Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାତିତ ହେଲା ବାଣପୁର ବ୍ଲକରେ ରୂପାନ୍ତରିତ ହୋଇଥବା ଚାରି ଗୋଟି ସ୍କୁଲ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାତିତ ହେଲା ବାଣପୁର ବ୍ଲକରେ ରୂପାନ୍ତରିତ ହୋଇଥବା ଚାରି ଗୋଟି ସ୍କୁଲ

May 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ୫-ଟି ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧୀନରେ ରୂପାନ୍ତରଣ ହୋଇଥିବା ଚାରି ଗୋଟି ସ୍କୁଲର ଉଦଘାଟନ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ରୂପାନ୍ତରିତ ହୋଇଥିବା ସମୁଦାୟ ୬୨ ଗୋଟି ସ୍କୁଲରୁ ବାଣପୁର ବ୍ଲକ ଶିକ୍ଷା ବିଭାଗ ଅଧୀନ ବାଣପୁର ସରକାରୀ ହାଇସ୍କୁଲ-୨, ବାଙ୍କିଆପଲ୍ଲୀ ହାଇସ୍କୁଲ, ଖଣତ ହାଇସ୍କୁଲ ଓ ବଡସିରେଇପୁର ହାଇସ୍କୁଲକୁ ତୃତୀୟ ଫେଜରେ ଉଦଘାଟନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ବାଣପୁର ସରକାରୀ ହାଇସ୍କୁଲର ଉଦଘାଟନ ଉତ୍ସବରେ ଅତିଥି ଭାବେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଏନଏସି ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି , ଏନଏସି ଅଧକ୍ଷ ମିଟୁନାୟକ ଅତିଥି ଭାବେ ଉପସ୍ଥିତ ଥିବାବେଳେ ଏବିଇଓ ସନ୍ଧ୍ୟାବତୀ ଲେଙ୍କା, ସିଆରସିସି ସୂର୍ଯ୍ୟକାନ୍ତ ବେହେରାଙ୍କ ସହ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ଅତିଥିମାନେ ରୂପାନ୍ତରିତ ହୋଇଥିବା ସ୍ମାର୍ଟ କ୍ଲାସରୁମ, ଇ ଲାଇବ୍ରେରୀ, ନୂତନ ବିଜ୍ଞାନ ଭବନ ଏବଂ ପାନୀୟ ଜଳର ବ୍ୟବସ୍ତା ଗୁଡିକୁ ବୁଲି ଦେଖିଥିଲେ।

ଅପରାହ୍ନ ୫ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୨୩ ସ୍କୁଲର ଉଦଘାଟନ ଉତ୍ସବକୁ ଇଣ୍ଟରନେଟ ମାଧ୍ୟମରେ ଅତିଥି ମାନଙ୍କ ସହ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦେଖିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରଧାନ ପରିଚାଳନା କରିଥିଲେ।

ଅନୁରୂପ ଭାବେ ଅନ୍ୟ ତିନି ଗୋଟି ସ୍କୁଲରେ ମଧ୍ୟ ଉଦଘାଟନ ଉତ୍ସବର ଆୟୋଜନ କରାଯାଇଥିଲା। ରୂପାନ୍ତରିତ ହୋଇଥିବା ସ୍କୁଲ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବା ସହ ଆଧୁନିକ ଶିକ୍ଷା ଦ୍ୱାରା ସେମାନଙ୍କର ବୌଦ୍ଧିକ ବିକାଶ ଘଟିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ନିର୍ମାଣଧୀନ ଅନ୍ୟ ସ୍କୁଲ ଗୁଡିକର ଯଥାଶୀଘ୍ର କାର୍ଯ୍ୟ ଶେଷ ହୋଇ ଚତୁର୍ଥ ଫେଜରେ ଉଦଘାଟନ କରାଯିବ ବୋଲି ବିଡ଼ିଓ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

ବାଣପୁର ବ୍ଲକ ରୂପାନ୍ତରିତ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Latest News

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.