Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ସରକାରୀ ଜାଗାରୁ ବେଆଇନି ଭାବେ ଗଢି ଉଠିଥିବା ଦୋକାନ ଘରଗୁଡିକୁ ଉଚ୍ଛେଦ କଲା ପ୍ରଶାସନ
ଆଞ୍ଚଳିକ

ଚିଲିକା: ସରକାରୀ ଜାଗାରୁ ବେଆଇନି ଭାବେ ଗଢି ଉଠିଥିବା ଦୋକାନ ଘରଗୁଡିକୁ ଉଚ୍ଛେଦ କଲା ପ୍ରଶାସନ

April 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଜେଟିଠାରେ ଦୀର୍ଘବର୍ଷ ଧରି ସରକାରୀ ଜାଗାରେ ବେପାରୀମାନେ ବେପାର ବଣିଜ ଚଳାଇ ଆସୁଥିଲେ। ଯାହାକୁ ନେଇ ଦ୍ଵନ୍ଦ ଲାଗିରହିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଜବର ଦଖଲ ଉଚ୍ଛେଦ ନେଇ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ହୋଇଥିଲା। ଏଥିସହିତ ବେଆଇନି ଦୋକାନ ଘର ଉଚ୍ଛେଦ କରିବା ନେଇ ଗତ ମାର୍ଚ୍ଚ ୨୫ ତାରିଖରେ ଚିଲିକା ତହସିଲଦାର ଦିଲିପି କୁମାର ଷଡ଼ଙ୍ଗୀ ଏକ ନୋଟିସ ମଧ୍ୟ ଜାରି କରିଥିଲେ।

ସରକାରୀ ଜାଗାକୁ ଦଖଲ କରି ବସିଥିବା କିଛି ବ୍ୟକ୍ତି ନିଜେ ନିଜ ପକ୍ଷରୁ କୌଣସି ପଦକ୍ଷେପ ନେଇ ନଥିବା ବେଳେ ସରକାରୀ ନୋଟିସକୁ ବେଖାତିର କରି ଆସୁଥିଲେ। ଯାହାଫଳରେ ସୋମବାର ପୂର୍ବାହ୍ନରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ତତ୍ୱବାଧାନରେ ଚିଲିକା ତହସିଲଦାର ଶ୍ରୀ ଷଡ଼ଙ୍ଗୀ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଚିଲିକା କୁଳ ଜେଟି ଠାରେ ବେଆଇନି ଭାବେ ଗଢି ଉଠିଥିବା ଦୋକାନ ଘର ଗୁଡିକୁ ଉଚ୍ଛେଦ କରିଛନ୍ତି।

ଉକ୍ତ ଉଚ୍ଛେଦ କାର୍ଯ୍ୟକ୍ରମରେ ମାନସିଂହପୁର ଗ୍ରାମର ସରପଞ୍ଚଙ୍କ ପ୍ରତିନିଧି ରତ୍ନାକର ବେହେରା, ଟାଙ୍ଗି ଥାନା ଓ କୁହୁଡ଼ି ଫାଣ୍ଡି ପୋଲିସ କର୍ମଚାରୀଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ଚିଲିକା ସରକାରୀ ଜାଗା
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Latest News

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026

ଜୟଶ୍ରୀରାମ କୁହନ୍ତୁ: ଚିକିତ୍ସାରେ ରିହାତି ପାଆନ୍ତୁ

April 15, 2026

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.