
ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଚାଲିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ। ଠିକାଦାର ଚଳାଇଛନ୍ତି ମନମୁଖୀ କାର୍ଯ୍ୟ। ରାସ୍ତା କାମ ଠିକରେ ହେଉ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଠି ପୋଲ ପାଇଁ ଗାତ ଖୋଳା ଯାଉଛି ସେହି ଜାଗାକୁ ସଠିକ ଭାବେ ରେଡ ଫିତା ଦ୍ୱାରା ଚିହ୍ନଟ କରାଯାଉ ନାହିଁ।
ରାସ୍ତା କାର୍ଯ୍ୟ ମଧ୍ୟ ବହୁ ଧୀର ହେଉଥିବା ଅଭିଯୋଗ ହେଉଛି। ଠିକାଦାରଙ୍କ ମନମୁଖୀ ବେପରୁଆ କାର୍ଯ୍ୟ ପାଇଁ ବହୁ ସମୟରେ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଆଜି ସନ୍ଧ୍ୟାରେ ସାନଗଡ଼ ଠାରେ ନିର୍ମାଣଧୀନ ଥିବା କଲଭର୍ଟ ପାଇଁ ଖୋଳା ହୋଇଥିବା ଏକ ଗଭୀର ଖାଲରେ ଏକ ସ୍କୁଟି ପଡି ଚାଳକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି।
ସ୍କୁଟି ଆରୋହୀ ଜଣଙ୍କ ମାଳିସାହିର ସାଗର ବରାଡ଼ ବୋଲି ଜଣା ପଡିଛି। ସେ ମାଳି ସାହିରୁ ରଣପୁର ହଂସରା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବେପରୁଆ ଠିକାଦାରଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।