Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ଛାତ୍ରୀ: ବାଣପୁରରେ ଶ୍ରେଷ୍ଠ ୧୦ ମଧ୍ୟରେ ୭ ବାଳିକା, ପଢନ୍ତୁ ଚିଲିକାର ସ୍ଥିତି
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ଛାତ୍ରୀ: ବାଣପୁରରେ ଶ୍ରେଷ୍ଠ ୧୦ ମଧ୍ୟରେ ୭ ବାଳିକା, ପଢନ୍ତୁ ଚିଲିକାର ସ୍ଥିତି

July 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି। ଏହି ଫଳାଫଳ ପ୍ରକାଶ ପରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଭଲ ସଫଳତା ପାଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ମଧ୍ୟ ଛାତ୍ରୀମାନେ ବାଜି ମାରିଛନ୍ତି। ବାଣପୁର ବିଇଓଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଶ୍ରେଷ୍ଠ ୧୦ ତାଲିକାରେ ୭ ଜଣ ଛାତ୍ରୀ ସ୍ଥାନ ପାଇଥିବା ବେଳେ କେବଳ ୩ ଜଣ ଛାତ୍ର ଏଥିରେ ସାମିଲ ହୋଇପାରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷାବିତ୍ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଜଣଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। କାରଣ ତୃତୀୟ ସ୍ଥାନରେ ଥିବା ସଂଗୀତା ପଲେଇ ଜଣେ ବାପ ଛେଉଣ୍ଡ ବାଳିକା। ତଥାପି ବହୁ ବାଧାବିଘ୍ନ ମଧ୍ୟରେ ସଂଗୀତା ପାଠ ପଢିବା ଜାରି ରଖିଥିବା ବେଳେ ଚଳିତ ପରୀକ୍ଷାରେ ସେ ଭଲ ନମ୍ବର ରଖିଛନ୍ତି। ତାଙ୍କର ଏଭଳି ସଫଳତା ଆଗାମୀ ପିଢୀକୁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି।

ସେହିଭଳି ଯଦି ଆମେ ବିଦ୍ୟାଳୟ ବିଷୟରେ ଆଲୋଚନା କରିବା, ତେବେ ଶ୍ରେଷ୍ଠ ୧୦ ତାଲିକା ଅନୁଯାୟୀ ବାଣପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଏବଂ ନାଚୁଣୀ ସ୍ଥିତ ଗୋଦାବରୀଶ ବିଦ୍ୟାପୀଠ ଭଲ ପ୍ରଦର୍ଶନ କରିଛନ୍ତି। ଉଭୟ ସ୍କୁଲ ମୋଟ ୧୦ ଟି ସ୍ଥାନରୁ ୩ ଟି ଲେଖାଏଁ ସ୍ଥାନ ଦଖଲ କରିଛନ୍ତି।

ବାଣପୁର ବ୍ଲକ ଏବଂ ଏନଏସିର ଶ୍ରେଷ୍ଠ ୧୦ ଛାତ୍ରଛାତ୍ରୀ:

୧- ପ୍ରଲିପ୍ତା ସାହୁ- ୫୭୪ ମାର୍କ- ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର,ନାଚୁଣୀ

୨- ପିୟୁଷ କୁମାର ଦାସ- ୫୭୦- ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ବାଣପୁର

୩- ସଙ୍ଗୀତା ପଲେଇ- ୫୬୫- ଭେଟିନାଥ ଦେବ ବିଦ୍ୟାପୀଠ, ଭେଟେଶ୍ଵର

୪- ସ୍ଵାଗତ ସେନାପତି- ୫୬୫- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବାଣପୁର

୫- ସୋନାଲି ପଲେଇ- ୫୬୩- ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀ

୬- ଭାଗ୍ୟଶ୍ରୀ ସାହୁ- ୫୬୧- ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ବାଣପୁର

୭- ତୃପ୍ତି ପ୍ରଧାନ- ୫୫୯- ପତିତପାବନ ଉଚ୍ଚବିଦ୍ୟାଳୟ, ଗମ୍ଭାରିମୁଣ୍ଡା

୮- ପ୍ରତୀକ ଦାସ- ୫୫୮- ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀ

୯- ଏ ରୁପାଲୀ ଡୋରା- ୫୫୮- ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀ

୧୦- ସୋନାଲୀ ଚମ୍ପତ୍ତିରାୟ- ୫୫୪- ଖାରବେଳ ଉଚ୍ଚବିଦ୍ୟାଳୟ, ତୋରସିଂହ

ତେବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ସର୍ବମୋଟ ଛାତ୍ରୀମାନେ ଭଲ ସଫଳତା ପାଇଥିବା ବେଳେ ଶ୍ରେଷ୍ଠ ୧୦ ତାଲିକାରେ ଛାତ୍ରମାନେ ଛାତ୍ରୀମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି। ଶ୍ରେଷ୍ଠ ୧୦ ତାଲିକାରେ ପୁଅଙ୍କ ସଂଖ୍ୟା ୭ ଥିବା ବେଳେ ବାଳିକାଙ୍କ ସଂଖ୍ୟା ୩ ରହିଛି।

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିର ଶ୍ରେଷ୍ଠ ୧୦ ଛାତ୍ରଛାତ୍ରୀ:

୧- ଅମ୍ଳାନ ଶତପଥି- ୫୮୩ ମାର୍କ- ପି.ଏସ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚଟି

୨- ସ୍ୱରୂପ ଶେଖର ଜେନା- ୫୭୭- ହରିପୁର ଉଚ୍ଚ ବିଦ୍ୟାଳୟ, ହରିପୁର

୩- ଆଦିତ୍ୟ କୁମାର ବେହେରା- ୫୬୭- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୪- ଲଲିତ ପରିମାଣିକ- ୫୬୦- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୫- ମଧୁସ୍ମିତା ମହାରଣା- ୫୫୯- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୬- ଶୁଭଶ୍ରୀ ଦାଶ- ୫୫୭- ପି.ଏସ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚଟି

୭- ଅର୍ଚ୍ଚନା ଗଜେନ୍ଦ୍ର- ୫୪୮- ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ

୮- ପରେଶ ପାଇକରାୟ- ୫୪୬- ଏସ.ଏଲ.ଡି.ଏମ ବିଦ୍ୟାପୀଠ, ହାଟବରଡିହ

୯- ସଞ୍ଜୟ ଜେନା- ୫୪୫- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୧୦- ସ୍ଵୟଂ ସାତ୍ତ୍ଵିକ ପରିଡା- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

ତେବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ କାଳୁପଡା ଘାଟ ସ୍ଥିତ ଶ୍ରୀମା ଅରବିନ୍ଦ ସ୍କୁଲ ଭଲ ପ୍ରଦର୍ଶନ କରିଛି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ ୫ ଛାତ୍ରଛାତ୍ରୀ ଏହି ତାଲିକାରେ ସ୍ଥାନିତ ହୋଇଛନ୍ତି।

ବାଣପୁର ମାଟ୍ରିକ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ଜନ୍ମ ମାଟିରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

June 3, 2026

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026
Latest News

ସ୍ଵେଚ୍ଛାସେବୀ ଦୀପକ ବିଶ୍ୱାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

June 7, 2026

୪୮୫ କିଲୋୱାଟ୍ପି ରୁଫଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଉଦଘାଟନ କଲେ ରାଜ୍ୟପାଳ

June 7, 2026

ଇଣ୍ଡି ମେଣ୍ଟରେ ଅସନ୍ତୋଷର ଝଡ଼: ଜୁନ୍ ୮ ବୈଠକରୁ ଦୂରେଇ ରହିବେ ସିପିଆଇ(ଏମ୍) ଓ ଜେଏମ୍‌ଏମ୍‌, କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ

June 7, 2026

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.