Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଦେଓଗାଁକୁ ହରାଇ ଗଙ୍ଗାଧରପୁର ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ହେଲା ସାହାସପୁର ଦଳ
ଆଞ୍ଚଳିକ

ବାଣପୁର: ଦେଓଗାଁକୁ ହରାଇ ଗଙ୍ଗାଧରପୁର ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ହେଲା ସାହାସପୁର ଦଳ

March 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁରର ବାବା ନୀଳକଣ୍ଠେଶ୍ଵର କ୍ରିକେଟ ଟିମ ଦ୍ଵାରା ଆୟୋଜିତ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସକାଳେ ଶେଷ ହୋଇଛି। ୮ ଟି ଟିମକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସାହାସପୁର ଗ୍ରାମର ଜୟ ଜଗନ୍ନାଥ କ୍ରିକେଟ ଟିମ ବିଜେତା ହୋଇଛି। ସାହାସପୁର ଏବଂ ଦେଓଗାଁ କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଏଥିରେ ସାହାସପୁର କ୍ରିକେଟ ଟିମର ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସାହାସପୁର ଟିମ ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୭୮ ରନ ସଂଗ୍ରହ କରିଥିଲା। ଜବାବରେ ଦେଓଗାଁ ଟିମ ମାତ୍ର ୪୧ ରନ କରିବାକୁ ସକ୍ଷମ ହୋଇପାରିଥିଲା। ଫଳରେ ସାହାସପୁର ଦଳ ୩୭ ରନରେ ବିଜୟ ଲାଭ କରି ଉକ୍ତ ଟୁର୍ଣ୍ଣାମେଣ୍ଟର ବିଜେତା ଘୋଷିତ ହୋଇଥିଲା।

ସାହାସପୁର ପକ୍ଷରୁ ଦୀପକ ମୁଦୁଲି ସର୍ବାଧିକ ୩୮ ରନ ସଂଗ୍ରହ କରିଥିଲେ। ତାଙ୍କୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ସହିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସମ୍ମାନିତ କରାଯାଇଥିଲା। ଶେଷରେ ଆୟୋଜକ ନୀଳକଣ୍ଠେଶ୍ଵର କ୍ରିକେଟ କ୍ଲବ ପକ୍ଷରୁ ବିଜେତା ଏବଂ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା।

ଗଙ୍ଗାଧରପୁର ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଓଗାଁ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

September 28, 2025

ମହାସମାରୋହରେ ଚାଲିଛି ସପ୍ତମାତାଙ୍କ ବାହାର ପର୍ବ: ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

September 28, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025

ବାଣପୁର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଜଣେ ମୃତ, ୫ ଆହତ

September 27, 2025
Latest News

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ଲଦାଖ ପ୍ରସଙ୍ଗ: ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025

ଆଜି ସେପ୍ଟେମ୍ବର ୩୦ ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.