Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ
ଆଞ୍ଚଳିକ

ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ

May 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ ବ୍ଲକ୍ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱରେ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନାକଟିଦେଉଳ ବିଡିଓ ନିବେକାନନ୍ଦ ସାହୁ, ଅତିରିକ୍ତ ତହସିଲ୍‌ଦାର୍, ଜିଲ୍ଲା ପରିଷଦ ଜୋନ୍ ୨ ର ପ୍ରିୟମ୍ବଦା ସାହୁ, ସାଂସଦ ପତିନିଧି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବ୍ଲକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ ତଥା ୧୪ ଟି ପଂଚାୟତର ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିବା ବେଳେ ବ୍ଲକ୍ ର ବହୁ ପଦାଧିକାରୀ ଯୋଗ ଦେଇଥିଲେ।

ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବିନା ପଂଚାୟତ ପ୍ରତିନିଧି ଓ ବିନା ରିଜୋଲସେନ୍ ରେ କୈାଣସି କାମର ଫାଇଲ୍ ନ ଖୋଲିବା ପାଇଁ ସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ପ୍ରତିନିଧି ପ୍ରମୋଦ ସାହୁ ବ୍ଲକ୍ ସମ୍ମୁଖ ଭାଗରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରିବାକୁ ଅତିରିକ୍ତ ତହସିଲ୍‌ଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବ୍ଲକର ୧୪ ଟି ପଂଚାୟତରେ ପିଇବା ପାଣି ସମସ୍ୟା ଉପରେ ଆଲୋଚନା କରିବା ସହ ନାକଟିଦେଉଳ ଡାକ୍ତରଖାନକୁ ଆସିଥିବା ଘର ତିଆରିପାଇଁ ୪୦ ଡିସିମିଲ୍ ସ୍ଥାନ ଚିହ୍ନଟ କରିବାକୁ ଡାକ୍ତର ଅମୂଲ୍ୟ ରତ୍ନ ମହନ୍ତ ଅଧ୍ୟକ୍ଷାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ବୈଠକରେ ଆର୍ .ଡି, ପିଡବ୍ଲୁଡି, ବନବିଭାଗ, ଇଲେକ୍ଟ୍ରିବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ନବନିର୍ବାଚିତ ପ୍ରତିନିଧିମାନଙ୍କର ଏହା ପ୍ରଥମ ବୈଠକ ହୋଇଥିବାରୁ ମନରେ ଉତ୍ସାହ ମଧ୍ୟ ଭରି ରହିଥିଲା। ସମିତି ସଭ୍ୟ/ସଭ୍ୟା ମାନେ ନିଜ ଅଂଚଳର ସମସ୍ୟା ସଂପର୍କରେ ସଭାରେ ଉପସ୍ଥାପନ କରିଥିଲେ।

ନାକଟିଦେଉଳ ପଂଚାୟତ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025
Latest News

ଅହମ୍ମଦାବାଦ ଏବଂ ଗାନ୍ଧୀନଗରର ୮ ରୁ ୧୦ ଟି ସ୍କୁଲକୁ ବୋମା ଧମକ: ତଦନ୍ତ ଜାରୀ

December 17, 2025

ଢାକାରେ ଭାରତୀୟ ହାଇକମିଶନରଙ୍କୁ ଧମକ, ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ 

December 17, 2025

ଗୁଜୁରାଟ ସୂତା କଳରେ କାମ କରିବାକୁ ଯାଉଥିବା ସାତ ନାବାଳକଙ୍କୁ ଉଦ୍ଧାର କଲା RPF

December 17, 2025

ଇଥିଓପିଆର ସର୍ବୋଚ୍ଚ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ

December 17, 2025

“WFH ନିୟମକୁ ୧୦୦% ପାଳନ କରନ୍ତୁ, ନଚେତ୍…”: ବର୍ଦ୍ଧିତ ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ସରକାରଙ୍କ ଚେତାବନୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.