Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଆଞ୍ଚଳିକ

ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

November 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର: ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ଦ୍ଵାରା ଓଡ଼ିଶା ପରିବେଶ ସମିତି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମିଳିତ ସହଯୋଗରେ ଜଗତସିଂହପୁର ସ୍ଥିତ ଗଭର୍ମେଣ୍ଟ ପଲି ଟେକନିକାଲ କଲେଜ, ଜାମୁଗାଁ ଓ କଣ୍ଟୁନିଆ ନୋଡାଲ ହାଇସ୍କୁଲ ପରିସରରେ ପ୍ରାୟ ବିଭିନ୍ନ ପ୍ରଜାତି ର ୫୦୦ ବୃକ୍ଷ ଯଥା – ଲିମ୍ୱ, କରଞ୍ଜ, କୃଷ୍ଣଚୂଡ଼ା, ପିଜୁଳି, ଆମ୍ବ, ଅର୍ଜୁନ, ଜାମୁ ଆଦି ରୋପଣ କାର୍ଯ୍ୟକ୍ରମ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ଗଭର୍ମେଣ୍ଟ୍ ପଲିଟେକନିକାଲ କଲେଜର ଅଧ୍ୟାପକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ମହାନ୍ତି ,ଇନ ଭାରମେଣ୍ଟ ସୋସାଇଟି ର ଉପ ସଭପତି ମନୋରଞ୍ଜନ ମିଶ୍ର, ସର୍ବୋତ୍ତମ ସୋସିଆଲ ଅର୍ଗାନାଇସେସନ ର ସଭାପତି ରବୀନ୍ଦ୍ର କୁମାର ବେହେରା, ବରିଷ୍ଠ ସମାଜସେବୀ ପ୍ରତାପ ମିଶ୍ର, କଣ୍ଟୁନିଆ ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଯୋଗଦାନ କରିଥିଲେl ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ର ଆବଶକ୍ୟତା ଓ ଉପକାରିତା ବିଷୟରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା। ବିଶ୍ଵରେ ଯେଭଳି ଦୃତ ଶିଳ୍ପାୟନ ତଥା ବିକାଶ ମୂଳକ ଯୋଜନା ଦ୍ଵାରା ଅବିଚାରିତ ଜଙ୍ଗଲ ଅପସାରଣ ହୋଇ ଚାଲିଛି ଏବମ୍ ବିଶ୍ଵ ତାପନ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଦେଖା ଦେଉଛି, ଜୈବ ବିଭିନ୍ନତାରେ ହ୍ରାସ ଘଟୁଛି ତାହାର ସମାଧାନ ପାଇଁ ବ୍ୟାପକ ବୃକ୍ଷ ରୋପଣ ଏବମ୍ ଜଙ୍ଗଲ ସୃଷ୍ଟି କରିବା ନିତାନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ କୁ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନର ସମ୍ପାଦିକା ଶ୍ରାବଣୀ ରାୟ, ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ଲେଙ୍କା, ପରିଚାଳନା କମିଟି ସଦସ୍ୟ ସୁଧୀର ରାୟ, ପରିଚାଳନା କମିଟି ସଦସ୍ୟା ପୁନମ ନାୟକ, ଉତ୍ତମ ବିଶ୍ଵାଳ ଏବଂ ଅଶୋକ ରାୟ ଆଦି ପ୍ରମୁଖ ପରିଚାଳନା କରିଥିଲେ।

ଓଡ଼ିଶା ପରିବେଶ ସମିତି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୃଷ୍ଠପୋଷକ ତାରେ ଏବମ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରକୃତି ପ୍ରେମୀ ଛାତ୍ର ଛାତ୍ରୀ ତଥା ଅନ୍ୟମାନେ ଯୋଗଦାନକରି ଉତ୍ସାହ ପ୍ରଦାନ କରିଥିଲେ।

ଜଗତସିଂହପୁର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026

ଇ-୨୦ ଉପରେ କଠୋର ଆଭିମୁଖ୍ୟ: କଡ଼ା ନିର୍ଦ୍ଦେଶ ଦେଲେ ସରକାର

July 14, 2026

ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଇରାନୀ ଦୂତାବାସକୁ କଲେ ସମନ

July 14, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ପିଚ୍ ରିପୋର୍ଟ

July 14, 2026

ସୁନା କିଣିବା ପାଇଁ ଏହା କ’ଣ ଠିକ୍ ସମୟ?: ଜାଣନ୍ତୁ ଆଜିର ମୂଲ୍ୟ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.