Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଏବଂ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଏବଂ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର

February 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଓ ଗୋଦାବରୀଶ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ମୋଟ ୧୩୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ବଣ୍ଟନ କରାଯିବା ସଂଗେ ସଂଗେ ୬୦ ଜଣଙ୍କୁ ଚଷମା ଦିଆଯାଇଥିଲା। ସେଥିମଧ୍ୟରୁ ୨୫ ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇ ୧୨ ଜଣଙ୍କୁ ଭୂବନେଶ୍ବର ରୟାଲ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ନିମନ୍ତେ ପଠାଯାଇଅଛି। ପୁନଃଶ୍ଚ ଆସନ୍ତା କାଲି ଅବଶିଷ୍ଟ ୧୩ ଜଣଙ୍କୁ ପଠାଯିବ। ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ସିଂ ଓ ସହକାରୀ ଚକ୍ଷୁ ଚିକିତ୍ସା ସହାୟକ ତଥା କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ।

ସେହିପରି ଖୋର୍ଦ୍ଧା ବ୍ଳଡ ବ୍ୟାଙ୍କ ଟିମଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ରକ୍ତଦାନ କରିଥିଲେ। ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୁନୀଲ କୁମାର ପାତ୍ରଙ୍କ ସମେତ ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଓମ ପ୍ରକାଶ ଅଗ୍ରୱାଲ, ସୁରେଶ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ପଦ୍ମନାଭ ମାଝି, ରବିନାରାୟଣ ନାୟକ ଓ ଆସନ୍ତା ବର୍ଷର ସଭାପତି ପାଇଁ ମନୋନୀତ ସଦସ୍ୟ ନନ୍ଦକିଶୋର ମିଶ୍ର ଏବଂ ସଦସ୍ୟ ବିପ୍ଳବ କୁମାର ମୁଦୁଲି, ସୂର୍ଯ୍ୟନାରାୟଣ ସେନାପତି, ସଚ୍ଚିଦାନନ୍ଦ ସେଠୀ, ହିମାଂଶୁ କୁମାର ପାତ୍ର, ଶ୍ୟାମ ସୁନ୍ଦର ପୃଷ୍ଟି, ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ସମେତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ଉପାଧ୍ୟକ୍ଷ ଏସ ପି ଏନ ଏସ ବର୍ମା, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତା, ଲକ୍ଷ୍ମୀ ପ୍ରସାଦ ମିଶ୍ର, ସୂଜାତା ମିଶ୍ର, ସତ୍ୟାନନ୍ଦ ମହାରଣା ଓ ବୈରାଗି ଚରଣ ବଳ ପ୍ରମୂଖ ଶିବିରକୁ ପରିଚାଳନା କରିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର ବାଣପୁର-ବାଲୁଗାଁ ରକ୍ତ ଦାନ ଶିବିର ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.