Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜୀବନ ସହ ସଂଗ୍ରାମ କରୁଛନ୍ତି ବାଣପୁରର ମୁଖକର୍କଟ ରୋଗୀ: ସରକାରୀ ସହାୟତା ପାଇଁ ଆକୁଳ ନିବେଦନ
ଆଞ୍ଚଳିକ

ଜୀବନ ସହ ସଂଗ୍ରାମ କରୁଛନ୍ତି ବାଣପୁରର ମୁଖକର୍କଟ ରୋଗୀ: ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

January 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମୋ ପୁଅକୁ ବଞ୍ଚାଇଦିଅ, ବାପ ପୁଅ ମିଶି ସବୁ ଋଣ ସୁଝିଦେବୁ, ଆମ ଉପରେ ଦୟା କରନ୍ତୁ। ଏ ଭଳି କରୁଣ ନିବେଦନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଡିହ ଗ୍ରାମର ଜୀବନ ପଣ୍ଡା।

ଜୀବନ ପଣ୍ଡାଙ୍କ ଏକମାତ୍ର ପୁଅ ବରଦା ପ୍ରସାଦ ପଣ୍ଡା ହରିଆନାର କୌଣସି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଆଉ ବାପା ଜୀବନ ପଣ୍ଡା ବାଲୁଗାଁର ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। କରୋନା ପାଇଁ ବାପା ଜୀବନ ପଣ୍ଡା ନିଜର ଜୀବିକା ହରେଇ ବସିଲେ। ପୁଅର ରୋଜଗାରରେ ଘରଟି ଦୁଃଖସୁଖରେ ଚାଲିଥିଲା।

ତେବେ ଦିନେ ବରଦା ମାଆଙ୍କ ସହ ଫୋନରେ କଥା ହେଉଥିଲେ। ବରଦାଙ୍କ କଥାଗୁଡିକ ପରିଷ୍କାର ଉଚ୍ଚାରଣ ହୋଇପାରୁନଥିବାରୁ ମା’ ପଚାରିଥିଲେ, “ପୁଅ ତୋର କଥା ଏମିତି କଣ ଶୁଭୁଛି। ପୁଅ କହିଥିଲା, ”ବୋଉ ମୋର ଦାନ୍ତ ବିନ୍ଧା ହେଉଛି। ବରଦା ସେଠାରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲେ। ହେଲେ ଭଲ ନହେବାରୁ ଘରକୁ ଫେରିଆସି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରିଥିଲେ।

ରିପୋର୍ଟ ଆସିଲା ପରେ ଡାକ୍ତର ଯାହା କହିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ବରଦାଙ୍କୁ ମୁଖକର୍କଟ ରୋଗ ହୋଇଥିବା ଜଣାପଡିଥିଲା। ୨୭ ବର୍ଷର ପୁଅ ମୁଖ କର୍କଟ ରୋଗରେ ପୀଡିତ। ଯାହା ଟଙ୍କା ଥିଲା ଚିକିତ୍ସାରେ ସବୁ ଶେଷ ହୋଇଗଲା। ବାପା ଜୀବନ ପଣ୍ଡା ନିଜର ଜୀବିକା ହରେଇ ଘରେ ବସିଛନ୍ତି। ପୁଅର ଚିକିତ୍ସା ତ ଦୂରର କଥା ଘରେ ଚୁଲି ମଧ୍ୟ ଜଳୁନି। ବରଦାଙ୍କ ଗୋଟିଏ ବୋଲି ଭଉଣୀ ବାହା ହୋଇ ଶାଶୁ ଘରେ ରହୁଛନ୍ତି। ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତିଙ୍କୁ ବରଦାଙ୍କ ପିତା, ମାତା ଓ ଦାଦା ସହାୟତା ନିମନ୍ତେ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍ତି।

କିଛି ସାହାଯ୍ୟ କରି ବରଦାକୁ ବଞ୍ଚେଇଦେଲେ ବାପ ପୁଅ ମିଶି ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ଋଣ ଧିରେ ଧିରେ ପରିଶୋଧ କରିଦେବେ। ଏହା ଥିଲା ଜଣେ ବାପାର ଆକୁଳ ନିବେଦନ।

ଯଦି କୌଣସି ସେବା ଅନୁଷ୍ଠାନ ଓ କୌଣସି ବଦାନ ବ୍ୟକ୍ତି ବରଦାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଏହି ନମ୍ବରରେ (୯୦୯୦୨୩୩୨୮୪) ଯୋଗାଯୋଗ କରି ସାହାଯ୍ୟ କରିପାରିବେ।

ଉକ୍ତ ରୋଗୀଙ୍କୁ ପ୍ରଶାସନିକ ସହାୟତା ଯୋଗାଇଦେବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସିଡ଼ିଏମଓ ଙ୍କୁ ମଧ୍ୟ ‘ସମୀକ୍ଷା’ ପକ୍ଷରୁ ଅନୁରୋଧ କରାଯାଉଛି।

ସରକାରୀ ସହାୟତା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026

ଭୀମ ଭୋଇ କଲେଜରେ ରକ୍ତଦାନ ଶିବିର: ୨୫ ୟୁନିଟ୍ ରକ୍ତ ସଂଗ୍ରହ

January 6, 2026

ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

January 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପ୍ଲାଷ୍ଟିକ ମୂକ୍ତ ଧାରଣୀୟ କ୍ୟାମ୍ପସ ସଚେତନତା କାର୍ଯ୍ୟକ୍ରମ

January 3, 2026
Latest News

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026

ସୁଧୁରୁନି ବାଂଲାଦେଶ: ପୁଣିଥରେ ଭାରତ ବିରୋଧରେ ICC କୁ ପଠାଇଲା ଚିଠି

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026

‘ମୁଁ ନେହେରୁଙ୍କ ବଡ଼ ପ୍ରଶଂସକ, କିନ୍ତୁ ସମସ୍ତ ନୀତିକୁ ସମର୍ଥନ କରେ ନାହିଁ’: କଂଗ୍ରେସ ସାଂସଦ ଶଶି ଥରୁର

January 9, 2026

‘ଚାକିରି ବଦଳରେ ଜମି’ ମାମଲା: ଲାଲୁ ଯାଦବଙ୍କ ପରିବାରକୁ ବଡ଼ ଝଟକା ଦେଲେ କୋର୍ଟ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.