Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆସୁଛି ବାତ୍ୟା!, ଜଳବନ୍ଦୀରେ ରହିବ ବାଣପୁର, ପ୍ରଶାସନର କାଦୁଅ ଫିଙ୍ଗା ନୀତିରୁ କେବେ ମୁକ୍ତି ପାଇବେ ଜନତା?
ଆଞ୍ଚଳିକ

ଆସୁଛି ବାତ୍ୟା!, ଜଳବନ୍ଦୀରେ ରହିବ ବାଣପୁର, ପ୍ରଶାସନର କାଦୁଅ ଫିଙ୍ଗା ନୀତିରୁ କେବେ ମୁକ୍ତି ପାଇବେ ଜନତା?

December 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହର ସତେ ଯେମିତି ପ୍ରଶାସନ ପାଇଁ ଅଲୋଡ଼ା ହୋଇପଡିଛି। ଏଠି ପ୍ରତି ମାସରେ ଜିଲ୍ଲା ଅଧିକାରୀ ମାନେ ତୁହାକୁ ତୁହା ସରକାରୀ ଗସ୍ତ ଜାରି ରଖୁଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହିବା ପରି ମନେ ହେଉଛି। ସହରର ଉନ୍ନତିକରଣ ପାଇଁ କାହାରି ଆନ୍ତରିକତା ନଥିବା ପରି ଲାଗୁଛି।

ତେବେ ଗସ୍ତ ସମୟରେ ସହରର ଜଳବନ୍ଦୀ ସମସ୍ୟା କାହାକୁ ନଦିଶିବା ସହଜରେ ହଜମ ହେଉନି। ଏଠି ସ୍ଥାନୀୟ ପ୍ରଶାସନ କଥା ନକହିବା ଭଲ। ଏଠି କାହାର କାହା ସହ ତାଳ ମେଳ ରହୁନି। ସବୁ କଥାରେ ପୂର୍ତ୍ତ ବିଭାଗ ଏନଏସି କୁ ଦୋଷ ଦେଉଥିବାବେଳେ ଏନଏସି ମଧ୍ୟ ଅନୁରୂପ ଭାବେ ସମାନ ଆରୋପ ଲଗାଉଛି। ତେବେ ଏଥିରେ ଖୋଦ ତହସିଲଦାର ମଧ୍ୟ ଚୁପ।

ଯଦି ତହସିଲଦାର ଚାହିଁବେ, ତେବେ ସମସ୍ୟାର ସମାଧାନ ହୋଇପାରନ୍ତା। କିନ୍ତୁ ତାଙ୍କର ବି ସେମିତି ଆଖି ଦୃଶିଆ ପଦକ୍ଷେପ ଦେଖାଯାଉନି। ଆମେ ଏଠି କହୁଛୁ ବାଣପୁର ଏନଏସି ଅନ୍ତର୍ଗତ ଚିଆଁକ ସାହି ଛକଠାରୁ ବାଣପୁର ଥାନା ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତା କଥା।

ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ମଧ୍ୟ ପୂର୍ତ୍ତ ବିଭାଗ ପାଖରେ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ପୂର୍ତ୍ତ ବିଭାଗ ଉପରେ ବର୍ତ୍ତମାନ ଭାରି ପଡୁଛନ୍ତି ଜନୈକ ଠିକାଦାର ମହାଶୟ। ବିଭାଗୀୟ ଅଧିକାରୀଙ୍କ କହିବା କଥା ଠିକାଦାର ଆମ କଥା ଶୁଣୁନାହାନ୍ତି, ଯାହାଦ୍ୱାରା ଉକ୍ତ ରାସ୍ତାରେ ପାଣି କଟିବା ପାଇଁ ଅସ୍ଥାୟୀ ଡ୍ରେନେଜ ହେଇପାରୁନାହିଁ।

ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ଠିକାଦାର କିପରି ଏତେ ବଡ଼ ସରକାରୀ ବିଭାଗ ଉପରେ ଭାରି ପଡୁଛନ୍ତି? କଣ ପାଇଁ ବିଭାଗ ଠିକାଦାରଙ୍କ ଉପରେ କାର୍ଯ୍ୟରେ ଅବହେଳା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ? ବିଗତ ଦିନରେ ବାରମ୍ବାର ଗଣମାଧ୍ୟମରେ ଖବର ବାଜିବା ପରେ ଗତ ଜୁନ ମାସରେ ପୂର୍ତ୍ତବିଭାଗ ବର୍ଷାଜଳ ନିଷ୍କାସନ ନିମନ୍ତେ ପାଣ୍ଡିରୀପଦର ଛକରୁ ସାରଳା ବିହାର କେନାଲ ଯାଏଁ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରିଥିଲା।

କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ଡ୍ରେନକୁ ପୁଣି ସ୍ଥାନୀୟ ବାସିନ୍ଦାମାନେ ନିଜ ସ୍ୱାର୍ଥଲାଗି ପୋତିଦେଲେଣି। ଯାହାଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା କଥା ଉକ୍ତ ୨୮୦ ମିଟର ଲମ୍ବ ଅସ୍ଥାୟୀ ଡ୍ରେନର ବଜେଟ ପାଖାପାଖି ୫ ଲକ୍ଷ ଟଙ୍କା ହେବ।

ତେବେ ଆଜି ରାତ୍ରିରୁ ସାମ୍ଭାବ୍ୟ ବାତ୍ୟା ‘ଜୱାଦ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ କହିଥିବା ବେଳେ ପୁଣି ବାଣପୁର ସହର ଜଳମଗ୍ନ ହେବ ଏଥିରେ ସନ୍ଦେହ ନାହିଁ। ପୁଣି ପୂର୍ତ୍ତବିଭାଗ ମୁକ ପାଲଟିବ ଏବଂ କହିବ ବର୍ଷା ଛାଡିଲେ ଅସ୍ଥାୟୀ ଡ୍ରେନ ନିର୍ମାଣ କାର୍ଯ୍ୟ କରାହେବ। ବିଗତ ଛଅ ମାସରୁ ପୂର୍ତ୍ତବିଭାଗ ଏହି ଗୋଟାଏ ସଂଳାପ କହୁଥିବାବେଳେ ଏପର୍ଯ୍ୟନ୍ତ ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନକରିବା ନିନ୍ଦନୀୟ।

ଖୋଦ ଜିଲ୍ଲାପାଳ ମହୋଦୟ ଗତ ମାସରେ ବାଣପୁର ଗସ୍ତରେ ଆସିଥିବା ବେଳେ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇଦେଉଛନ୍ତି। ବାତ୍ୟା ପୂର୍ବରୁ ପୂର୍ତ୍ତବିଭାଗ ଓ ଏନଏସି ପ୍ରଶାସନ ଯଦି ଆଗୁଆ ପଦକ୍ଷେପ ସ୍ୱରୂପ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନକରନ୍ତି ତେବେ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ବାଣପୁର ସହର ପୁଣି ଏକ ଜଳାଶୟରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ।

ଆସୁଛି ବାତ୍ୟା ଜଳବନ୍ଦୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Latest News

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026

ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.