Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ବାର୍ଷିକ ଉତ୍ସବ
ଆଞ୍ଚଳିକ

ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ବାର୍ଷିକ ଉତ୍ସବ

March 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଗଭର୍ଣ୍ଣର ଇଂ ଶାନ୍ତନୁ କୁମାର ପାଣି କହିଲେ ଯେ, ସେବାର ଅନ୍ୟ ନାମ ରୋଟାରୀ। ସାରା ପୃଥିବୀରେ ଆନ୍ତର୍ଜାତିକ ରୋଟାରୀ ଅନୁଷ୍ଠାନ ସାଧାରଣ ଜନତାକୁ ବିଭିନ୍ନ ସେବା ଦେଇଆସୁଛି। ଜଳଦାନ ସେବା ଠାରୁ, ଚକ୍ଷୁଦାନ, ରକ୍ତଦାନ, ଶରୀର ଦାନ ସବୁରେ ଅଗ୍ରଭାଗରେ ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତାମାନେ ନିଃସ୍ୱାର୍ଥପର ଭାବେ ବର୍ଷ ବର୍ଷ ହେବ କାର୍ଯ୍ୟ କରୁଛନ୍ତି।

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବାରିପଦା ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତା ନିରଜ ପଣ୍ଡା ବିଶ୍ୱରୁ ପୋଲିଓମୁକ୍ତ ନିରାକରଣରେ ରୋଟାରୀର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ। କ୍ଲବ ମେଣ୍ଟର ପିପି ଶୁଭେନ୍ଦୁ ପରିଡ଼ା ରୋଟାରୀକୁ ଏକ ସାମାଜିକ ଆନ୍ଦୋଳନ ବୋଲି କହିଥିଲେ। କ୍ଲବର ପ୍ରତିଷ୍ଠାତା ସଭାପତି ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ କରୋନା ସମୟରେ ରୋଟାରୀ ପକ୍ଷରୁ ସଚେତନତା ରଥ ଓ ମାସ୍କ ବଣ୍ଟନ ସହ ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ରାସନ ପ୍ରଦାନରେ ଏକ ଅଗ୍ରଣୀ ଭୂମିକା ନେଇଥିଲେ ବୋଲି କହିଥିଲେ।

ବୁଦ୍ଧିଜୀବୀ ସ୍ୱାଗତ ରାଉତରାୟ ସ୍ୱାଗତ ଭାଷଣ ଓ କ୍ଲବ ସମ୍ପାଦକ ଶିକ୍ଷାବିତ୍ ଜ୍ୟୋତିଶଙ୍କର ମହାନ୍ତି ବାର୍ଷିକ ବିବରଣୀ ସହ ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଟୋରାରୀ ଜିଲ୍ଲାର ପ୍ରଥମ ମହିଳା ଡଃ ଝରଣା ପାଣିଙ୍କୁ ଡଃ ନିବେଦିତା ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ପରେ ଶ୍ରୀମତୀ ମିତ୍ରା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଉତ୍ସବରେ ଡଃ କରୁଣାକର ପ୍ରଧାନ ଓ ଶ୍ରୀମତୀ ମହାନ୍ତିଙ୍କୁ ରୋଟାରୀର ସଭ୍ୟଭୁକ୍ତ କରାଯାଇଥିଲା।

ଡଃ ଜ୍ଞାନେନ୍ଦ୍ର ରୋଟାରୀ କ୍ଲବ ଭୁବନେଶ୍ୱରର ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ଓ ଶ୍ରୀ ସୁଖଧାମ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଦେବଜାନୀ ରାୟଙ୍କୁ ଉତ୍ତରୀୟ ଓ ରୋଟାରୀ ବ୍ୟାଚ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ରୋଟାରିଆନ ଡଃ ଏଲୋରା ରାୟ ସଂଯୋଜନା କରିଥିଲେ।

ବାର୍ଷିକ ଉତ୍ସବ ରୋଟାରୀ କ୍ଲବ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

June 18, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026
Latest News

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

June 20, 2026

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026

କର୍ଣ୍ଣାଟକ ସରକାରଙ୍କ RSSକୁ ଚିଠି: ପ୍ରତିକ୍ରିୟା ପ୍ରକାଶ କଲେ ମହେଶ ଜେଠମଲାନି

June 20, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

June 20, 2026

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପ୍ରଧାନମନ୍ତ୍ରୀ, ପୂଜାପାଠ ସହିତ ଗାଁ ବୁଲିଲେ ମୋଦି

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.