Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡିଏଭି ଚନ୍ଦ୍ରଶେଖରପୁରର ୩୪ତମ ପ୍ରତିଷ୍ଠା ଦିବସ ସମାରୋହ
ଆଞ୍ଚଳିକ

ଡିଏଭି ଚନ୍ଦ୍ରଶେଖରପୁରର ୩୪ତମ ପ୍ରତିଷ୍ଠା ଦିବସ ସମାରୋହ

August 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଏଭି ଚନ୍ଦ୍ରଶେଖରପୁରର ୩୪ତମ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର: କୌଣସି ସଫଳତା ସଂଯୋଗବଶତଃ ମିଳେ ନାହିଁ। ଆକସ୍ମିକ ଭାବରେ ଲବ୍ଧ ସାଫଲ୍ୟ କ୍ଷଣସ୍ଥାୟୀ। କଠିନ ପରିଶ୍ରମ ଓ ସାଧନା ଜରିଆରେ ମିଳିଥିବା ସଫଳତା ଦୀର୍ଘସ୍ଥାୟୀ ଓ ଫଳପ୍ରଦ ହୋଇଥାଏ ବୋଲି ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରର ୩୪ତମ ପ୍ରତିଷ୍ଠା ଦିବସ ସମାରୋହରେ ଅଭିଭାଷଣ ପ୍ରଦାନ କରି ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମତପ୍ରକାଶ କରିଛନ୍ତି।

ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ପବ୍ଲିକ୍‍ ହେଲ୍‍ଥର ଭାଇସ୍‍-ଚାନସେଲର୍‍ ପ୍ରଫେସର ଦାଶ ମହାଭାରତ ଠାରୁ ଆରମ୍ଭ କରି ସମସାମୟିକ ଘଟଣାବଳୀରୁ ଏକାଧିକ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ କୃତସଂକଳ୍ପ ଭାବରେ ଲକ୍ଷ୍ୟହାସଲ ଦିଗରେ ଆଗେଇଯିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟକୁ ଜାତୀୟ ଚରିତ୍ରର ଦର୍ପଣ ସହ ତୁଳନା କରି ପ୍ରଫେସର ଦାଶ ଏହା ସତତ ସ୍ୱଚ୍ଛ ଓ ସମୁଜ୍ଜ୍ୱଳ ହେବା ଉଚିତ ବୋଲି କହିଥିଲେ।

ବିଦ୍ୟାଳୟର ଚେୟାରମ୍ୟାନ ଶରତ ଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ସମାହିତ ଏହି ମନୋଜ୍ଞ ଉତ୍ସବରେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ, ମାଡାମ୍‍ ଦାଶ, ଡିଏଭି କଳିଙ୍ଗନଗର ଚେୟାରମ୍ୟାନ୍‍ ମଦନମୋହନ ପଣ୍ଡା, ଡିଏଭି ୟୁନିଟ୍‍-୮ ଚେୟାରମ୍ୟାନ୍‍ ବିଜୟ ପଟ୍ଟନାୟକ, ଡିଏଭି ସହକାରୀ ଆଞ୍ଚଳିକ ଅଧିକାରୀଗଣ ଡ. ସୁଜାତା, ଏ. କେ. ଭୋଇ, ଈପ୍‍ସିତା ଦାସ, ଡିଏଭି ଅନୁଷ୍ଠାନସମୂହର ଅଧ୍ୟକ୍ଷଅଧ୍ୟକ୍ଷା ଅତିଥିରୂପେ ମଞ୍ଚାସୀନ ଥିଲେ। ଇତ୍ୟବସରରେ, ବିଦ୍ୟାଳୟର ପରୀକ୍ଷାଫଳ ଟାବ୍‍ଲଏଡ୍‍ ‘ଇପୋକ’ ଉନ୍ମେଚିତ ହୋଇଥିଲା।

ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ବିଦ୍ୟାଳୟର ସାଫଲ୍ୟମଣ୍ଡିତ ବିବରଣୀ ଉପସ୍ଥାପନ କରିବାସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଏଇ ଆମ ରତ୍ନମଣ୍ଡପ’, ଲୋକନୃତ୍ୟ ‘ମାଟି ଆମର ମାଆ’, ସୁସ୍ଥ ଶରୀର ଓ ମନ ପାଇଁ ଯୋଗାସନ ପ୍ରଦର୍ଶନ ଆଦି ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା। ନିରବଚ୍ଛିନ୍ନ ୨୫ବର୍ଷ ସେବା ପ୍ରଦାନ କରିଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ।

ପୂର୍ବାହ୍ଣରେ, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀଙ୍କ ପୌରୋହିତ୍ୟରେ ବୈଦିକ ଯଜ୍ଞାନୁଷ୍ଠାନ ଆୟୋଜିତ ହୋଇଥିଲା। ଶିକ୍ଷକ ଲକ୍ଷ୍ମୀଧର ରାଉତରାୟ, ଈଶା ଶତପଥୀ, ସି.ଜ୍ୟୋତି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ଆମନ୍ତ୍ରିତ ଅତିଥିଗଣ ବହୁସଂଖ୍ୟାରେ ସମୁଦାୟ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

ଡିଏଭି ଚନ୍ଦ୍ରଶେଖରପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ଏସୀୟ କ୍ରୀଡ଼ା ଫାଇନାଲ୍: ମାଗଣାରେ କିପରି ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ?, ଜାଣନ୍ତୁ

October 2, 2026

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.