Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପାହାଡ଼ ନିଲାମୀ ପରବର୍ତ୍ତୀ ସମସ୍ୟା: ବାଣପୁର ତହସିଲଦାରଙ୍କୁ ଭେଟିଲେ ବିଜେପି ନେତା ପୃଥ୍ଵୀରାଜ
ଆଞ୍ଚଳିକ

ପାହାଡ଼ ନିଲାମୀ ପରବର୍ତ୍ତୀ ସମସ୍ୟା: ବାଣପୁର ତହସିଲଦାରଙ୍କୁ ଭେଟିଲେ ବିଜେପି ନେତା ପୃଥ୍ଵୀରାଜ

January 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ କୁଲେଇ ଗ୍ରାମପଞ୍ଚାୟତର ନୀଳକଣ୍ଠପୁର ମୌଜାରେ ଅଛି ବସବାଗୁଲି ପାହାଡ଼। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଉକ୍ତ ପାହାଡ଼ରୁ ପଥର ନେବାପାଇଁ ଜନୈକ ନିଲାମଧାରୀ ଲିଜ ଗ୍ରହଣ କରିଛନ୍ତି। ପଥର ଫଟାଇବା ପରେ ସ୍ଥାନୀୟ ଅଧିବାସୀ ଉକ୍ତ ନୀଲାମକୁ ବିରୋଧ କରିଛନ୍ତି। ଗ୍ରାମବାସୀ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ପୂର୍ବରୁ ଅଭିଯୋଗ ପ୍ରଦାନ କରାଯାଇଥିବା ବେଳେ ବୁଧବାର ଅପରାହ୍ନରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ବହୁ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୧୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ତହସିଲଦାରଙ୍କୁ ଭେଟି ଉକ୍ତ ଲିଜ ଉପରେ ରୋକ ଲଗାଇବା ନିମନ୍ତେ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନ କରିଥିବା ଅଭିଯୋଗ ଅନୁଯାୟୀ ଉକ୍ତ ପାହାଡରେ ବିଭିନ୍ନ ପ୍ରକାର ଔଷଧ ଜାତୀୟ ବୃକ୍ଷ ଏବଂ ନାନା ପ୍ରଜାତିର ବନ୍ୟ ଜୀବଜନ୍ତୁ ବାସକରନ୍ତି। ୫୦ ହେକ୍ଟର ପାହାଡ଼ ଜାଗାରେ ଟାଙ୍ଗୀ ଓ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇଥିବା ବେଳେ ଗ୍ରାମବାସୀଙ୍କୁ ପ୍ରକୃତିମିତ୍ରର ଉପାଧି ମଧ୍ୟ ମିଳିଛି। ଅଂଚଳର ମାଟି କଳାମାଟି ହୋଇଥିବାରୁ ପଥର ଫଟାଇବା ଦ୍ୱାରା ଘର ଗୁଡିକ ଉପରେ ବିପଦ ସୃଷ୍ଟି କରିବ।

ପାହାଡ଼ର ଚାରିପଟେ କୁଲେଇ, ଗୋତପଲି, ଗମେଇ, ଦୀନବନ୍ଧୁପୁର, ମନେଇ ମାନସିଂହପୁର ଗ୍ରାମର ପ୍ରାୟ ୨୦୦୦ ରୁ ଅଧିକ ଜନବସତି ବାସ କରନ୍ତି। ବହୁ ବୟସ୍କ ବୃଦ୍ଧ ଓ ବୃଦ୍ଧା ତତସହିତ ହୃଦରୋଗୀ ଅଛନ୍ତି। ପାହାଡର ସଂଗୃହିତ ଜଳକୁ ସଂରକ୍ଷିତ ରଖି ଚାଷ କାର୍ଯ୍ୟରେ ବିନିଯୋଗ କରାଯାଏ। ହଜାର ହଜାର ସଂଖ୍ୟରେ ଗାଈଗୋରୁଙ୍କର ଉକ୍ତ ପାହାଡ଼ ଚରାଭୂଇଁ l ସେମାନଙ୍କ ଅବସ୍ଥା କଣ ହେବ।

୧୯୯୭ ମସିହାଠାରୁ ବସୁବାଗୁଲି ପାହାଡକୁ ଜଙ୍ଗଲ କମିଟି ତରଫରୁ ଚାରିଜଣ ଲେଖା ଜଗି ଆସୁଛନ୍ତି। ଉକ୍ତ ପାହାଡ଼ ନୀଲାମ ଜଙ୍ଗଲ ଆଇନର ବିରୁଦ୍ଧଚାରଣ କରିବା ସହ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଡବ୍ଲୁପିସି ନମ୍ବର ୨୦୨/୯୫ କୁ ବିରୁଦ୍ଧଚରଣ କରୁଛି। ଏ ନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଙ୍କୁ ପଚାରିବାରୁ ଜନୈକ ଲିଜ ଧାରୀ ସମସ୍ତ ସରକାରୀ ପ୍ରକ୍ରିୟାକୁ ପୂରଣ କରି ଲିଜ ନେଇଛନ୍ତି। ତଥାପି ବିଜେପିର ଉକ୍ତ ମୌଖିକ ଅଭିଯୋଗକୁ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।

ପୃଥ୍ଵୀରାଜ ହରିଚନ୍ଦନ ବାଣପୁର ତହସିଲଦାର ବିଜେପି ନେତା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.