Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ବଦଳି: ବଢୁଛି ଜନ ଅସନ୍ତୋଷ
ଆଞ୍ଚଳିକ

ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ବଦଳି: ବଢୁଛି ଜନ ଅସନ୍ତୋଷ

March 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଏସଡିପିଓ ଓପିଏସ ମାନସ ରଞ୍ଜନ ବାରିକଙ୍କ ବଦଳି ନିର୍ଦ୍ଦେଶନାମା ଜାରି ହୋଇଛି। ତାଳଚେର ଏସଡ଼ିପିଓ ଭାବେ ତାଙ୍କର ବଦଳି ହୋଇଛି। ହେଲେ ଏ କଥାକୁ ବାଣପୁର-ବାଲୁଗାଁବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଖବର ସମଗ୍ର ବାଣପୁର-ବାଲୁଗାଁରେ ବ୍ୟାପିବା ମାତ୍ରେ ସବୁ ମହଲରୁ ଏହାକୁ ବିରୋଧ ହେବା ଆରମ୍ଭ ହୋଇଛି। ଶ୍ରୀ ବାରିକ ଜଣେ ସଚ୍ଚୋଟ, କର୍ତ୍ତବ୍ୟପରାୟଣ, ପରୋପକାରି ଏବଂ ଭଦ୍ର ଅଧିକାରୀ ବୋଲି କହିବା ସହ ତାଙ୍କର ବଦଳି ଖବରକୁ ସ୍ଥାନୀୟ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଓପିଏସ ମାନସ ରଞ୍ଜନ ବାରିକ ଜାନୁଆରୀ ୧ ତାରିଖ ୨୦୨୧ରେ ବାଲୁଗାଁ ଏସଡ଼ିପିଓ ଭାବେ ଦାଇତ୍ୱ ନେବା ପରଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨ ବର୍ଷ ହେଲା ନିରବଛିନ୍ନ ଭାବେ ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ଖୁବ କମ ଛୁଟି ନେଉଥିବା ଏହି ଅଧିକାରୀ ସଦାବେଳେ ଦିନ ରାତି ଜନସାଧାରଣଙ୍କ ପାଇଁ ଉପଲବ୍ଧ ରୁହନ୍ତି। ଏପରିକି ତାଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର ୨୪ ଘଣ୍ଟା ଜନସାଧାରଣଙ୍କ ପାଇଁ ଖୋଲା ଥାଏ। ପୁର୍ବରୁ ବାଲୁଗାଁରେ ଅନେକ ଏସଡ଼ିପିଓ ଆସିଥିଲେ ମଧ୍ୟ ମାନସ ରଞ୍ଜନ ବାରିକ ଜନସାଧାରଣଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିବାରେ ସକ୍ଷମ ହୋଇପାରିଛନ୍ତି।

ପୁର୍ବରୁ ଅଭିଯୋଗକାରୀମାନେ ଏସଡ଼ିପିଓଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ସଙ୍କୋଚ କରୁଥିବାବେଳେ ଶ୍ରୀ ବାରିକ ଯୋଗଦେବା ପରେ ବହୁ ଅଭିଯୋଗକାରୀମାନେ ଏସଡ଼ିପିଓଙ୍କ କାର୍ଯ୍ୟାଳୟକୁ ନିଃସଙ୍କୋଚରେ ଯାଇ ନ୍ୟାୟ ପାଇଥିବାର ଏକାଧିକ ନଜିର ରହିଛି।

ଅନୁରୂପ ଭାବେ ବାଲୁଗାଁ ପୋଲିସ ଉପଖଣ୍ଡରେ ଶ୍ରୀ ବାରିକଙ୍କ ତତ୍ୱାବଧାନରେ ବହୁ ଜଟିଳ ଅପରାଧିକ ମାମଲାଗୁଡ଼ିକର ସମାଧାନ ହୋଇଥିବା ବେଳେ କ୍ରାଇମ ଫିଗର ଗ୍ରାଫ ତଳମୁହାଁ ହୋଇଛି। ସେହିପରି ଭାବେ ବାଣପୁର ବାଲୁଗାଁରେ କୋଭିଡ ପରିଚାଳନାରେ ଶ୍ରୀ ବାରିକଙ୍କ ଉଲ୍ଲେଖନିୟ ଅବଦାନ ରହିଥିବା ବେଳେ ଲକଡ଼ାଉନ ସମୟରେ ନିଜସ୍ୱ ପାଣ୍ଠିରୁ ଏକାଧିକ ସେବା କାର୍ଯ୍ୟ ମଧ୍ୟ ଏସଡ଼ିପିଓ ବାରିକ ଜାରି ରଖିଥିଲେ। ବାଲୁଗାଁ ଉପଖଣ୍ଡରେ ବହୁ ଅସହାୟଙ୍କୁ ସାହାଯ୍ୟ, ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା, ଗୋସେବା, କୋଭିଡ଼ ଆକ୍ରାନ୍ତ ମୃତକଙ୍କ ଶବ ସତ୍କାର କରିବା ଆଦି ଅନେକ ସେବା କାର୍ଯ୍ୟ କରି ଶ୍ରୀ ବାରିକ ପ୍ରଶଂସା ସାଉଁଟିଛନ୍ତି।

ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ଜେଏନୟୁରୁ ଉଚ୍ଚ ଶିକ୍ଷା ସାରି ଓଡ଼ିଶା ପୋଲିସ ସେବାରେ ଯୋଗଦେଇଥିବା ଏହି ଯୁବ ଅଧିକାରୀ ଆଜି ବହୁ ପୋଲିସ ଅଧିକାରୀ ଏବଂ ଜନସାଧାରଣଙ୍କ ଆଦର୍ଶ ପାଲଟିଛନ୍ତି। ଶ୍ରୀ ବାରିକ ଜଣେ ଭଲ କବି ଏବଂ ଲେଖକ ମଧ୍ୟ।  ନିକଟରେ ତାଙ୍କ ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ଉନ୍ମୋଚନ ଅପେକ୍ଷାରେ ଅଛି।

ଟ୍ରେନିଂ ସମୟରେ ନିଜ ବ୍ୟାଚର ଶ୍ରେଷ୍ଠ କ୍ୟାଡେଟ ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଉକ୍ତ ଯୁବ ଓପିଏସ ଅଧିକାରୀଙ୍କ ବଦଳିରେ ମ୍ରିୟମାଣ ହୋଇପଡିଛି ସାରା ବାଲୁଗାଁ-ବାଣପୁର ଏବଂ ଉପଖଣ୍ଡବାସୀ। ରାଜ୍ୟ ସରକାର ପୁଣି ଥରେ ଏହା ଉପରେ ବିଚାର କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

ଜନ ଅସନ୍ତୋଷ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

February 6, 2026

ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

February 5, 2026

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Latest News

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

February 7, 2026

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026

ଆଜି ସୁନା ଏବଂ ରୂପାର ମୂଲ୍ୟ ବଢିଛି ନା କମିଛି?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁର ଦର

February 7, 2026

ବିଏମସିର ମେୟର ହେବେ ବିଜେପିର ଋତୁ ତାୱଡେ, ଶିବସେନାର ସଞ୍ଜୟ ଶଙ୍କର ଡେପୁଟି ମେୟର

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.