Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ଭାରତୀୟ ପର୍ଯ୍ୟଟନ ବିଭାଗ ଓ ଓଡ଼ି ଆର୍ଟ ତରଫରୁ ସ୍ବଚ୍ଛତା ଅଭିଯାନ
ଆଞ୍ଚଳିକ

ଚିଲିକା: ଭାରତୀୟ ପର୍ଯ୍ୟଟନ ବିଭାଗ ଓ ଓଡ଼ି ଆର୍ଟ ତରଫରୁ ସ୍ବଚ୍ଛତା ଅଭିଯାନ

September 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଭାରତୀୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଆ ଆର୍ଟ ସେଣ୍ଟର୍ ବଡକୁଳର ମିଳିତ ଆନୁକୁଲ୍ୟରେ ସ୍ବଚ୍ଛତା ଅଭିଯାନ ମଙ୍ଗଳ ଯୋଡ଼ି ଏବଂ ଓଟିଡିସି ବଡକୁଳ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ଭାରତ ମିଶନ ତରଫରୁ ଚଳିତ ୧୬ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ନିର୍ଦ୍ଧାରିତ କରାଯାଇଥିବା ଅଭିଯାନକୁ ଆଜି ପ୍ରଥମ ଦିନରେ ସକାଳ ସାତଟା ସମୟରେ ପ୍ରଥମେ ଭାରତୀୟ ପର୍ଯ୍ୟଟନ ବିଭାଗ ଓଡ଼ିଶାର ସହ ନିର୍ଦ୍ଦେଶିକା ରଶ୍ମି ସୋନିଆ ତିର୍କି, ବିଭାଗର ଜଗନ୍ନାଥ ବେହେରା ତଥା ସୁନିଲ କୁମାର ନାୟକଙ୍କୁ ପୁଷ୍ପ ଗୁଛ ଦେଇ ଆରତୀ ନାୟକ ଓ ସମୀକ୍ଷା ସାମନ୍ତରାୟ ସ୍ବାଗତ କରିଥିଲେ।

ଟାଙ୍ଗୀ ମଙ୍ଗଳା ଯୋଡ଼ିଠାରେ ଥିବା ପକ୍ଷୀ ସୁରକ୍ଷା ବାହିନୀର ସମସ୍ତ କର୍ମ କର୍ତ୍ତା ସଫେଇ ଅଭିଯାନରେ ଯୋଗ ଦେଇଥିଲେ। ପୁନର୍ବାର ଅପରାହ୍ନରେ ବଡ଼କୁଳ ପାନ୍ଥ ନିବାସ ଜେଟି ପରିବେଶକୁ ମୋଟର ବୋଟ ଆସୋସିଏସନ୍ କର୍ମକର୍ତ୍ତାଙ୍କ ସହ ଓଡି ଆର୍ଟ ସେଣ୍ଟର୍ର ମାନସ ପଟ୍ଟନାୟକ, ରଶ୍ମିରଞ୍ଜନ ଆଚାର୍ଯ୍ୟ ତଥା ସୁଶାନ୍ତ କୁମାର ଦାସ ପ୍ରମୁଖ ସଫେଇ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

ପ୍ଲାଷ୍ଟିକ ମୁକ୍ତ ଭାରତ କରିବା ପାଇଁ ଏଣେ ତେଣେ ପଡିଥିବା ପ୍ଲାଷ୍ଟିକ ବ୍ୟାଗ୍, ପଲିଥିନ ,ବୋତଲ ଇତ୍ୟାଦି ଆଲିଆକୁ ସଫା କରାଯାଇଥିଲା। ଏହାକୁ ଦୁରସ୍ତନରେ ଏକତ୍ର କରାଯାଇ ପରିବେଶରେ ଏକ ଖୋଲା ଜାଗାରେ ନିଆ ଲଗାଇ ଜଳାଇ ଦିଆଯାଇଥିଲା। ଏଥିସହିତ ସଫେଇ କାର୍ଯ୍ୟରେ ଯୋଗଦାନ କରିଥିବା କର୍ମକର୍ତ୍ତାଙ୍କ ପାଇଁ ଭାରତ ସରକାରଙ୍କ ତରଫରୁ ସ୍ୱଚ୍ଛ ଭାରତ ଗଞ୍ଜି ଓ ଟୋପି ଇତ୍ୟାଦି ବଣ୍ଟନ କରିବା ସହିତ ଜଳପାନର ସୁବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଓଡ଼ି ଆର୍ଟ ଚିଲିକା ବାଲୁଗାଁ ସ୍ବଚ୍ଛତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ଚ଼ିଲିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ଖାନ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିକାଣ୍ଡ

June 2, 2026

ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

June 2, 2026

ବୈଷୟିକ ଶିକ୍ଷାରେ ବଢିଲା ସରଂକ୍ଷଣ

June 2, 2026

ଲୋଖଣ୍ଡେ ପ୍ରଶାନ୍ତ ସୀତାରାମ ହେଲେ ସିବିଏସଇର ନୂତନ ଅଧ୍ୟକ୍ଷ

June 2, 2026

ଟିମ୍ ଇଣ୍ଡିଆ ପାଇଁ ଏହି ଅଭିଜ୍ଞ ସ୍ପିନ୍ ପ୍ରଶିକ୍ଷକଙ୍କୁ ନିଯୁକ୍ତ କଲା ବିସିସିଆଇ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.