Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କର୍କଟ ରୋଗରେ ପୀଡ଼ିତାଙ୍କ ଏନ୍ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଆଞ୍ଚଳିକ

କର୍କଟ ରୋଗରେ ପୀଡ଼ିତାଙ୍କ ଏନ୍ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

February 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସହର ଅରବିନ୍ଦ ନଗର ବାସିନ୍ଦା ପ୍ରମିଳା ଚର୍ଚ୍ଚି ଆଜକୁ ଏକ ବର୍ଷ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ୪ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବା ପରେ ସେ ଆରୋଗ୍ୟ ହୋଇନଥିଲେ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରମିଳାଙ୍କୁ ଘରକୁ ଫେରାଇ ଦେଇଥିଲେ। ଏହାଦ୍ଵାରା ପ୍ରମିଳା ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯାଇଥିଲେ, ସେଠାରେ ମଧ୍ୟ ଉନ୍ନତ ଚିକିତ୍ସା ନହେବାରୁ ସେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ।

ସେଠାରେ ସେ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ଓ ଏଥିପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡର ଆବଶ୍ୟକ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ କବିସୂର୍ଯ୍ୟ ନଗର ଏନ୍ ଏ ସି କାର୍ଯ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଯୋଗାଯୋଗ କରିବା ପରେ କୌଣସି ସୁବିଧା ନ ହେବାରୁ ସେ ଆଜି ଠାରୁ ଉକ୍ତ କାର୍ଯ୍ୟାଳୟ ବାରଣ୍ଡାରେ ସ୍ବାମୀଙ୍କ ସହ ଆମରଣ ଅନଶନ ଆରମ୍ଭ କରିଛନ୍ତି। ନିଜ ଅଞ୍ଚଳର ଅରବିନ୍ଦ ନଗର ବାସିନ୍ଦା ସୁରେନ୍ଦ୍ର ଚର୍ଚ୍ଚିଙ୍କ ପତ୍ନୀ ପ୍ରମିଳା ଚର୍ଚ୍ଚି ପ୍ରଥମରୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ, ଆର୍ଥିକ ସମ୍ବଳ ଅଭାବରୁ ତାକୁ ଘରକୁ ପଠାଇ ଦେବାରୁ ଉଭୟ ପ୍ରମିଳା ଓ ସୁରେନ୍ଦ୍ର ନେହୁରା ହୋଇ କହିବାରୁ ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

କିନ୍ତୁ ସେଠାରେ ମଧ୍ୟ ଅନୁରୂପ ପରିସ୍ଥିତି, ଟଙ୍କା ଦରକାର ନଚେତ ସ୍ବାସ୍ଥ୍ୟ ବିମା କାର୍ଡର ଆବଶ୍ୟକ ବୋଲି କହିବାରୁ ସେମାନେ ଆଜି ଏନ୍ ଏ ସି କାର୍ଯ୍ୟାଳୟ କର୍ତ୍ତୁପକ୍ଷଙ୍କୁ ସାକ୍ଷାତ କରିଥିଲେ ଓ ନାସ୍ତିବାଣୀ ଶୁଣିବାରୁ ଉଭୟ ଆଜି ଧାରଣାରେ ବସିଛନ୍ତି।

ଖବର ପାଇ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସତ୍ୟାସତ୍ୟ ଅନୁସନ୍ଧାନ କରି ଜିଲ୍ଲା କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଛନ୍ତି। ପ୍ରମିଳା ଚର୍ଚ୍ଚି ଗତ ୨୦୨୨ ଅଗଷ୍ଟ ୧୬ ଠାରୁ ଏହି ଫେବୃଆରୀ ମାସ ୪ ତାରିଖ ପର୍ଯ୍ୟନ୍ତ ଚିକିତ୍ସା ହେଉଥିଲେ।

କବିସୂର୍ଯ୍ୟନଗର କର୍କଟ ରୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.