Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତ୍ଵରିତ ପଦକ୍ଷେପ: ଚିଲିକାର ଗରିବ ରୋଗିଙ୍କୁ ବଢାଇଲେ ସହାୟତାର ହାତ
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତ୍ଵରିତ ପଦକ୍ଷେପ: ଚିଲିକାର ଗରିବ ରୋଗିଙ୍କୁ ବଢାଇଲେ ସହାୟତାର ହାତ

January 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଗରିବ ରୋଗିଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସହାୟ ହୋଇଛନ୍ତି। ଉକ୍ତ ରୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇଛନ୍ତି।

ସୂଚନା ମୁତାବକ ଆଜି ସକାଳେ ‘ସମୀକ୍ଷା’ ରେ ‘ମା’ ର ଚିକିତ୍ସା ପାଇଁ ଗରିବ ପୁଅର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ’ ଶୀର୍ଷକରେ ଏକ ଖବର ପ୍ରସାରଣ କରାଯାଇଥିଲା। ଯେଉଁଥିରେ କି ଚିଲିକା ବ୍ଲକ୍ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତ ଗୋଡ଼ି ସାହିରେ ବସବାସ କରୁଥିବା ଭାସ୍କର ପୃଷ୍ଟିଙ୍କ ପତ୍ନୀ ପ୍ରଫୁଲୀ ପୃଷ୍ଟି ଆଜକୁ ଦୀର୍ଘ ୮ ବର୍ଷ ଧରି ଟ୍ୟୁମର ରୋଗରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କ ଗରିବ ପୁଅ ଚିକିତ୍ସାପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଥିଲେ।

ତେବେ ଖବରକୁ ଗୁରୁତର ସହ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଅପରାହ୍ନରେ ପ୍ରଫୁଲୀଙ୍କ ଚିକିତ୍ସା ନିମନ୍ତେ ଓସୱାସ ଜରିଆରେ ରେଡ଼କ୍ରସ ପାଣ୍ଠିରୁ ତୁରନ୍ତ ୧୦ ହଜାର ଟଙ୍କାର ସହାୟତା ରାଶି ଅନୁମୋଦନ କରିଛନ୍ତି ଜିଲ୍ଲାପାଳ। ଏ ନେଇ ଜିଲ୍ଲାପାଳ ଆମ ଚିଲିକା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ଉକ୍ତ ଅର୍ଥରାଶି ଆସନ୍ତାକାଲି ରୋଗୀଙ୍କ ନିକଟକୁ ପହଂଚିବ ବୋଲି ଜଣାପଡିଛି।

ସେହିପରି ଭାବେ ରୋଗିଙ୍କୁ ଚିକିତ୍ସା ପାଇଁ ମୁଖମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ଯୋଜନାରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଆବେଦନ ପରେ ଜିଲ୍ଲାପାଳ ରୋଗୀଙ୍କ ଚିକିତ୍ସାପାଇଁ ଯଥାସମ୍ଭବ ଅନୁଦାନ ଅନୁମୋଦନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ତେବେ ଜିଲ୍ଲାପାଳଙ୍କ ଉକ୍ତ ତ୍ଵରିତ ପଦକ୍ଷେପକୁ ସମସ୍ତ ଚିଲିକାବାସି ଭୂୟସୀ ପ୍ରଶଂସା କରିଛନ୍ତି। ଅନୁରୂପ ଭାବେ ରୋଗୀଙ୍କ ପରିବାର ପକ୍ଷରୁ ‘ସମୀକ୍ଷା’ ମାଧ୍ୟମରେ ଜିଲ୍ଲାପାଳଙ୍କୁ କୃତଜ୍ଞତା ମଧ୍ୟ ଜ୍ଞାପନ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025

ବାଲୁଗାଁ: ରେଡକ୍ରସ ପକ୍ଷରୁ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର

November 15, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

November 15, 2025

ବାଣପୁର ଓକିଲ ସଂଘର ୪୬ ତମ ବାର୍ଷିକ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

November 14, 2025
Latest News

ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ ଗିଲ: ପ୍ରଥମ ଟେଷ୍ଟରେ ଖେଳିପାରିବେନି ଅଧିନାୟକ

November 16, 2025

ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ମେଦବହୁଳ, ସରଳ ଓଜନ ହ୍ରାସ ଟିପ୍ସ ପ୍ରଦାନ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

November 16, 2025

ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କ ରହିଛି ବଡ ଭୂମିକା, ଜାଣନ୍ତୁ କେଉଁ ସମୟରେ କଣ କଲେ ମିଳିବ ସୁଖ ସମୃଦ୍ଧି

November 16, 2025

CII Partnership Summit: ଆନ୍ଧ୍ର ପ୍ରଦେଶକୁ ମିଳିଲା 11 ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ

November 16, 2025

ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ଚାହୁଁଛନ୍ତି କି?: ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ବାଣୀ

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.