Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶାନ୍ତିପୂର୍ଣ୍ଣ ଭାବେ ସରିଲା ବାଣପୁର ବ୍ଲକରେ ମତଦାନ, ଭୋଟରଙ୍କୁ ଧନ୍ୟବାଦ ଦେଲେ ବାଲୁଗାଁ ଏସଡିପିଓ
ଆଞ୍ଚଳିକ

ଶାନ୍ତିପୂର୍ଣ୍ଣ ଭାବେ ସରିଲା ବାଣପୁର ବ୍ଲକରେ ମତଦାନ, ଭୋଟରଙ୍କୁ ଧନ୍ୟବାଦ ଦେଲେ ବାଲୁଗାଁ ଏସଡିପିଓ

February 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶାନ୍ତିପୂର୍ଣ୍ଣ ଭାବେ ସରିଲା ବାଣପୁର ବ୍ଲକରେ ମତଦାନ, ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ବାଲୁଗାଁ ଏସଡିପିଓ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଶେଷ ହେଲା ଗଣତନ୍ତ୍ରର ମହାପର୍ବ ପଞ୍ଚାୟତ ନିର୍ବାଚନ। ବାଣପୁର ବ୍ଲକ ଜିଲ୍ଲା ରାଜନୀତିରେ ପ୍ରମୁଖ ଭୁମିକା ନିଭାଉଥିବା ବେଳେ ସମସ୍ତଙ୍କ ଆଖି ଥିଲା ଏଠାକାର ପଞ୍ଚାୟତ ନିର୍ବାଚନ ଉପରେ। ପୁର୍ବରୁ ଉକ୍ତ ବ୍ଲକରେ ଶାସକ ଦଳର ଦୁଇ ଛାମୁଆ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି ହେଉ କିମ୍ବା ଶାସକ ବିରୋଧୀ କର୍ମୀ ମୁହାଁମୁହିଁ ସଦାବେଳେ ରାଜନୈତିକ ତିକ୍ତତା ଲାଗି ରହିଆସୁଛି।

ଏହି ପରିସ୍ଥିତିରେ ବାଣପୁରରେ ଶାନ୍ତିଶୃଙ୍ଖଳା ଭାବେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରିବା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିବାବେଳେ ଏହାକୁ ସଫଳତାର ସହ ପାର କରିପାରିଛି ଜିଲ୍ଲା ପୋଲିସ ପ୍ରଶାସନ। ଆଜି ବାଣପୁରରେ ସମ୍ପୂର୍ଣ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି ପଞ୍ଚାୟତ ନିର୍ବାଚନ। ବ୍ଲକରେ ସମୁଦାୟ ୬୮.୮୩ ପ୍ରତିଶତ ମତଦାନ ଅନୁଷ୍ଠିତ ହୋଇଥିବାର ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ‘ସମୀକ୍ଷା’ ମାଧ୍ୟମରେ ବାଣପୁରବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ l ଗଣତନ୍ତ୍ରରେ ଜନତା ଜନାର୍ଦନ ହିଁ ସବୁକିଛି ବୋଲି କହିଛନ୍ତି ଏସଡିପିଓ। ପୋଲିସର ଅନୁରୋଧକୁ ରକ୍ଷା କରି ଉକ୍ତ ନିର୍ବାଚନକୁ ସଫଳ କରିବା ଦିଗରେ ବାଣପୁର ବାସି ସମ୍ପୃର୍ଣ ସହଯୋଗ କରିଥିବାରୁ ଭୋଟରକୁ ପ୍ରଶଂସା କରିଛନ୍ତି ଶ୍ରୀ ବାରିକ।

ସୂଚନା ଥାଉକି ବାଣପୁର ବ୍ଲକରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଥିଲା l ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦେଶକ୍ରମେ ଏବଂ ଅତିରିକ୍ତ ଏସପି ସୁରେଶ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ କରାଯାଇଥିଲା ବାଣପୁର ବ୍ଲକ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ , ଯାହାର ମଙ୍ଗ ଧରିଥିଲେ ଖୋଦ ବାଲୁଗାଁ ଏସଡିପିଓ। ନିର୍ବାଚନ ପାଇଁ ସମଗ୍ର ବାଣପୁର ବ୍ଲକକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିଲା।

ବ୍ଲକର ସତର ଗୋଟି ପଞ୍ଚାୟତରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ଡ଼ିଏସପି ସୁଜିତ କୁମାର ପଣ୍ଡା, ଡ଼ିଏସପି ନିରୁପମା ମଲ୍ଲିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଅତିରିକ୍ତ ଆଇଆଇସି କାଁହୁଚରଣ ସ୍ୱାଇଁ, ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ, ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରା, କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ, ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ମାଧବାନନ୍ଦ ବସ୍ତିଆ, ଗମ୍ଭାରୀମୁଣ୍ଡା ବିଟହାଉସ ଅଧିକାରୀ ହାଡିବନ୍ଧୁ ନାୟକ, ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନିରାକାରପୁର ଥାନାର ସମସ୍ତ ଏସଆଇ, ଏଏସଆଇ ଏବଂ 10 ପ୍ଲାଟୁନ ପୋଲିସ ଫୋର୍ସକୁ ନିୟୋଜିତ କରାଯାଇଥିଲା l ତେବେ ନିର୍ବାଚନରେ କୌଣସି ପ୍ରକାର ହିଂସା ଘଟିନଥିବାର ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ବାରିକ।

ବାଣପୁର ବ୍ଲକ ବାଲୁଗାଁ ଏସଡ଼ିପିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

“ନିର୍ଦ୍ଦେଶ କାହାର ଥିଲା?”: ଫର୍ମ-୬ ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

October 1, 2026

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.