Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବଢୁଛି ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ: ପ୍ରଶାସନ ନୀରବଦ୍ରଷ୍ଟା
ଆଞ୍ଚଳିକ

ବାଣପୁରରେ ବଢୁଛି ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ: ପ୍ରଶାସନ ନୀରବଦ୍ରଷ୍ଟା

March 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ବାଣପୁର ପ୍ରସିଦ୍ଧ ଐତିହାସିକ ପଞ୍ଚଦୋଳ ଯାତ୍ରା। ଏଥିନିମନ୍ତେ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସହ। ଗାଁ ଗାଁ ଉତ୍ସବମୁଖର। ସାରା ବାଲୁଗାଁ ବାଣପୁର ଓ ଚିଲିକାବାସୀ ପଞ୍ଚଦୋଳ ଏବଂ ନଈରୀ ଦଶଦୋଳ ଉତ୍ସବକୁ ପାଳନ କରିବା ପାଇଁ ସଜବାଜ ହେଉଛନ୍ତି।

ଅପରପକ୍ଷରେ ଉକ୍ତ ସବୁ ଅଞ୍ଚଳରେ ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି। ବାଣପୁରର ବିଭିନ୍ନ ଗ୍ରାମରେ ଜୁଆଡ଼ିମାନେ ଦିନରାତି ତାସ ପସରା ମେଲାଉଛନ୍ତି ଏବଂ ହଜାର ହଜାର ଟଙ୍କା ବାଜି ଲଗାଉଛନ୍ତି। ଏପରିକି ସକାଳ ୯ ରୁ ସନ୍ଧ୍ୟା ୮ ଯାଏଁ ଜୁଆ ବେପାର ଚାଲୁଥିବା ଅଭିଯୋଗ ହେଉଛି।

ଅନୁରୂପ ଭାବେ ଉକ୍ତ ସବୁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ବୁଦ୍ଧିଜିବୀଙ୍କ ଚିନ୍ତା ବଢ଼ାଇଦେଇଛି। ମଦ ବେପାର ବଢିବା ଦ୍ୱାରା ଯୁବପିଢ଼ି ନିଶାଗ୍ରସ୍ତ ହେବା ସହ ଘରେ ଘରେ ପାରିବାରିକ କଳହ ବୃଦ୍ଧି ପାଉଛି। ଆଗକୁ ପଞ୍ଚଦୋଳ ଥିବା ବେଳେ ବେଆଇନ ମଦ ବେପାରୀଙ୍କ ପାଇଁ ଏହା ସତେ ଯେମିତି ସୁବର୍ଣ୍ଣ ସୁଯୋଗ। ଅବକାରୀ ବିଭାଗର ନିଷ୍କ୍ରିୟତା ଲାଗି ଅବାଧ ବେଆଇନ ମଦ ବିକ୍ରି ଉପରେ ରୋକ ଲଗପାରୁନି।

ବାଣପୁର ବାଲୁଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଅବକାରୀ କାର୍ଯ୍ୟାଳୟ ଥିଲେ ସୁଦ୍ଧା କର୍ମଚାରୀ ମାନେ ଚଢାଉ କରିବାକୁ କଣ ପାଇଁ କୁଣ୍ଠିତ ହେଉଛନ୍ତି, ତାହା ଏବେ ସନ୍ଦେହଘେରରେ ଅଛି। ଯାତ୍ରା ପୁର୍ବରୁ ଯଦି ବାଣପୁର ଓ ଚିଲିକା ଅଞ୍ଚଳରେ ବେଆଇନ ମଦ ବିକ୍ରି ଉପରେ ଚଢ଼ାଉ କରାନଯାଏ, ତେବେ ଯାତ୍ରା ସମୟରେ ଅସାମାଜିକ ପ୍ରାଦୁର୍ଭାବ ବଢିବ ବୋଲି ବୁଦ୍ଧିଜିବୀମାନେ ସନ୍ଦେହ ପ୍ରକଟ କରିଛନ୍ତି।

ଅନୁରୂପ ଭାବେ ଜୁଆ ଖେଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ପୋଲିସ ନିକଟରେ ଦାବି କରିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.