Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତୃତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହେଲା ମତଦାନ: ଚିଲିକାରେ ୯୬ ହଜାରରୁ ଉର୍ଦ୍ଧ୍ଵ ଭୋଟର ସାବ୍ୟସ୍ତ କରିବେ ଅଧିକାର
ଆଞ୍ଚଳିକ

ତୃତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହେଲା ମତଦାନ: ଚିଲିକାରେ ୯୬ ହଜାରରୁ ଉର୍ଦ୍ଧ୍ଵ ଭୋଟର ସାବ୍ୟସ୍ତ କରିବେ ଅଧିକାର

February 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଖୋରଧା ଜିଲ୍ଲା ଚିଲିକା ବ୍ଲକରେ ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି।

ଭୋଟିଂ କାର୍ଯ୍ୟ କିଭଳି ସୁରୁଖୁରୁରେ ସଂପାଦନ କରାଯିବ ସେ ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ସ୍ଥାନୀୟ ବ୍ଲକ୍ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ୧୭ ଟି ପଂଚାୟତରେ ମୋଟ ୨୨୫ ବୁଥ୍ ରହିଛି। ୨୨୫ ବୁଥ୍ ପାଇଁ ୨୨୫ ଜଣ ପ୍ରିଜାଇଡ଼ିଂ ଅଫିସର ଓ ୨ ଜଣ ଲେଖା ପୋଲିଂ ଅଫିସର ନିୟୋଜିତ ହେବେ। ପୋଲିଂ ପାର୍ଟି ମତଦାନ କେନ୍ଦ୍ରରେ ପହଁଚିବା ଠାରୁ ମତଦାନ ପରେ ବ୍ଲକ୍ କୁ ପୁଲିଂ ବାକ୍ସ ଆସିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ସମାପନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ ପାଇଁ ୧୭ ସେକ୍ଟର ଅଫିସରଙ୍କୁ ଦିଆଯାଇଛି ଦାୟିତ୍ୱ ଦିଆଯାଇଛି। ଏଥର ବ୍ଲକରେ ୨ ଟି ପିଙ୍କ୍ ବୁଥ୍ କରାଯାଇଛି।

ତେବେ ଚିଲିକା ବ୍ଲକରେ ମୋଟ ୯୬ ହଜାର ୨୨୯ ଭୋଟର ନିଜର ଅଧିକାର ସାବ୍ୟସ୍ତ କରିବେ। ମୋଟ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୫୦ ହଜାର ୫୪୮ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୪୫ ହଜାର ୬୭୯ ଜଣ ଅଛନ୍ତି। ସେହିଭଳି  ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨ ଜଣ ଅଛନ୍ତି।

ବ୍ଲକ୍ ରେ ମୋଟ ୧୭ ଗୋଟି ପଞ୍ଚାୟତରେ ମୋଟ ବୁଥ୍ ସଂଖ୍ୟା ୨୨୫ ରହିଛି। ଏଥିରେ ୬୮ ଟି ବୁଥ୍ କୁ ଅତି ଉତ୍ତେଜନାପୂର୍ଣ୍ଣ ଚିହ୍ନଟ କରାଯାଇଛି। ଏହି ବ୍ଲକରେ ଜିଲ୍ଲା ପରିଷଦ ଜୋନ ସଂଖ୍ୟା ୩ ରହିଥିବା ବେଳେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।

ସେହିଭଳି ୧୭ ଟି ପଞ୍ଚାୟତର ୫୬ ଜଣ ପ୍ରାର୍ଥୀ ସରପଞ୍ଚ ଭାବେ ନିର୍ବାଚନ ଲଢୁଥିବା ବେଳେ ୪୩ ଜଣ ପ୍ରାର୍ଥୀ ସମିତିସଭ୍ୟ ପଦବୀ ଏବଂ ୩୨୯ ଜଣ ପ୍ରାର୍ଥୀ ଓାର୍ଡମେମ୍ବର ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତରଣ କରିଛନ୍ତି। ଆଜି ସକାଳ ୭ ଟାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଜାରି ରହିବ।

ଚିଲିକା ତୃତୀୟ ପର୍ଯ୍ୟାୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.