Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଏସଡିପିଓଙ୍କୁ ସାଳିଆ ପ୍ରେସ କ୍ଲବ ଦେଲା ବିଦାୟ ସମ୍ବର୍ଦ୍ଧନା
ଆଞ୍ଚଳିକ

ବାଲୁଗାଁ ଏସଡିପିଓଙ୍କୁ ସାଳିଆ ପ୍ରେସ କ୍ଲବ ଦେଲା ବିଦାୟ ସମ୍ବର୍ଦ୍ଧନା

April 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ଏସଡିପିଓଙ୍କୁ ସାଳିଆ ପ୍ରେସ କ୍ଲବ ଦେଲା ବିଦାୟ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ପକ୍ଷରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ‘ଶାଳିଆ ପ୍ରେସ କ୍ଲବ’ର ସଦସ୍ୟମାନଙ୍କ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଏବଂ ଶ୍ରୀ ଜଗନ୍ନାଙ୍କ ପଟ୍ଟଚିତ୍ର ଦେଇ ଶ୍ରୀ ବାରିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ପ୍ରେସ କ୍ଲବ ସଭାପତି ଅଜିତ୍ କୁମାର ସାହୁଙ୍କ ନେତୃତ୍ବରେ ସମସ୍ତ ଉପସ୍ଥିତ ସାମ୍ବାଦିକ ସଭ୍ୟଙ୍କ ଗହଣରେ ଶ୍ରୀ ବାରିକଙ୍କ ବାଲୁଗାଁ ପୋଲିସ ଉପଖଣ୍ଡରେ ବିଗତ ଦିନର କାର୍ଯ୍ୟଶୈଳୀ ବିଷୟରେ ଆଲୋଚନା କରାଯାଇଥିଲା। ଏଥି ସହିତ ନିକଟରେ ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡିଜିପିଙ୍କ ଠାରୁ ପୁରସ୍କାର ପାଇଥିବା ଶ୍ରୀ ବାରିକ ନିଜର କର୍ମ ଜୀବନୀ ଉପରେ ଆଲୋକପାତ କରିଥିଲେ।

ସେ ଏକାଧାରରେ ସଂପୃକ୍ତ ଅଞ୍ଚଳରେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଜଣାଶୁଣା ହୋଇଥିବା ବେଳେ ଜଣେ ଭଲ ଲେଖକ ଓ କବି ଏବଂ ପରୋପକାରୀ ଅଧିକାରୀ ଭାବେ ମଧ୍ୟ ପରିଚିତ। ଯାହାକି କର୍ମ ମୟ ଜୀବନ ମଧ୍ୟରୁ ନିୟମିତ ରାତିରେ କିଛି କିଛି ସମୟ ବାହାର କରି “ଅଣୁଗଳ୍ପ ମାନସା”ଙ୍କ ନାମରେ ଏକ ପୁସ୍ତକ ରଚନା କରିଛନ୍ତି।

ବାଲୁଗାଁ ଉପଖଣ୍ଡରେ ଦୀର୍ଘ ୨ବର୍ଷ ୩ମାସ ଚାକିରି ଜୀବନ କାଳରେ ସମସ୍ତଙ୍କର ଅତି ପ୍ରିୟ ସାଜିଥିବା ଶ୍ରୀ ବାରିକଙ୍କ ତାଳଚେରକୁ ବଦଳି ହୋଇଛି । ଏ ନେଇ ସମଗ୍ର ବାଣପୁର ବାଲୁଗାଁ ଅଞ୍ଚଳବାସି ମ୍ରିୟମାଣ ଥିବା ବେଳେ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଛି ‘ଶାଳିଆ ପ୍ରେସ କ୍ଲବ’।

ବାଲୁଗାଁ ବାଲୁଗାଁ ଏସଡ଼ିପିଓ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.