Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ
ଆଞ୍ଚଳିକ

ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ

January 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଆଜି ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ
କରାଯାଇଛି । ସାରା ଦେଶରେ କୋଭିଡ୍‌-୧୯ ତୃତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ କୋଭିଡ୍‌ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ବିପ୍ଳବୀ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

ପରାଧୀନ ଭାରତରେ ସର୍ବଦା ବିପ୍ଳବର ସ୍ୱର ଝଂକୃତ ହୋଇଥିବାବେଳେ ବହୁ ମହାନ ବିପ୍ଳବୀଙ୍କର ଆବିର୍ଭାବ ହୋଇଛି । ସେମାନଙ୍କ ମଧ୍ୟରେ ମହାନ ବିପ୍ଳବୀ ଚକରା ବିଷୋୟୀ ଅନ୍ୟତମ । ତତ୍‌କାଳୀନ ଘୁମୁସୁର ରାଜ୍ୟ ଥିଲା ପ୍ରଭାବଶାଳୀ ଏବଂ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ । ବ୍ରିଟିଶରମାନଙ୍କଠାରୁ ଜନ୍ମଭୂମିକୁ ସୁରକ୍ଷିତ ରଖିବା ପାଇଁ ବିପ୍ଳବର ଅଗ୍ନିଶିଖାକୁ ସ୍ୱାଧୀନଚେତା ତଥା ଦୁର୍ଦ୍ଦର୍ଷ ଆଦିବାସୀମାନଙ୍କ ମଧ୍ୟରେ ଜାଗୃତ କରିବାରେ ବିପ୍ଳବୀ ଚକରା ବିଷୋୟୀ ନେତୃତ୍ୱ ନେଇଥିଲେ ।

ଜନ୍ମମାଟିର ସୁରକ୍ଷା ପାଇଁ ତାଙ୍କର ତ୍ୟାଗ, ଦେଶଭକ୍ତି, ସଂଘର୍ଷ, ବଳିଦାନ ଓ ବୀରତ୍ୱର ଗାଥା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ଶା ରିଭୁ୍ୟର ସଂପାଦକ ଡକଫର ଲେନିନ୍‌ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ ଏବଂ ସନ୍ତୋଷ କୁମାର ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଚକରା ବିଷୋୟୀ ସୂଚନା ଓ ଲୋକସଂପର୍କ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026

ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା

April 12, 2026

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026
Latest News

ଆଜି ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି: ଜାଣନ୍ତୁ ପୂଜା କରିବାର ବିଧି

April 14, 2026

ଆଜି ହେଉଛି ବିଷୁବ ସଂକ୍ରାନ୍ତି: ଏହିଦିନ ପାଞ୍ଚଟି ରାଶି ପାଇଁ ରହିଛି ଖୁସି ଖବର

April 14, 2026

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026

ବ୍ୟବସ୍ଥିତ ଢଙ୍ଗରେ ଗଣତି ଚାଲିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

April 14, 2026

ନୋଏଡାରେ ଶ୍ରମିକ ପ୍ରତିବାଦ ସମୟରେ ହିଂସା କିପରି ଉପୁଜିଲା?

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.