Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜୀବନ ସହ ସଂଗ୍ରାମ କରୁଛନ୍ତି ବାଣପୁରର ମୁଖକର୍କଟ ରୋଗୀ: ସରକାରୀ ସହାୟତା ପାଇଁ ଆକୁଳ ନିବେଦନ
ଆଞ୍ଚଳିକ

ଜୀବନ ସହ ସଂଗ୍ରାମ କରୁଛନ୍ତି ବାଣପୁରର ମୁଖକର୍କଟ ରୋଗୀ: ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

January 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମୋ ପୁଅକୁ ବଞ୍ଚାଇଦିଅ, ବାପ ପୁଅ ମିଶି ସବୁ ଋଣ ସୁଝିଦେବୁ, ଆମ ଉପରେ ଦୟା କରନ୍ତୁ। ଏ ଭଳି କରୁଣ ନିବେଦନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଡିହ ଗ୍ରାମର ଜୀବନ ପଣ୍ଡା।

ଜୀବନ ପଣ୍ଡାଙ୍କ ଏକମାତ୍ର ପୁଅ ବରଦା ପ୍ରସାଦ ପଣ୍ଡା ହରିଆନାର କୌଣସି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଆଉ ବାପା ଜୀବନ ପଣ୍ଡା ବାଲୁଗାଁର ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। କରୋନା ପାଇଁ ବାପା ଜୀବନ ପଣ୍ଡା ନିଜର ଜୀବିକା ହରେଇ ବସିଲେ। ପୁଅର ରୋଜଗାରରେ ଘରଟି ଦୁଃଖସୁଖରେ ଚାଲିଥିଲା।

ତେବେ ଦିନେ ବରଦା ମାଆଙ୍କ ସହ ଫୋନରେ କଥା ହେଉଥିଲେ। ବରଦାଙ୍କ କଥାଗୁଡିକ ପରିଷ୍କାର ଉଚ୍ଚାରଣ ହୋଇପାରୁନଥିବାରୁ ମା’ ପଚାରିଥିଲେ, “ପୁଅ ତୋର କଥା ଏମିତି କଣ ଶୁଭୁଛି। ପୁଅ କହିଥିଲା, ”ବୋଉ ମୋର ଦାନ୍ତ ବିନ୍ଧା ହେଉଛି। ବରଦା ସେଠାରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲେ। ହେଲେ ଭଲ ନହେବାରୁ ଘରକୁ ଫେରିଆସି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରିଥିଲେ।

ରିପୋର୍ଟ ଆସିଲା ପରେ ଡାକ୍ତର ଯାହା କହିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ବରଦାଙ୍କୁ ମୁଖକର୍କଟ ରୋଗ ହୋଇଥିବା ଜଣାପଡିଥିଲା। ୨୭ ବର୍ଷର ପୁଅ ମୁଖ କର୍କଟ ରୋଗରେ ପୀଡିତ। ଯାହା ଟଙ୍କା ଥିଲା ଚିକିତ୍ସାରେ ସବୁ ଶେଷ ହୋଇଗଲା। ବାପା ଜୀବନ ପଣ୍ଡା ନିଜର ଜୀବିକା ହରେଇ ଘରେ ବସିଛନ୍ତି। ପୁଅର ଚିକିତ୍ସା ତ ଦୂରର କଥା ଘରେ ଚୁଲି ମଧ୍ୟ ଜଳୁନି। ବରଦାଙ୍କ ଗୋଟିଏ ବୋଲି ଭଉଣୀ ବାହା ହୋଇ ଶାଶୁ ଘରେ ରହୁଛନ୍ତି। ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତିଙ୍କୁ ବରଦାଙ୍କ ପିତା, ମାତା ଓ ଦାଦା ସହାୟତା ନିମନ୍ତେ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍ତି।

କିଛି ସାହାଯ୍ୟ କରି ବରଦାକୁ ବଞ୍ଚେଇଦେଲେ ବାପ ପୁଅ ମିଶି ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ଋଣ ଧିରେ ଧିରେ ପରିଶୋଧ କରିଦେବେ। ଏହା ଥିଲା ଜଣେ ବାପାର ଆକୁଳ ନିବେଦନ।

ଯଦି କୌଣସି ସେବା ଅନୁଷ୍ଠାନ ଓ କୌଣସି ବଦାନ ବ୍ୟକ୍ତି ବରଦାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଏହି ନମ୍ବରରେ (୯୦୯୦୨୩୩୨୮୪) ଯୋଗାଯୋଗ କରି ସାହାଯ୍ୟ କରିପାରିବେ।

ଉକ୍ତ ରୋଗୀଙ୍କୁ ପ୍ରଶାସନିକ ସହାୟତା ଯୋଗାଇଦେବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସିଡ଼ିଏମଓ ଙ୍କୁ ମଧ୍ୟ ‘ସମୀକ୍ଷା’ ପକ୍ଷରୁ ଅନୁରୋଧ କରାଯାଉଛି।

ସରକାରୀ ସହାୟତା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

ସୁନା ଓ ରୂପା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

September 12, 2026

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.