Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସିକୁ ହେଲାଣି ୫୦ ବର୍ଷ, ଡ୍ରେନେଜ ବ୍ୟବସ୍ଥା ପାଇଁ ଲାଗିବ ଆଉ କେତେ ବର୍ଷ ?
ଆଞ୍ଚଳିକ

ବାଣପୁର ଏନଏସିକୁ ହେଲାଣି ୫୦ ବର୍ଷ, ଡ୍ରେନେଜ ବ୍ୟବସ୍ଥା ପାଇଁ ଲାଗିବ ଆଉ କେତେ ବର୍ଷ ?

May 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ଏନଏସକୁ ପାଖେଇଲାଣି ୫୦ ବର୍ଷ, ଡ୍ରେନଜ ବ୍ୟବସ୍ଥା ପାଇଁ ଲାଗିବ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ୫୦ ବର୍ଷରେ ପାଦ ଥାପିଥିବା ବେଳେ ଅଦ୍ୟାବଧି ଏଠାରେ ଡ୍ରେନେଜ ବ୍ୟବସ୍ଥା ହୋଇପାରୁନାହିଁ। ଯାହାକି ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏନଏସି ବାସିନ୍ଦା ସରକାରଙ୍କୁ ଟିକସ ଦେଉଥିବା ବେଳେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଡ୍ରେନେଜ ନିର୍ମାଣ ବ୍ୟବସ୍ଥା ଏନଏସି ଦାୟିତ୍ୱ ଥିବା ବେଳେ ମୁଖ୍ୟ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଯାଉଛି।

ଫଳରେ ଉଭୟ ବିଭାଗ ପରସ୍ପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ କିନ୍ତୁ ସମସ୍ୟାର ସମାଧାନ ହେଇପାରୁନାହିଁ। ଅଦିନିଆ କାଳବୈଶାଖୀ ବର୍ଷାରେ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି। ଦୁଇ ଦିନ ତଳେ ହୋଇଥିବା ସାମାନ୍ୟ କାଳବୈଶାଖୀ ବର୍ଷାରେ ବିଧାରପୁର ଛକରେ ଅଦ୍ୟାବଧି ପାଣି ଜମି ରହିଥିବାର ଦେଖିବାକୁ ମିଳିଛି। ତେବେ ଏଥିପାଇଁ ପୂର୍ତ୍ତବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି ଆଲୋଚନା ହେଉଛି।

ଆଗକୁ ମୌସୁମୀ ଆସିବାକୁ ଥିବାବେଳେ ଅଦ୍ୟାବଧି ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ହୋଇପାରିନାହିଁ। ଫଳରେ ଆଗକୁ ପୁନଶ୍ଚ ବାଣପୁର ସହର ଜଳବନ୍ଦୀ ହେବ ଏଥିରେ କୌଣସି ସନ୍ଦେହ ନାହିଁ। ଅନୁରୂପ ଭାବେ ଏନଏସି ର ଏକାଧିକ ତଳିଆ ୱାର୍ଡରେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନାହିଁ। ଫଳରେ ବର୍ଷା ଜଳ ତଥା ନିତ୍ୟବ୍ୟବହାର୍ଯ୍ୟ ଜଳ ନିଷ୍କାସନ ପାଇଁ ବାଟ ନାହିଁ। ଯଦି ପୂର୍ତ୍ତବିଭାଗ ପକ୍ଷରୁ ମୁଖ୍ୟ ରାସ୍ତାରେ ଡ୍ରେନେଜ ନିର୍ମାଣ କରାଯାଏ ତେବେ ଅନ୍ୟ ୱାର୍ଡ ଗୁଡିକରେ ଡ୍ରେନେଜ ସଂଯୋଗୀକରଣ ରେ କୌଣସି ଅସୁବିଧା ହେବ ନାହିଁ।

ଏନଏସି କର୍ତ୍ତୃପକ୍ଷଙ୍କ କହିବା କଥା ପୂର୍ତ୍ତବିଭାଗ ଯେତେଶୀଘ୍ର ମୁଖ୍ୟ ରାସ୍ତାରେ ଡ୍ରେନ ନିର୍ମାଣ କରିବ ସେତେଶୀଘ୍ର ଏନଏସି ରେ ୱାର୍ଡ ୱାରୀ ଡ୍ରେଜେନ ନିର୍ମାଣ କରାଯିବ। ତେବେ ବିଡମ୍ବନାର ବିଷୟ ଏ ନେଇ ଦୀର୍ଘ ଦୁଇ ବର୍ଷ ହେବ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ସହ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ।

ଖୋର୍ଦ୍ଧା ଜିଲ୍ଲାରେ ସ୍ଥାୟୀ ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ମିଳୁନଥିବା ବେଳେ ସଦାବେଳେ ପଡୋଶୀ ଜିଲ୍ଲାର ଅଧିକାରୀଙ୍କୁ ଅତିରିକ୍ତ ଦାଇତ୍ୱ ଦିଆଯାଉଛି। ଫଳରେ ଉନ୍ନୟନ କାର୍ଯ୍ୟ କ୍ଷିପ୍ର ହୋଇପାରୁନାହିଁ। ଅନୁରୂପ ଭାବେ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ମଧ୍ୟ ଉକ୍ତ ସମସ୍ୟାକୁ ନେଇ ପାଟି ସମ୍ପୂର୍ଣ୍ଣ ଚୁପ।

କେବଳ ନିର୍ବାଚନ ବେଳେ ଭୋଟ ପାଇଁ ମୁହଁ ଦେଖାଉଥିବା ନେତାମାନଙ୍କୁ ଆଗାମୀ ଦିନରେ ବାଣପୁର ଜନସାଧାରଣ ଉଚିତ ଜବାବ ଦେବେ ବୋଲି ଚର୍ଚ୍ଚା ହେଉଛି। ଯଦି ମୌସୁମୀ ପୁର୍ବରୁ ବାଣପୁର ଏନଏସି ରେ ଡ୍ରେନେଜ ନିର୍ମାଣ ନହୁଏ ତେବେ ବହୁ ସାମାଜିକ ସଂଗଠନ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ବାଣପୁର ଏନଏସି ଅଧ୍ୟକ୍ଷ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026
Latest News

ଆସନ୍ତା ୮ ରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି

April 6, 2026

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.