Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୂଣ୍ୟ ଉତ୍କଳ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଦିବସ
ଆଞ୍ଚଳିକ

ପୂଣ୍ୟ ଉତ୍କଳ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଦିବସ

April 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପବିତ୍ର ଓଡ଼ିଆ ନବବର୍ଷରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପୂଣ୍ୟ ଉତ୍କଳ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଉପେନ୍ଦ୍ରନାଥ ବେହେରା, ଉଦ୍‌ଘାଟକ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଅତିିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋପବନ୍ଧୁ ମଲ୍ଲିକ, ମୁଖ୍ୟବକ୍ତା ଭାବେ ବରିଷ୍ଠ କବି ଶ୍ରୀଯୁକ୍ତ ପ୍ରବୀର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପୂଣ୍ୟ ଉତ୍କଳ ଫାଉଣ୍ଡେସନର ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।

ପୂଣ୍ୟ ଉତ୍କଳ ଯେଉଁଭଳି ଭାବରେ ଲୋକଙ୍କୁ ସେବା ଯୋଗାଇ ଆସୁଛି, ସୁଖଦୁଃଖରେ ସେମାନଙ୍କ ସହିତ ଛିଡ଼ା ହେଉଛି ତାକୁ ଯଦି ଅନ୍ୟ ଅନୁଷ୍ଠାନମାନେ ଅନୁସରଣ କରି ଲୋକଙ୍କୁ ସହଯୋଗର ହାତ ବଢାଇବେ, ତେବେ ଓଡ଼ିଶାରେ ଥିବା ଅବହେଳିତ, ଗରିବ ଓ ନିଷ୍ପେସିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଉତ୍ସବରେ ବିଜୟ ପଟ୍ଟନାୟକ କହିଥିଲେ ଯେ, ସମୟ ଥିଲା ଆନ୍ଧ୍ରପ୍ରଦେଶର ଲୋକ ଓଡ଼ିଶାକୁ ଆସି ଲୋକମାନଙ୍କର ଘରୋଇ କାର୍ଯ୍ୟ କରିବା ସହିତ ଓଡ଼ିଶାବାସୀଙ୍କ ବ୍ୟବସାୟରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ହେଲେ ସମୟ ବଦଳି ଯାଇଛି, ଆଜିକା ଦିନରେ ଓଡ଼ିଶାଲୋକ ଆନ୍ଧ୍ରପ୍ରଦେଶ ଯାଇ ସେଠାରେ ଦାଦନ ଖଟୁଛନ୍ତି ଯାହା ଅତ୍ୟନ୍ତ ଚିନ୍ତାଜନକ ଘଟଣା। ଏହାକୁ କିପରି ରୋକାଯାଇ ପାରିବ, ସେ ନେଇ ପ୍ରତ୍ୟେକଟି ସ୍ୱାଭିମାନୀ ମଣିଷ ଚିନ୍ତା କରିବା ଦରକାର। ଖାଲି ସମାଜସେବା କରିଦେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ, ଜଣେ ସାଧାରଣ ଓ ଖଟିଖିଆ ମେହନତୀ ମଣିଷ କିପରି ସ୍ୱାବଲମ୍ବୀ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ, ସେ ନେଇ ପ୍ରତ୍ୟେକ ଅନୁଷ୍ଠାନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବା ଦରକାର।

ଫାଉଣ୍ଡେସନର ଅଧ୍ୟକ୍ଷ ମନୋରଞ୍ଜନ ମହପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ସମେତ ଅତିଥିମାନଙ୍କୁ ଆକର୍ଷିତ କରିଥିଲା। ଫାଉଣ୍ଡେସନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର କହିଥିଲେ ଯେ, ମୁଁ ବଞ୍ôଚଥିବା ପର୍ଯ୍ୟନ୍ତ ମୋ ଫାଉଣ୍ଡେସନ ଲୋକଙ୍କ ସହିତ ଅଛି ଓ ଭବିଷ୍ୟତରେ ମଧ୍ୟ ଲୋକଙ୍କୁ ସେବା ଯୋଗାଇ ଚାଲିଥିବି।

ଶେଷରେ ବିଶିଷ୍ଟ ସ୍ତମ୍ଭକାର ଶ୍ରୀଯୁକ୍ତ ଶ୍ରୀରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସମାଜସେବୀ ଭରତ ଚନ୍ଦ୍ର ବେହେରା, ବୀରବର ଜେନା, ଦେବବ୍ରତ ଦାସ, ଶ୍ରୀମନ୍ତ ମହାନ୍ତି, ବିଭାସ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.