୟାଣ ମୂଳକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।

ରୋଟାରିଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମର ଅତିଥି ଓ ଉପସ୍ଥିତ ରୋଟାରୀଆନ ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କ୍ଳବର ସଭାପତି ରୋଟାରୀଆନ ନମିତା ଝା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ବିଶିଷ୍ଟ ସଙ୍ଗୀତ ଗୁରୁ ଡକ୍ଟର ମାଧବ ଚନ୍ଦ୍ର ପଲେଇ କଏଦୀ ମାନଙ୍କୁ ମାର୍ଗଦର୍ଶନ କରି ମା’ ଭଗବତୀ ଭଜନ ସନ୍ଧ୍ୟା ଅନୁଷ୍ଠାନର ସଙ୍ଗୀତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି ଅବସରରେ କାରାଗାରର ଅନ୍ତେବାସୀ ମାନେ କଣ୍ଠ ସଙ୍ଗୀତ ଗାନ କରି ସମସ୍ତଙ୍କର ମନୋରଞ୍ଜନ କରିଥିଲେ। ଦ୍ଵିତୀୟ ଦିନରେ ନମିତା ଝାଙ୍କ ନେତୃତ୍ୱରେ ମହିଳା ଅନ୍ତେବାସୀଙ୍କ ଦ୍ଵାରା ଝୋଟି ପ୍ରଦର୍ଶନ ଓ ପୁରୁଷ ଅନ୍ତେବାସୀମାନେ ଭଲିବଲ, ବ୍ୟାଡମିଣ୍ଟନ, ଚେସ, କ୍ୟାରମ୍ ଆଦି ଖେଳ ଖେଳି ଥିଲେ। ଅପରାହ୍ନରେ ଆୟୋଜନ ହୋଇଥିବା ପୁରସ୍କାର ବିତରଣ ଉତ୍ସବରେ ସଭାପତି ନମିତା ଝା, ରୋଟରିଆନ ପ୍ରଫେସର ସୁଜାତା ପ୍ରଧାନ, ପ୍ରାକ୍ତନ ସଭାପତି ନିରଜ୍ ଝା, ରୋଟାରୀଆନ୍ ସୁରେନ୍ଦ୍ର ସ୍ବାଇଁ, ଭାଗିରଥି ସ୍ବାଇଁ, ପୁଷ୍ପାଞ୍ଜଳି ବାରିକ, ସମ୍ପାଦକ ଗଜେନ୍ଦ୍ର ସେଠୀ, ଏସ କେ ନାଇଡୁ, ଜେଲ୍ ଫାର୍ମାସିଷ୍ଟ ମୀରାବାଇ ସାହୁଙ୍କ ସହ ବହୁ ସଭ୍ୟ ଯୋଗଦେଇ ଦୁଇଦିନର କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ପୁରସ୍କାର ବିତରଣି ଉତ୍ସବରେ ସହକାରୀ ଜେଲର ରମେଶ ସେଠୀ, ୱାର୍ଡର ଜୟକୃଷ୍ଣ ସାହୁ, ଆରକ୍ଷୀ ବନମାଳୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ସଙ୍ଗୀତ କାର୍ଯ୍ୟକ୍ରମରେ ଜେଲ୍ ଅନ୍ତେବାସୀ ବିନାୟକ ରଣା, ନାରାୟଣ ପ୍ରଧାନ, ବିକାଶ ସାହା ଚମତ୍କାର କଣ୍ଠ ସଙ୍ଗୀତ ପରିବେଷଣ କରି ପୁରସ୍କାର ଗ୍ରହଣ କରିବା ସହ ଅନ୍ୟ ଅନ୍ତେବାସୀମାନଙ୍କୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଥିଲା। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଆୟୋଜକ ଓ ଅନ୍ତେବାସୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ଚିଲିକା-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

February 10, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.