Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନବୀନ ସରକାର ଆମର ପୈତୃକ ଜମିବାଡ଼ି ବଳପୂର୍ବକ ଛଡ଼ାଇ ନେଇଛନ୍ତି: ବିଧାୟକ ସୁର ରାଉତରାୟ
ଆଞ୍ଚଳିକ

ନବୀନ ସରକାର ଆମର ପୈତୃକ ଜମିବାଡ଼ି ବଳପୂର୍ବକ ଛଡ଼ାଇ ନେଇଛନ୍ତି: ବିଧାୟକ ସୁର ରାଉତରାୟ

November 10, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଜଟଣୀ ମ୍ୟୁନିସିପାଲିଟି ଏବଂ ତତ୍ ସଂଲଗ୍ନ ୨୭ଟି ଗ୍ରାମର ଅଧିବାସୀମାନଙ୍କର ପୈତୃକ ଘରଡ଼ିହ ଓ ଜମିବାଡ଼ିକୁ ନବୀନ ସରକାର ବଳପୂର୍ବକ ଛଡ଼େଇ ନେଇଛନ୍ତି।

ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି ଯେ, ନବୀନ ସରକାର ତାଙ୍କର ଅଫିସରଙ୍କ ଜରିଆରେ ଜଟଣୀ ଲୋକଙ୍କର ପୈତୃକ ଜମିଜମାକୁ ୨୦୧୨ ମସିହାରୁ ଚକ୍ରାନ୍ତ କରି ଜଗନ୍ନାଥ ଜମିରେ ପରିଣତ କରିଛନ୍ତି। କାଳ କାଳ ଧରି ଏହି ସମ୍ପତ୍ତି ତାଙ୍କ ପୂର୍ବପୁରୁଷ ଏବଂ ଏବେ ତାଙ୍କ ନାମରେ ଥିଲା। ମାତ୍ର ୨୦୧୨ ମସିହାରେ ସରକାରୀ ଚକ୍ରାନ୍ତର ଶିକାର ହୋଇ ଏହି ଜମିର ସତ୍ତ୍ୱ ସବୁ ପରିବର୍ତ୍ତନ କରାଯାଇଛି। ଜଣେ ଆଇ.ଏ.ଏସ୍ ଅଫିସର ଏବଂ ଜଣେ ସେଟଲମେଣ୍ଟ ଅଫିସର ସରକାରଙ୍କ ମୁଖିଆଙ୍କ ପ୍ରରୋଚନାରେ ଏପରି କାର୍ଯ୍ୟ କରିଛନ୍ତି। ଏହାଦ୍ୱାରା ପ୍ରାୟ ୭ ଲକ୍ଷ ନିରୀହ ଲୋକ ପ୍ରଭାବିତ ହୋଇଛନ୍ତି। ଜଟଣୀ ମ୍ୟୁନିସିପାଲିଟି ସହ ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢାପଡ଼ା, ଭଁସର, ହରିରାଜପୁର, କନ୍ତିଆ, ରଥିପୁର, କୁସୁମାଟି, ଛଣଘର, ଗେଲସୁଆଁ ଓ କୁଦିଆରୀ ପ୍ରଭୃତି ଗ୍ରାମର ଲୋକ ୯ ବର୍ଷ ହେବ ନବୀନ ସରକାରଙ୍କୁ ଗୁହାରୀ କରି ଆସୁଛନ୍ତି। ମାତ୍ର ନବୀନ ସରକାର ଭୂଆଁ ବୁଲାଉଛନ୍ତି। ଏହା ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯିବା ଫଳରେ ଏଠାରେ କୌଣସି ସରକାରୀ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାର ସୁବିଧା ଏଠାକାର ବାସିନ୍ଦା ଉପଲବ୍ଧ ହୋଇପାରୁ ନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ । ମଶାଣୀ, ମେଳଣ ପଡ଼ିଆ ଓ ଖେଳପଡ଼ିଆର ବିକାଶ ପାଇଁ ସରକାରୀ ଯୋଜନାରେ ଅର୍ଥ ବିନିଯୋଗ ହୋଇପାରୁନି। କମ୍ୟୁନିଟି ସେଣ୍ଟର ହୋଇପାରୁନି। ଲୋକେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା, ପାଠପଢା ଓ ଚିକିତ୍ସା ପାଇଁ ଆବଶ୍ୟକସ୍ଥଳେ ନିଜର ପୈତୃକ ଜମି ବିକ୍ରୟ କରିପାରୁ ନାହାଁନ୍ତି। ୨୦୧୨ ମସିହା ପରେ ନବୀନ ସରକାର ଆମ୍ଭଙ୍କୁ ନିସ୍ୱଃ କରିଦେଇଛନ୍ତି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି।

ଶ୍ରୀ ରାଉତରାୟ ନିଜେ ଏବଂ ‘ଜଟଣୀ ସ୍ଥିତିବାନ ଏଖରାଜତ ମାହାଲ ପରିବର୍ତ୍ତିତ ଜଗନ୍ନାଥ ଜମି କ୍ଷତିଗ୍ରସ୍ତ ମଞ୍ଚ’ ପକ୍ଷରୁ ବାରମ୍ବାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚସିବ, ୫-ଟି ସଚିବ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ଡ଼େଭଲପମେଣ୍ଟ କମିଶନର, ଆଇନ ମନ୍ତ୍ରୀ, ଆଇନ ସଚିବଙ୍କୁ ଅନେକଥର ସାକ୍ଷାତ କରି ସମାଧାନ ପାଇଁ ନିବେଦନ କରାଯାଇଥିଲା । ଶେଷରେ ନବୀନ ନିବାସ ଆଗରେ ଆତ୍ମଦାହ ପାଇଁ ଚେତାବନୀ ଦେବା ପରେ ନବୀନ ସରକାର ଘଟଣାର ତୁରନ୍ତ ବିଚାର ପାଇଁ ପ୍ରତିଶ୍ରୁତି ଦେଲେ। ଏବେ ରାଜସ୍ୱ ସଚିବଙ୍କ ତତ୍ତ୍ୱାବଧାନରେ ଏକ ମିଟିଂ ହୋଇଥିଲା। ତୃଟି ସଂଶୋଧନ କରି ଅସଲ ଜମି ମାଲିକଙ୍କୁ ତାଙ୍କର ଜମି ଫେରାଇ ଦେବାକୁ ସବ୍ କମିଟି ମାଧ୍ୟମରେ ଏକ ରେଜ୍ୟୁଲେସନ ହେଲା, ଯେଉଁଥିରେ କି ରାଜସ୍ୱମନ୍ତ୍ରୀ, ରାଜସ୍ୱ ସଚିବ, ଆଇନ ମନ୍ତ୍ରୀ, ଆଇନ ସଚିବ, ଅତିରିକ୍ତ ରାଜସ୍ୱ ସଚିବ ଏବଂ ଆଡ଼ଭୋକେଟ ଜେନେରାଲ ମଧ୍ୟ ସ୍ୱାକ୍ଷର କରିଛନ୍ତି। ଆମ୍ଭେମାନେ ବିଶ୍ୱାସ ରଖିଲୁ ଯେ, ମୁଖ୍ୟ ଶାସନ ସଚିବ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହାର ଚୂଡ଼ାନ୍ତ ଘୋଷଣା କରିବେ। ମାତ୍ର ଦୁଃଖର ବିଷୟ ଏହିକି ଯେ, ମୁଖ୍ୟ ଶାସନ ସଚିବ ଚଞ୍ଚକତା କରି ସମସ୍ତ କାଗଜପତ୍ର ଉପରେ ପୁନଃ ବିଚାର ପାଇଁ ପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ପାଖକୁ ପଠାଇଛନ୍ତି। ଏହାକୁ ବିଶ୍ୱାସଘାତକତା ଛଡ଼ା କଣ ହୋଇପାରେ?

ସୁତରାଂ ଆଜିର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଉଛି ଯଦି ନବୀନ ସରକାର ନିଜର ତୃଟି ସଂଶୋଧନ କରି ପ୍ରଭୁ ଜଗନ୍ନାଥଙ୍କ ନାମରୁ ଅସଲ ଜମି ମାଲିକଙ୍କୁ ତାଙ୍କର ଜମି ୨ମାସ ଭିତରେ ଫେରସ୍ତ ନକରନ୍ତି, ତେବେ କ୍ଷତିଗ୍ରସ୍ତ ଜଟଣୀବାସୀ ହଜାର ହଜାର ସଂଖ୍ୟାରେ ନବୀନ ନିବାସ ଘେରାଉ କରିବେ। ପରିଣତ ପାଇଁ ନବୀନ ସରକାର ଦାୟୀ ରହିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ଜଟଣୀର ଅଶୋକ ମଙ୍ଗରାଜ, ବିବେକାନନ୍ଦ ବଡ଼ଜେନା, ଜୟକୃଷ୍ଣ ମଲିଆ, ନୌସରୀ ଅଲ୍ଲୀ, ବୃନ୍ଦାବନ ସାହୁ, ବିଷ୍ଣୁପ୍ରସାଦ ସାହୁ, ରାକେଶ କୁମାର ଦାସ, ପ୍ରମୋଦ କୁମାର ପ୍ରଧାନ, ପ୍ରମୋଦ ସାମନ୍ତସିଂହାର, ଭିକ୍ଷାକାରୀ ସାହୁ, ସୁବାସ ଚନ୍ଦ୍ର ସାହୁ, ତ୍ରିଲୋଚନ ପ୍ରଧାନ ଓ ସୁଧାଂଶୁ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ନବୀନ ସରକାର ବିଧାୟକ ସୁର ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026
Latest News

ନୂତନ ଏଲପିଜି ସଂଯୋଗ ଉପରେ ଆଉ କେତେ ଦିନ ପ୍ରତିବନ୍ଧକ?: ଜାଣନ୍ତୁ

August 27, 2026

ବରଫ ତଳେ ବିପଦର ବିସ୍ଫୋରଣ: GLOF ନେଇ ବଢୁଛି ଚିନ୍ତା

August 27, 2026

ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 27, 2026

ପର୍ଯ୍ୟାପ୍ତ ପିଆଜ ଉପଲବ୍ଧତା ଏବଂ ଋତୁକାଳୀନ ଦରବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରଙ୍କ ସକ୍ରିୟ ପଦକ୍ଷେପ

August 27, 2026

ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.