Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହେଲେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି
ଆଞ୍ଚଳିକ

ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହେଲେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି

May 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭୁବନେଶ୍ୱର ସ୍ଥିତ କସ୍ତୁରବା ଗାନ୍ଧୀ ନାରୀ ମହଲ ସଭାଗୃହରେ ସଂଗଠନର ସଭାପତି ହୃଦାନନ୍ଦ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ମେ ୭, ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷକମାନଙ୍କ ସାଧୁତା ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ବିକାଶ ଘଟିବା ସଙ୍ଗେସଙ୍ଗେ ରାଜ୍ୟରେ ଶିକ୍ଷାର ବିକାଶ ଘଟିବ ବୋଲି ଉପସ୍ଥିତ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ରଖିଥିଲେ।

ଉକ୍ତ ସଭାରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଦ୍ୱିବେଦୀ ଅନୁଷ୍ଠାନର ୧୦ ବର୍ଷର ଅନୁଭୂତି ସମ୍ବନ୍ଧରେ ଉଦବୋଧିତ କରିଥିଲେ।

ସଭାର ଦ୍ୱିତୀୟ ଅଧିବେଶନରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପରିଚାଳନା ପାଇଁ ପୂର୍ବ ନିଷ୍ପତ୍ତି କ୍ରମେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ କରାଯାଇ ଶ୍ରୀଯୁକ୍ତ ଦ୍ୱିବେଦୀ ମହାସଚିବ, ସଭାପତି, ସଂଯୋଜକ, କୋଷାଧ୍ୟକ୍ଷ, ୧୦ ଜଣ ଉପ ସଭାପତି, ଆଞ୍ଚଳିକ ସମ୍ପାଦକଙ୍କୁ ବିଭିନ୍ନ ଦାୟିତ୍ବ ହସ୍ତାନ୍ତର କରିଥିଲେ।

ସୂଚନା ଥାଉକି, ଏହି ସାଙ୍ଗଠନିକ ନିର୍ବାଚନରେ ନୟାଗଡ଼ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ରଣପୁର ଅଞ୍ଚଳର ଜଣଶୁଣା ଶିକ୍ଷକ ନେତା ଆଦର୍ଶ ଶିକ୍ଷକ ଜ୍ୟୋତିରଂଜନ ଦାଶ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି।

ସେଥିପାଇଁ ନିଜ ଜିଲ୍ଲା ଓ ଜିଲ୍ଲା ବାହାରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଥିବାର ଦେଖିବାକୁ ମିଳିଛି। କର୍ତ୍ତବ୍ୟ ପରାୟଣ,ତ୍ୟାଗ,ନିଷ୍ଠା ଓ ସଚ୍ଚୋଟ ପଣିଆକୁ ଗୁରୁତ୍ୱ ଦେଉଥିବା ନିରଳସ ସାଧକ ଶ୍ରୀଯୁକ୍ତ ଦାଶ ରଣପୁର ଶିକ୍ଷାବ୍ଳକର ରାମଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧୁନା କାର୍ଯ୍ୟରତ। ତାଙ୍କର ସାଙ୍ଗଠନିକ ଦକ୍ଷତା, ନିଷ୍ଠା, ଶିକ୍ଷକ ସମାଜ ନିମନ୍ତେ କାର୍ଯ୍ୟ କରିବା ତରିକା ପାଇଁ ସମଗ୍ର ଶିକ୍ଷା ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ସେ ଶିକ୍ଷକ ମହଲରେ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି।

ଏହା ପୂର୍ବରୁ ଶ୍ରୀଯୁକ୍ତ ଦାଶ ରଣପୁର ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ପ୍ରାୟ ୧୦ ବର୍ଷ ଧରି ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଚାଲିଛନ୍ତି।

ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଂଯୋଜକ
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କୋର୍ଟରେ ଆତ୍ମସମର୍ପଣ କଲେ ତରୁଣ ତେଜପାଲ୍

September 14, 2026

ନନ୍ଦନକାନନରେ ପୁଣି ଅସୁସ୍ଥ ହେଲା ଓରାଙ୍ଗଉଟାନ୍

September 14, 2026

ଅଟୋ ଓଲଟି ବିଟେକ୍ ଛାତ୍ର ମୃତ: ୮ ଜଣ ବନ୍ଧୁ ଗୁରୁତର

September 14, 2026

କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା

September 14, 2026

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.