Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ଅଭିଯୋଗ ଶୁଣିବାରେ ବିଫଳ ବାଣପୁର ଓ ଚିଲିକା ପ୍ରଶାସନ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ଅଭିଯୋଗ ଶୁଣିବାରେ ବିଫଳ ବାଣପୁର ଓ ଚିଲିକା ପ୍ରଶାସନ

May 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ସୋସିଆଲ୍ ମିଡିଆ ତାର କାୟାବିସ୍ତାର କରିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ସୋସିଆଲ ମିଡିଆକୁ ପ୍ରାଧାନ୍ୟ ଦେଉଛନ୍ତି। ଟ୍ଵିଟର, ଫେସବୁକ ଅବା ହ୍ଵାଟ୍ସଆପ ଜରିଆରେ କୋଣ ଅନୁକୋଣରୁ ସମସ୍ତ ସୂଚନା ସାଙ୍ଗକୁ ଦୁନିଆର ଖବର କ୍ଷଣିକ ମଧ୍ୟରେ ଏବେ ପ୍ରତିଟି ଲୋକ ପାଖରେ ପହଞ୍ଚି ପାରୁଛି।

ଗତବର୍ଷ ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଲାରେ ନୂତନ କରି ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ, ସରକାରଙ୍କ ୫-ଟି ନିୟମକୁ ପ୍ରଥମେ ପ୍ରାଧାନ୍ୟ ଦେଇଥିଲେ ଏବଂ ଅକ୍ଟୋବର ୨୩ ତାରିଖରେ ସୋସିଆଲ୍ ମିଡିଆ ଟୁଇଟର ସହ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ପୌରାଞ୍ଚଳ ଏବଂ ଅନ୍ୟ ଗୁରୁତ୍ୱ ବିଭାଗକୁ ମିଶାଇ ସମୁଦାୟ ୩୭ ଗୋଟି ନୂତନ ଆକାଉଣ୍ଟକୁ ଯୋଡ଼ିଥିଲେ।

ଉଦ୍ଦେଶ୍ୟ ଥିଲା ଟ୍ୱିଟର ଜରିଆରେ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ ଏବଂ ସମାଧାନ ଦିଗରେ ସମସ୍ତ ବିଭାଗ କାର୍ଯ୍ୟ କରିବେ। ତତ ସହିତ ସମସ୍ତ ସରକାରୀ ତଥା ଜନହିତକର କାର୍ଯ୍ୟକ୍ରମ ଗୁଡିକର ସୂଚନା ଉକ୍ତ ଆକାଉଣ୍ଟରେ ପୋଷ୍ଟ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ। ଯାହାଫଳରେ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁସମ୍ପର୍କ ଗଢି ଉଠିବା ସହିତ ସରକାରୀ କର୍ମଚାରୀ ମାନେ ନିଜର କାର୍ଯ୍ୟକୁ ତ୍ଵରିତ କରିପାରିବେ।

କିନ୍ତୁ ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ହେଉଥିବାର ଦେଖିବାକୁ ମିଳୁଛି। ବାଣପୁର ବ୍ଲକ, ଚିଲିକା ବ୍ଲକ, ବାଣପୁର ଏନଏସି, ବାଲୁଗାଁ ଏନଏସି, ଚିଲିକା ତହସିଲ ଓ ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟ ଏକ ପ୍ରକାର ନିଷ୍କ୍ରିୟ ହୋଇପଡିଛି।

ପ୍ରଶାସନ ତରଫରୁ ଟୁଇଟର ଆକାଉଣ୍ଟରେ କୌଣସି ତଥ୍ୟ ବା ପ୍ରସ୍ତାବ ଅପଡେଟ୍ କରାଯାଉ ନାହିଁ, ଯାହା ଫଳରେ ଫଲୋଅରଙ୍କ ସଂଖ୍ୟା ବଢୁନାହିଁ। ଏହା ସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜ ନିଜ ବିଭାଗର ଟୁଇଟର ଆକାଉଣ୍ଟରେ କୌଣସି ପ୍ରକାର ସୂଚନା ପୋଷ୍ଟ କରୁନାହାଁନ୍ତି। ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏପରିକି ଜନସାଧାରଣ ଟୁଇଟରରେ ବାରମ୍ବାର ବିଭିନ୍ନ ବିଷୟରେ ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ। ଗୋଟେ ପକ୍ଷରେ ଜିଲ୍ଲାପାଳ ଖୋଦ ଟୁଇଟରରେ ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ତାହାକୁ ସମାଧାନ କରିବା ପାଇଁ ଧ୍ୟାନ ଦେଉଥିବା ବେଳେ ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡ଼ାଇଦେଉଛି। ଯାହାଫଳରେ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟକାରୀ କରିଥିବା ‘ ଓସ୍ୱାସ’ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି।

ସୂଚନା ଥାଉକି ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟରେ ଶେଷ ଅପଡେଟ ଏପ୍ରିଲ ୩ ରେ ହୋଇଥିବା ବେଳେ ଚିଲିକା ତହସିଲର ଗତବର୍ଷ ଡ଼ିସେମ୍ବର ୩ ରେ ହୋଇଥିଲା। ସେହିପରି ଭାବେ ବାଣପୁର ବ୍ଲକର ଗତବର୍ଷ ଡ଼ିସେମ୍ବର ୧୮ ତାରିଖ, ଚିଲିକା ବ୍ଲକର ମଇ ୬ ତାରିଖ, ବାଣପୁର ଏନଏସି ର ମଇ ୫ ତାରିଖ ଏବଂ ବାଲୁଗାଁ ଏନଏସି ର ମାର୍ଚ୍ଚ ୧୮ ତାରିଖରେ ଶେଷ ଟ୍ୱିଟର ଅପଡେଟ କରାଯାଇଥିଲା।

ଅନୁରୂପ ଭାବେ ବାଣପୁର ତହସିଲ ଟ୍ୱିଟର ଆକାଉଣ୍ଟରୁ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ମାର୍ଚ୍ଚ ୧୩ ତାରିଖରେ ଏବଂ ଚିଲିକା ତହସିଲ ଟ୍ୱିଟର ଆକାଉଣ୍ଟରୁ ଗତବର୍ଷ ଡିସେମ୍ବର ୧୦ ତାରିଖରେ ଦିଆଯାଇଥଲା।

ସେହିପରି ଭାବେ ବାଣପୁର ବ୍ଲକର ମାର୍ଚ୍ଚ ୫ ତାରିଖ, ବାଣପୁର ଏନଏସି ର ଗତବର୍ଷ ଡ଼ିସେମ୍ବର ୧୦ ତାରିଖ, ବାଲୁଗାଁ ଏନଏସି ର ଗତବର୍ଷ ଫେବୃଆରୀ ୭ ତାରିଖରେ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ଦିଆଯାଇଥିବା ବେଳେ ଚିଲିକା ବିଡ଼ିଓଙ୍କ ଆକାଉଣ୍ଟରୁ ଜମାବି ଉତ୍ତର ଦିଆଯାଇନାହିଁ।

ଚିଲିକା ବାଣପୁର ସୋସିଆଲ ମିଡିଆ ସୋସିଆଲ୍ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.