Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର: ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ବାର୍ଷିକ ଉତ୍ସବ

March 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ମହାତପଲ୍ଲା ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଖୁବ ଧୁମଧାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ମୁଖ୍ୟ ବକ୍ତା ଭାବେ ସରପଞ୍ଚ ବିନୋଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଧୀରେନ୍ଦ୍ର ସାମନ୍ତରାୟ, ସି.ଆର.ସି.ସି. ଅକ୍ଷୟ ମହାପାତ୍ର, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ଶିକ୍ଷାବିତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ହୃଷିକେଶ ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ପିଲାମାନଙ୍କ ଶୈକ୍ଷିକ ଦିଗ ସହିତ ସହ-ଶୈକ୍ଷିକ ଦକ୍ଷତାର ବିକାଶ କ୍ଷେତ୍ରରେ ବିଦ୍ୟାଳୟର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପିଲାମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଘୋଡା ନାଚ, ଚାକିରିଆ ପୁଅ, ସମୁଦୀ-ସମୁଦୁଣୀ, କୁଳମଣି ପ୍ରଭୃତି ନାଟକଗୁଡିକ ଦର୍ଶକଙ୍କୁ ଖୁବ ଆକର୍ଷିତ କରିଥିଲା।

ଶିକ୍ଷକ ସଂଜୟ କୁମାର ଦାସ ଏହି କାର୍ଯ୍ୟକ୍ରମଗୁଡିକୁ ପରିଚାଳନା କରିଥିବା ବେଳେ ସଙ୍ଗୀତ ଶିକ୍ଷକ ଭାସ୍କର ସ୍ୱାଇଁ ନାଟକ ଗୁଡିକର ନିର୍ଦ୍ଦେଶନା ଦେଇଥିଲେ। ଶିକ୍ଷୟତ୍ରୀ କଳ୍ପନା ଜେନା, ସୁଶାନ୍ତ ସାମନ୍ତରାୟ, ମାଳତୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।

ବାର୍ଷିକ ଉତ୍ସବ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Latest News

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.