ପତିତପାବନଙ୍କ ନିକଟରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଶହଶହ ମୁଆଁ ଭୋଗରେ ମହକିଲା ମଣ୍ଡପ

Published: Jun 14, 2022, 4:12 pm IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଉପଲକ୍ଷେ ଆଜି ପୁରୀରେ ତିନିଠାକୁରଙ୍କୁ ସ୍ନାନ ନୀତି ସଂପର୍ଣ୍ଣ ହୋଇଛି। ଆଜିର ଦିନରେ ଓଡିଶାର ସମସ୍ତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଏହ ସ୍ନାନ ଉତ୍ସବ ପାଳିତ ହୋଇଛି। ସେହିପରି ଆଜି ବାଣପୁର ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପାଳିତ ହୋଇଛି ସ୍ନାନ ପୂର୍ଣ୍ଣିମା।

ଆଜି ସକାଳ ଦଶଟାରେ ପ୍ରଭୃ ଶ୍ରୀ ଶ୍ରୀ ପତିତପାବନ ସିଂହାସନ ଛାଡି ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ସ୍ନାନ ମଣ୍ଡପରେ ପ୍ରଭୃ ଆସିବା ପରେ ଘଣ୍ଟ, ଘଣ୍ଟା କାହାଳୀ ସହିତ ଆରମ୍ଭ ହୋଇଥିଲା ସ୍ନାନ ଉତ୍ସବ। ପ୍ରଭୃ ପଇଡ ପାଣିରେ ଗାଧୋଇବା ସହିତ ଗରାଗରା ପାଣି ତାଙ୍କ ଉପରେ ଢଳାଯାଇ ସ୍ନାନ କରାଯାଇଥିଲା। ସ୍ନାନ ନୀତି ସରିବା ପରେ ଶହଶହ ମୁଆଁ ଭୋଗ କରାଯାଇଥିଲା। ସଂଧ୍ୟାରେ ନୟାଗଡର ରାମନାଟକ ପରିବେଷଣ କରାଯିବ।

Related posts