Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାମ୍ବାଦିକଙ୍କ ପାଇଁ ସାମାଜିକ ସୁରକ୍ଷା ଜରୁରୀ, ଶ୍ରମମନ୍ତ୍ରୀ
ଆଞ୍ଚଳିକ

ସାମ୍ବାଦିକଙ୍କ ପାଇଁ ସାମାଜିକ ସୁରକ୍ଷା ଜରୁରୀ, ଶ୍ରମମନ୍ତ୍ରୀ

May 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାମ୍ବାଦିକଙ୍କ ପାଇଁ ସାମାଜିକ ସୁରକ୍ଷା ଜରୁରୀ, ଶ୍ରମମନ୍ତ୍ରୀ

ଭୁବନେଶ୍ବର: ଓୟୁଜେର ଶ୍ରମିକ ଦିବସ ସମାରୋହରେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର, ୨.୫ : ବୀମାରାଶି ବୃଦ୍ଧି ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ସମେତ ସାମ୍ବାଦିକମାନେ ଉଠାଇଥିବା ସମସ୍ତ ନ୍ୟାୟୋଚିତ ଦାବିର ଯଥାର୍ଥତା ରହିଛି । ଏସବୁକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଖୁବ୍ ଶୀଘ୍ର ଆଲୋଚନା କରିବେ ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିଶ୍ରୁତି ଦେଇଛନ୍ତି ।

ଶ୍ରମିକ ଦିବସ ଅବସରରେ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ରବିବାର ସନ୍ଧ୍ୟାରେ ଓୟୁଜେ ଭବନ ପରିସରରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ, ସାମ୍ବାଦିକ ଓ ସମ୍ବାଦପତ୍ର କର୍ମଚାରୀମାନଙ୍କ ଲାଗି ଇ.ଏସ୍‌.ଆଇ ଚିକିତ୍ସା ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ସଂକ୍ରାନ୍ତରେ ଖୁବ୍ ଶୀଘ୍ର ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଆଲୋଚନା କରିବେ।

ସମ୍ପ୍ରତି ସମ୍ବାଦିକତା କ୍ଷେତ୍ରରେ ଘଟୁଥିବା ଅବମୂଲ୍ୟାୟନ ନେଇ ସେ ଉଦ୍‌ବେଗ ପ୍ରକାଶ କରିବା ସହ ଏ ଦିଗରେ ସାମ୍ବାଦିକ ସଂଘଗୁଡ଼ିକୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଓୟୁଜେ ସଭାପତି, ପ୍ରେସ୍ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶଷର ସାଂସଦ ମୁଜିଉଲ୍ଲା ଖାନ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପରିବର୍ତ୍ତିତ ପରିସ୍ଥିତିରେ ସାମ୍ବାଦିକତାର ଗୁରୁଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ହାସଲ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓୟୁଜେର ଅଗ୍ରଣୀ ଭୂମିକାକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଖବରକାଗଜ ବିତରଣକୁ ବୃତ୍ତି କରି ଜୀବନ ସଂଗ୍ରାମରେ ଏକ ନୂଆ ନଜିର ସୃଷ୍ଟି କରିଥିବା ଶ୍ରୀମତୀ ଶୋଭାରାଣି ଦାସଙ୍କୁ ଓୟୁଜେ ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମାବେଶରେ ୟୁନିୟନ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମନ୍ତ୍ରୀ ଶ୍ରୀ ସିଂଙ୍କୁ ପ୍ରଦାନ କରାଯାଇଥିଲା। ବୀମାରାଶିକୁ ୨ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ଓ ଅବସରପ୍ରାପ୍ତ ସାମ୍ବାଦିକଙ୍କ ଲାଗି ମାସିକ ୨୦ ହଜାର ଟଙ୍କା ପେନ୍‌ସନ ବ୍ୟବସ୍ଥା କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି।

ଓୟୁଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ଉପସଭାପତି ରାକେଶ ପଟ୍ଟନାୟକ, କିଶାନ ରାଉତ, ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ସାହୁ, ସମ୍ପାଦକ ପ୍ରସନ୍ନ ପାଇକରାୟ, କୋଷାଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ସ୍ୱାଇଁ, ଅବିନାଶ ମହାପାତ୍ର, ରାଜୀବ ମହାନ୍ତି, ଅଭୟ ପତି ପ୍ରମୁଖ ବକ୍ତବ୍ୟ ରଖି ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ଶ୍ରମିକ ଦିବସ ସାମ୍ବାଦିକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

June 18, 2026

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026

ବିସ୍ତୃତ ରାଶିଫଳ: ଜୁନ ୧୮ ତାରିଖ ବୁଧବାରରେ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜଳମୟ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.