Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆସନ୍ତା ୨୨ ରେ ବାଣପୁର ବ୍ଲକରେ ହେଲଥ୍ ମେଳା
ଆଞ୍ଚଳିକ

ଆସନ୍ତା ୨୨ ରେ ବାଣପୁର ବ୍ଲକରେ ହେଲଥ୍ ମେଳା

April 19, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୨୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଅନୁଷ୍ଠିତ ହେବାକୁ ଯାଉଅଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ‘ହେଲଥ ମେଳା’। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହାୟତାରେ ଆସନ୍ତା ଶୁକ୍ରବାର ଦିନ ନରେନ୍ଦ୍ରପୁର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଉକ୍ତ ହେଲଥ ମେଳା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଉକ୍ତ ମେଳାରେ ଭେଷଜ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ଶିଶୁ ବିଭାଗ, କୁଷ୍ଠ, ଅନ୍ଧତ୍ବ ଦୂରୀକରଣ, ଦାନ୍ତ, ନାସା, କର୍ଣ୍ଣ, ଗଳା, ମ୍ୟାଲେରିଆ ଏବଂ ଯକ୍ଷ୍ମା ରୋଗ ବିଶେଷଜ୍ଞ ଆସିବାକୁ ଥିବା ବେଳେ ଏଠାରେ ଏଚ୍.ଆଇ.ଭି, ପରିବାର ନିୟୋଜନ, ସୁରକ୍ଷିତ ମାତୃତ୍ବ, ଅଣ ସଂକ୍ରାମଣ ରୋଗ, ଗର୍ଭନିରୋଧ, ପୁଷ୍ଟିକର ଖାଦ୍ୟ, ଶିଶୁ ପାଇଁ ସୁରକ୍ଷିତ ସ୍ତନ୍ୟପାନ ଏବଂ ଆୟୁଷ୍ମାନ ଭାରତ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ କେନ୍ଦ୍ର ଖୋଲିବ ବୋଲି ଜଣାପଡିଛି। ସକାଳ ୭ ରୁ ୧୨ ଘଟିକା ପର୍ଯ୍ୟନ୍ତ ଚାଲିବ ଏହି ହେଲଥ ମେଳା।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡ଼ିଏମଓ ଏବଂ ଡ଼ିପିଏଚଓ ଯୋଗ ଦେବେ ବୋଲି ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିର ସମସ୍ତ ଜନସାଧାରଣମାନେ ଉକ୍ତ ହେଲଥ ମେଳାରେ ଯୋଗ ଦେବା ପାଇଁ ମେଡିକାଲ ଅଧିକାରୀ ଅନୁରୋଧ କରିଛନ୍ତି। ବ୍ଲକ, ଏନଏସି ଏବଂ ମେଡିକାଲ ପ୍ରଶାସନ ପକ୍ଷରୁ ଉକ୍ତ ହେଲଥ ମେଳା ନିମନ୍ତେ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଅନୁରୂପ ଭାବେ ଆଜିଠାରୁ ଏଥି ଲାଗି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଆରମ୍ଭ ହୋଇଯାଇଛି।

ଆୟୁଷ୍ମାନ ଭାରତ ଯୋଜନା ବାଣପୁର ବ୍ଲକ ହେଲଥ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ବେଆଇନ ବାଲି ଚାଲାଣ ଅଭିଯୋଗରେ ହାଇୱା ଗାଡି ଜବତ, ଚାଳକ ଗିରଫ

November 13, 2025

ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

November 11, 2025

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025

ବାଲୁଗାଁରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

November 9, 2025
Latest News

ଲାଲ ଚନ୍ଦନର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗକୁ 29.40 ଲକ୍ଷ ପ୍ରଦାନ କଲା ଏନବିଏ

November 13, 2025

ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ

November 13, 2025

କାର୍ ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

November 13, 2025

ବାଲୁଗାଁ: ବେଆଇନ ବାଲି ଚାଲାଣ ଅଭିଯୋଗରେ ହାଇୱା ଗାଡି ଜବତ, ଚାଳକ ଗିରଫ

November 13, 2025

ଟୋରଣ୍ଟୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, ବିମାନବନ୍ଦରରେ ହାଇ ଆଲର୍ଟ

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.