
ସୀତାରାମ ଅଗ୍ରୱାଲ
ବାଲୁଗାଁ: ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ। ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏକ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ସଦୃଶ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ତଦନ୍ତରୁ ଜଣାପଡ଼ିଛି କି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଉକ୍ତ ଫୋଟୋଟି ଭାଇରାଲ ହେଉଛି।
ପାଟଣା ସାହି ଜଗନ୍ନାଥ ମନ୍ଦିର ସମ୍ମୁଖରେ ରହୁଥିବା ରବୀନ୍ଦ୍ର ସୁବୁଦ୍ଧିଙ୍କ ପରିବାରବର୍ଗ ପରଟା ତିଆରି କଲା ସମୟରେ ଗୋଟାଏ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ସଦୃଶ ଏକ ପ୍ରତିଛବି ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ତାହା ସୋସିଆଲ ମିଡିଆରେ ଭାଇରଲ ହେଇଗଲା।
ସମ୍ପ୍ରତି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପର୍ବ ଜାରି ରହିଥିବା ବେଳେ ଏହି ସମୟରେ ଏପରି ଦୃଶ୍ୟ ସାମ୍ନାକୁ ଆସିବା ଭକ୍ତମାନଙ୍କ ଆସ୍ଥାକୁ ଆହୁରି ବଢ଼ାଇଦେଇଛି। ଅନେକ ଭକ୍ତ ମାନେ ବର୍ତ୍ତମାନ ଉକ୍ତ ପରଟାକୁ ପୂଜା କରୁଥିବାର ମଧ୍ୟ ଦେଖାଯାଇଛି।
ତେବେ କେହି କେହି ଏହାକୁ ଅନ୍ଧବିଶ୍ୱାସ କହିବା ସହ ଏହା ଏକ ସାଧାରଣ ପରଟା ବୋଲି ବର୍ଣ୍ଣନା କରୁଛନ୍ତି।