Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗରେ ବିଦାୟ ଓ ସମ୍ବର୍ଦ୍ଧନା ଉତ୍ସବ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗରେ ବିଦାୟ ଓ ସମ୍ବର୍ଦ୍ଧନା ଉତ୍ସବ

April 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ମନସ୍ତତ୍ଵ ବିଭାଗର ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଉତ୍ସବରେ କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଆୟୋଜିତ ସଭାରେ ପ୍ରଥମେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ସହିତ ଉପହାର ପ୍ରଦାନ କରାଯାଇଥିଲା। ବିଭାଗୀୟ ମୁଖ୍ୟ ଡକ୍ଟର କଳ୍ପନା ଦାଶ ସ୍ୱାଗତ ଭାଷଣ ଦେବା ପରେ ତୃତୀୟ ବର୍ଷର ଶିକ୍ଷାର୍ଥୀମାନେ ମହାବିଦ୍ୟାଳୟ ଓ ବିଭାଗରେ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତର ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ମହାବିଦ୍ୟାଳୟରେ ଛତିଶ ବର୍ଷ ନିରବଛିନ୍ନ କାର୍ଯ୍ୟ କରି ନିକଟରେ ଅବସର ନେଉଥିବା କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ଓ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।  ଏହାପରେ ଅତିଥି ଭାବେ ଯୋଗ ଦେଇଥିବା ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଡକ୍ଟର ସନ୍ତୋଷ କୁମାର ରଥ ଉଚ୍ଚ ଶିକ୍ଷାରେ ମନୋନିବେଶ କରି ବୃତ୍ତିଗତ ଜୀବନରେ ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଧନ୍ୟବାଦ ଦେଇଥିଲେ ପ୍ରଦୀପ କୁମାର ପାଢ଼ୀ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପିକା କ୍ରିଷ୍ଣା ସେଠୀ ଓ ରୋଜାଲିନ ମିଶ୍ର।  କାର୍ଯ୍ୟକ୍ରମରେ ଅଧ୍ୟାପିକା ରୀନା ରାଉତ, ଝରଣା ନାଥ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ବାଲୁଗାଁ ମହାବିଦ୍ୟାଳୟ ମନସ୍ତତ୍ଵ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025
Latest News

ଖୁବ ଶିଘ୍ର ଶ୍ରୀମୟୀ ମିଶ୍ର ଏହି ଦଳରେ ଦେବେ ଯୋଗ !! ମିଳୁଛି ବଡ ଅଫର

October 7, 2025

କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ‘ସର୍ଦ୍ଦାର@୧୫୦ ୟୁନିଟି ମାର୍ଚ୍ଚ’ ଆରମ୍ଭ

October 7, 2025

ଭାରତ ଗବେଷଣା ପରିଦର୍ଶନ-୨୦୨୫ ର ଶୁଭାରମ୍ଭ କଲେ ସାବିତ୍ରୀ ଠାକୁର

October 7, 2025

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଏକ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 7, 2025

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.