ନାଚୁଣୀ : ଗୋଟାଏ ରାତିରେ ପାଞ୍ଚୋଟି ମନ୍ଦିରରୁ ସିରିଜ ଚୋରି, ପୋଲିସ ର ତଦନ୍ତ ଜାରି

Published: Jan 31, 2023, 1:02 pm IST

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଆ ଗ୍ରାମର ୫ ଗୋଟି ମନ୍ଦିର ରୁ ସିରିଜ ଚୋରି ଅଭିଯାଗ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତ ମାନେ ବାଲିଆ ଗ୍ରାମର ପାଞ୍ଚ ଗୋଟି ମନ୍ଦିରରୁ କଳାକନା ବୁଲାଇଛନ୍ତି। ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଇଯାଇଛନ୍ତି ଦୁର୍ବୁତ୍ତ।

ଏ ନେଇ ଆଜି ସକାଳୁ ପୂଜକ ଜାଣିବାପରେ ସ୍ଥାନୀୟ ଗ୍ରାମବାସି ଓ ପୋଲିସ କୁ ସୂଚନା ଦେଇଥିଲେ। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ସୂଚନା ଥାଉକି ଦୁଇ ଦିନ ତଳେ ଅନୁରୂପ ଭାବେ ଟାଙ୍ଗୀ ଥାନା ଅଞ୍ଚଳରେ ମଧ୍ୟ ବିଭିନ୍ନ ମନ୍ଦିରରୁ ସିରିଜ ଚୋରି ହୋଇଥିଲା।

Related posts