Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବଢୁଛି ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ: ପ୍ରଶାସନ ନୀରବଦ୍ରଷ୍ଟା
ଆଞ୍ଚଳିକ

ବାଣପୁରରେ ବଢୁଛି ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ: ପ୍ରଶାସନ ନୀରବଦ୍ରଷ୍ଟା

March 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ବାଣପୁର ପ୍ରସିଦ୍ଧ ଐତିହାସିକ ପଞ୍ଚଦୋଳ ଯାତ୍ରା। ଏଥିନିମନ୍ତେ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସହ। ଗାଁ ଗାଁ ଉତ୍ସବମୁଖର। ସାରା ବାଲୁଗାଁ ବାଣପୁର ଓ ଚିଲିକାବାସୀ ପଞ୍ଚଦୋଳ ଏବଂ ନଈରୀ ଦଶଦୋଳ ଉତ୍ସବକୁ ପାଳନ କରିବା ପାଇଁ ସଜବାଜ ହେଉଛନ୍ତି।

ଅପରପକ୍ଷରେ ଉକ୍ତ ସବୁ ଅଞ୍ଚଳରେ ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି। ବାଣପୁରର ବିଭିନ୍ନ ଗ୍ରାମରେ ଜୁଆଡ଼ିମାନେ ଦିନରାତି ତାସ ପସରା ମେଲାଉଛନ୍ତି ଏବଂ ହଜାର ହଜାର ଟଙ୍କା ବାଜି ଲଗାଉଛନ୍ତି। ଏପରିକି ସକାଳ ୯ ରୁ ସନ୍ଧ୍ୟା ୮ ଯାଏଁ ଜୁଆ ବେପାର ଚାଲୁଥିବା ଅଭିଯୋଗ ହେଉଛି।

ଅନୁରୂପ ଭାବେ ଉକ୍ତ ସବୁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ବୁଦ୍ଧିଜିବୀଙ୍କ ଚିନ୍ତା ବଢ଼ାଇଦେଇଛି। ମଦ ବେପାର ବଢିବା ଦ୍ୱାରା ଯୁବପିଢ଼ି ନିଶାଗ୍ରସ୍ତ ହେବା ସହ ଘରେ ଘରେ ପାରିବାରିକ କଳହ ବୃଦ୍ଧି ପାଉଛି। ଆଗକୁ ପଞ୍ଚଦୋଳ ଥିବା ବେଳେ ବେଆଇନ ମଦ ବେପାରୀଙ୍କ ପାଇଁ ଏହା ସତେ ଯେମିତି ସୁବର୍ଣ୍ଣ ସୁଯୋଗ। ଅବକାରୀ ବିଭାଗର ନିଷ୍କ୍ରିୟତା ଲାଗି ଅବାଧ ବେଆଇନ ମଦ ବିକ୍ରି ଉପରେ ରୋକ ଲଗପାରୁନି।

ବାଣପୁର ବାଲୁଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଅବକାରୀ କାର୍ଯ୍ୟାଳୟ ଥିଲେ ସୁଦ୍ଧା କର୍ମଚାରୀ ମାନେ ଚଢାଉ କରିବାକୁ କଣ ପାଇଁ କୁଣ୍ଠିତ ହେଉଛନ୍ତି, ତାହା ଏବେ ସନ୍ଦେହଘେରରେ ଅଛି। ଯାତ୍ରା ପୁର୍ବରୁ ଯଦି ବାଣପୁର ଓ ଚିଲିକା ଅଞ୍ଚଳରେ ବେଆଇନ ମଦ ବିକ୍ରି ଉପରେ ଚଢ଼ାଉ କରାନଯାଏ, ତେବେ ଯାତ୍ରା ସମୟରେ ଅସାମାଜିକ ପ୍ରାଦୁର୍ଭାବ ବଢିବ ବୋଲି ବୁଦ୍ଧିଜିବୀମାନେ ସନ୍ଦେହ ପ୍ରକଟ କରିଛନ୍ତି।

ଅନୁରୂପ ଭାବେ ଜୁଆ ଖେଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ପୋଲିସ ନିକଟରେ ଦାବି କରିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025
Latest News

ଆସନ୍ତା ନଭେମ୍ବର ୫ରୁ କଟକରେ ଆରମ୍ଭ ହେବ ପ୍ରସିଦ୍ଧ ବାଲିଯାତ୍ରା

September 13, 2025

କିଏ ସେହି ବ୍ୟକ୍ତି, ଯିଏ କି ବିଶ୍ବର ହେଲେ ଦ୍ବିତୀୟ ଧନୀ, ତାଙ୍କର ବୟସ ୮୧ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ବୟସ ୩୩ ବର୍ଷ

September 13, 2025

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖ ଶନିବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2025

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025

ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ର ବିଜେତା ହେଲା ପୂର୍ବତଟ ରେଳପଥ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.