Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାତ ଜନ୍ମର ପୁଣ୍ୟ କଲେ ଶିକ୍ଷକ ବୃତ୍ତି ମିଳେ: ମୁଖ୍ୟ ଅତିଥି ଦେବାଶିଷ ପଟ୍ଟନାୟକ
ଆଞ୍ଚଳିକ

ସାତ ଜନ୍ମର ପୁଣ୍ୟ କଲେ ଶିକ୍ଷକ ବୃତ୍ତି ମିଳେ: ମୁଖ୍ୟ ଅତିଥି ଦେବାଶିଷ ପଟ୍ଟନାୟକ

April 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ରଣପୁର ବ୍ଲକ ନିକଟସ୍ଥ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ, ସାଧନ କେନ୍ଦ୍ର କର୍ମୀ ଜ୍ୟୋତି ରଞ୍ଜନ କର, ସ୍ଥାନୀୟ କାଉନସିଲର ରମେଶ ଚନ୍ଦ୍ର ନାୟକ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାସ୍କର ପ୍ରଧାନ, ମୋ ସ୍କୁଲ ସଭାପତି ପ୍ରକାଶ ଦାଶ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ସାହିତ୍ୟିକ ରାଜ କିଶୋର ପଟ୍ଟନାୟକ, ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘ ସଭାପତି ଅଶୋକ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଭାତ କୁମାର ପଣ୍ଡା ଓ ମାନସ ରଞ୍ଜନ ପଟ୍ଟନାୟକ ମଞ୍ଚ କାର୍ଯ୍ୟ ପରିଚାଳନା କରିବା ସହ ବାଦ୍ୟ ସରଞ୍ଚନା କରିଥିଲେ।

ଏଥିରେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାଶ, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା ସାହୁ, କାଣ୍ଡରାସିଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହରପ୍ରସାଦ ଦାଶଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥିମାନେ ବିଦାୟୀ ଶିକ୍ଷକମାନଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରିବା ସହ ଅବଶିଷ୍ଟ ଜୀବନ ସୁଖମୟ ହେବା ନିମନ୍ତେ କାମନା କରି ବିଦାୟ ସମ୍ବର୍ଦ୍ଧନା ଜଣାଇ ଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ବ୍ଲକର ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ବିଦାୟୀ ଶିକ୍ଷକଙ୍କୁ ଉପହାର ଦେଇ ବିଦାୟୀ ସମ୍ବର୍ଦ୍ଧନା ଜଣାଇ ଥିଲେ। ଏହା ସହ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍ମୃତି ରୋମନ୍ଥନ କରି ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିଥିଲେ।

ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ, ପୂର୍ବତନ ଛାତ୍ରଛାତ୍ରୀମାନେ, ପରିଚାଳନା କମିଟିର ସଦସ୍ୟସଦସ୍ୟାମାନେ ଏବଂ ଗ୍ରାମବାସୀମାନେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାସଙ୍କୁ ବିଭିନ୍ନ ଉପହାର ଦେଇ ବିଦାୟୀ ସମ୍ବର୍ଦ୍ଧନା ଜଣାଇବା ସହ ଗୀତ ଓ ବକ୍ତବ୍ୟ ମାଧ୍ୟମରେ ତାଙ୍କର ଗୁଣ ଗାନ କରିଥିଲେ। ନୂଆଗାଁ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ। ଏହି ଅବସରକାଳୀନ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାସଙ୍କ ପତ୍ନୀ, ତିନି ଝିଅ ଜ୍ୱାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିବା ସହ ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଥିଲେ। ଏହା ସହ କହିଥିଲେ ଯେ ସାତ ଜନ୍ମ ପୁଣ୍ୟ କଲେ ଶିକ୍ଷକତା ବୃତ୍ତି ମିଳେ। କାରଣ ଶିକ୍ଷକ ଇଞ୍ଜିନିଅର, ଡାକ୍ତର, ବୈଜ୍ଞାନିକ ଭଳି ଲକ୍ଷ ଲକ୍ଷ ଦେଶର ଭବିଷ୍ୟତଙ୍କୁ ତିଆରି କରିଥାଏ। ଶିକ୍ଷକ ହିଁ ସମାଜର ମେରୁଦଣ୍ଡ ବୋଲି ମୁଖ୍ୟ ଅତିଥି ଅଭିଭାଷଣ ରଖିଥିଲେ।

ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ବେହେରା ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଫାଇନାଲ ପେନଶନ କାଗଜପତ୍ର ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ସବୁ ସମୟରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସହଯୋଗ କରିବେ ବୋଲି ମତ ରଖିଥିଲେ। ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିଥିଲେ।

ଅବସରକାଳୀନ ସମ୍ବର୍ଦ୍ଧନା ଦେବାଶିଷ ପଟ୍ଟନାୟକ ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

ମଟନ ପାଇଁ କଟିଲା ବେକ

June 28, 2026

ପନିକିରେ ଶାଶୁଙ୍କୁ ହାଣିଲେ ବୋହୂ

June 28, 2026

ନିଜ ଶାବକମାନଙ୍କ ସହ ଜଙ୍ଗଲରେ ଘୁରି ବୁଲୁଛି ବାଘୁଣୀ ଜିନତ: କ୍ୟାମେରାରେ କଏଦ ହେଲା ଦୃଶ୍ୟ

June 28, 2026

ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୬୦ରୁ ଅଧିକ ଯାତ୍ରୀ

June 28, 2026

ସିନେକ୍ରିଟିକ୍‌ ର ମନୋଜ୍ଞ ସଂଗୀତ ସନ୍ଧ୍ୟା-ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.