Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କଳାହାଣ୍ଡି: ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ
ଆଞ୍ଚଳିକ

କଳାହାଣ୍ଡି: ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

December 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଥିବା ରକ୍ଷକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟଠାରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବାରେ ତାଲିମ ଦିଆଯାଇଥିବା “ରକ୍ଷକ” ସଦସ୍ୟମାନଙ୍କୁ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ  ରକ୍ଷକର ରାଷ୍ଟ୍ରୀୟ ପ୍ରଶିକ୍ଷକ ଅଙ୍କୁର ଶର୍ମା ରକ୍ଷକ ପ୍ରକଳ୍ପ ମାଧ୍ୟମରେ ଦୁର୍ଘଟଣା ମାତ୍ରା ହ୍ରାସ କରିବା ସହ ଅମୂଲ୍ୟ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଭବାନୀପାଟଣା ପୋଲିସ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ର ଶେଖର ଶବର ପ୍ରଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରାମ ନିବାସ ସିରୀକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ପ୍ରଶିକ୍ଷକ ରତିକାନ୍ତ ନାଥଙ୍କ ତତ୍ତ୍ବାବଧାନରେ କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରୁ ପ୍ରଶିକ୍ଷାର୍ଥୀ ଭାବେ ସଂଜିବ କୁମାର ସାହୁ, ଶାନ୍ତନୁ କୁମାର ପରିଡା, ଦଇତାରି ପୁଜାରୀ, ରାମ ନାରାୟଣ ଦାଶ,ନାରାୟଣ ପ୍ରଧାନ, ମଦନ ମୋହନ ପ୍ରଧାନ,ଶିବ ପ୍ରସାଦ ସା, ପଲ୍ଲୀଶ୍ରୀ ପଟ୍ଟନାୟକ, ରଜନୀକାନ୍ତ ଜେନା, ରାଧାରାଣୀ ନାୟକ, ଭବାନୀ ଶଙ୍କର ପଣ୍ଡା, ସଂଜୟ କୁମାର ପୁରୋହିତ, ଗିରିରାଜ ଗହୀର, ସୁଧିର କୁମାର ପଣ୍ଡା, ବିଶ୍ବ ରଂଜନ ବେହେରା, ସୁଶାନ୍ତ କୁମାର ସାହୁ, ଅନୀଲ କୁମାର ମାଝୀ, ଗୋବିନ୍ଦ ବ୍ରହ୍ମା, ସୁଦାମ ଚରଣ ମିଶ୍ର, ମିଲନ କିଶୋର କୁମାର, ଦୁର୍ଯୋଧନ ପଶାୟତ, ରଶ୍ମୀ ରାଣୀ ଦାଶ, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦା, ଅନିଲ କୁମାର ସା, ବିରଞ୍ଚି ନାରାୟଣ ଦାଶ, ଜୟଦେବ ବେହେରା, ଡମ୍ବରୁ ଧର ମାଝୀ, ନେତ୍ରାମ ହଂସ, ମୋହନ ଚରଣ ବିଷି ପ୍ରମୁଖ ରେଡକ୍ରସ ପରାମର୍ଶଦାତା, ପୋଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ସଂଗଠନର ଅଧିକାରୀମାନଙ୍କୁ  ରକ୍ଷକ ତାଲିମ ପ୍ରମାଣ ପତ୍ର ଓ ପ୍ରାଥମିକ ଚିକିତ୍ସା କିଟ୍ ପ୍ରଦାନ କରାଯାଇଥିଲା।

ଏହି ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀମାନେ ଆଗାମୀ ଦିନରେ ବିଭିନ୍ନ ବର୍ଗର ଲୋକଙ୍କୁ ତାଲିମ ପ୍ରଦାନ କରିବେ ଓ ସେମାନେ ସଡକ ଦୁର୍ଘଟଣାରେ ଆହତମାନଙ୍କୁ ସୁରକ୍ଷା ପ୍ରଦାନ କରି “ରକ୍ଷକ” ସାଜିବେ।

କଳାହାଣ୍ଡି ତାଲିମ କାର୍ଯ୍ୟକ୍ରମ ରକ୍ଷକ ସଡକ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Latest News

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.